Browsing author

SATYA SANDHANA DESK

ନିଆଁ ଲଗାଇଦେଲା ସ୍ବାମୀ

ବ୍ରହ୍ମପୁର,୨/୯(ଏସଏସନିଉଜ) ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ବ୍ରହ୍ମପୁର ଦିଗପହଣ୍ଡି ଥାନା ମହୁଡା ଗାଁର ଏହି ଘଟଣା ଘଟିଛି।ଗୁରୁତର ମହିଳା ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଯୈାତୁକ ପାଇଁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଶରୀରର ୩୦ ଭାଗ ପୋଡ଼ି ଯାଇଥିବାର ଜଣାପଡିଛି।

ପୁଣି ପୋଲିସ ହାତରେ ୩ମଦବ୍ୟବସାୟୀ

ବାରଙ୍ଗ,୧/୯(ଏସଏସନିଉଜ)ଗତକିଛିଦିନ ହେବ ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ରରଣା ବାରଙ୍ଗ ଅଂଚଳରେ ଦେଶୀମଦ କାରବାରରେ ରୋକ ଲଗାଇବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବାରଙ୍ଗଥାନା ପୋଲିସ ଚୋରାଦେଶୀମଦ ବିକ୍ରି କରିବା ଅଭିଯୋଗରେ ଗୁରୁବାର ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।ଗତକିଛିଦିନ ହେବ ବାରଙ୍ଗ ପୋଲିସ ର ଦେଶୀମଦ କାରବାରକୁ ରୋକିବାପାଇଁ ହେଉଥିବା ପ୍ରୟାସ ଚୋରାମଦବ୍ୟବସାୟୀମାନଙ୍କ ପାଇଁ ଭାଳେଣୀ ପଡିବାକୁ ଲାଗିଛି । ପ୍ରକାଶଯେ, ପଞ୍ଚୁପାଳଗ୍ରାମ ସାମଲସାହିରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚୌଦ୍ଵାର […]

କେନ୍ଦୁପାଟଣାରେ ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୧/୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମର ଗ୍ରାମ ସଭାପତି ପ୍ରଦୀପ୍ତ କୁମାର ବେଉରାଙ୍କ ଘର ଅଗଣାରେ ପୁଜାପାଉଥିବା ବୃନ୍ଦାବତୀଙ୍କ ନିକଟରେ ଥିବା ଏକ ସିମେଣ୍ଟ କୁଣ୍ଡରେ ଗୁରୁବାର ରାତି ୮ଟାରେ ଏକକାଳୀନ ୨ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।ଏହି ଖବର ପ୍ରଚାରିତ ହେବାପରେ ସମାଜସେବୀମାୟାଧର ନୟକ, ବସୁଦେବ ବାରିକ ଙ୍କ ସମେତ ଦାଢାପଞ୍ଚାୟତର ବହୁ ଆଧ୍ୟାତ୍ମିକ ମହିଳା ଓ ପୁରୁଷ ବେଉରାଙ୍କ ବାସଭବନରେ ପହଞ୍ଚି ବ୍ରହ୍ମକମଳ ଫୁଲ ଦେଖିଥିଲେ।ଏହି ଫୁଲଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତିପ୍ରିୟ […]

ଆଜିର ରାଶିଫଳ

【ଷଷ୍ଠୀଓଷା,ସୋମନାଥବ୍ରତ ଆରମ୍ଭ, ଲଳିତାସପ୍ତମୀ ଓ କୁକକୁଟୀବ୍ରତ】୨୦୨୨ ମସିହା ସେପ୍ଟେମ୍ବର ମାସ ୦୨ ତାରିଖ (ଶୁକ୍ରବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ ଦିବାଘ୧/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୮/୧୯ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ ,ନିମ୍ବ ଦିବା ଘ୧/୩୭ ଗତେ ତାଳ ଭକ୍ଷଣ ନିଷେଧ। ମେଷ-ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। […]

ପାଚେରୀ ଡେଇଁ ଫେରାର

ସୋର,୧/୯(ଏସଏସନିଉଜ)ସୋର ସବ ଜେଲରୁ ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିବାର ଜଣାପଡିଛି ।ମୟୁରଭଞ୍ଜ ଠାକୁରମୁଣ୍ଡ ଅଞ୍ଚଳର ଅଭିଯୁକ୍ତ ସୁଦାମ ଫେରାର ହୋଇଯାଇଛନ୍ତି ।ପାଚେରୀ ଡେଇଁ ବିଲରେ ଦୌଡ଼ି ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।ଏହାପରେ ଜେଲ କର୍ମଚାରୀ ମୂଳିସିଂ ଜଙ୍ଗଲରେ ଖୋଜୁଥିବାର ଦେଖିବାକୁ ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଭୁବନେଶ୍ୱର,୧/୯(ଏସଏସନିଉଜ)ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମକଡ୍ରିଲ କଲା ଅଗ୍ନିଶମ ବିଭାଗ ।ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୱାର୍ମ ଅଫ କଲେ ଅଗ୍ନିଶମ କର୍ମଚାରୀ । Skylift ଜରିଆରେ ଡେମୋ ଦେଖାଉଛନ୍ତି କର୍ମଚାରୀ । ସୁରକ୍ଷା କର୍ମଚାରୀ ମାନଙ୍କୁ ମଧ୍ୟ ଏ ନେଇ ତାଲିମ ଦିଆଯିବ ବୋଲି ଜଣାପଡିଛି ।  

ବିଦ୍ୟୁତ୍ ତାର ନେଲା ଯୁବକର ଜୀବନ

କରଞ୍ଜିଆ, ୧/୯(ଏସଏସନିଉଜ) ରରୁଆଁ ଥାନା ଅନ୍ତର୍ଗତ ତଳଗାଁ ଗ୍ରାମରେ ଅଘଟଣ ଘଟିଛି। ଅଭର୍ହେଡ୍ ପାଣିଟାଙ୍କିର ରଙ୍ଗ ମାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଯୁବକ ଜଣକ ବହଳଦା କୁଲଗି ଗ୍ରାମର ନିର୍ମଳ ମହାନ୍ତ। ଖବରପାଇ ଘଟଣାସ୍ଥଳରେ ପୋଲିସପହଁଚି ତଦନ୍ତ ଆରମ୍ଭ କରିଛି ।  

ଠାବ ହେଲା ସେକ୍ସ୍ ରାକେଟ

ଯାଜପୁର, ୧/୯(ଏସଏସନିଉଜ) ପାଣିକୋଇଲି ଛକ ନିକଟରେ ଥିବା ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପାଣିକୋଇଲି ପୋଲିସ। ଏହାସହ ଏହିଘଟଣାରେ ଶ୍ରୀହରୀ କଟେଜ୍ ନାମକ ହୋଟେଲକୁ ମଧ୍ୟ ସିଲ୍ କରିଛି ପୋଲିସ ।  

ତିନିଆକାରରେ ଗଣେଶ ମୂର୍ତ୍ତି

ମାଲକାନଗିରି, ୧/୯(ଏସଏସନିଉଜ) ମାଲକାନଗିରିରେ ଗଣେଶପୂଜା ପାଳନ ବେଳେ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।କାରଣ ଗଣେଶଙ୍କ ମୂର୍ତ୍ତିଙ୍କୁ ତିନି ପ୍ରକାର ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଜୋର ଧରିଛି । ପ୍ରଭୁ ଜଗନ୍ନାଥ, ଯିଶୁ ଓ ମୁସଲିମ୍ ବେଶରେ ଗଣେଶ ମୂର୍ତ୍ତି କରାଯାଇଛି । ତିନି ମୂର୍ତ୍ତିକୁ ତିନି ଧର୍ମର ମୁଦ୍ରାରେ ଉପସ୍ଥାପନ କରାଯାଇଛି ।ଯାହାଫଳରେ ଏହି ଘଟଣା ଥାନାରେ ପହଞ୍ଚିଥିବାର ଜଣାପଡିଛି ।

ସାଳନ୍ଦୀ ନଦୀରେ ବୁଡି ଜଣେ ନିଖୋଜ

ଭଦ୍ରକ ,୧/୯(ଏସଏସନିଉଜ) ସାଳନ୍ଦୀ ନଦୀରେ ୩ଜଣ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ଅନ୍ୟ ଦୁଇଜଣ ସୁରକ୍ଷିତ ଭାବେ କୂଳକୁ ପଳାଇ ଆସିଥିବା ଜଣାପଡିଛି ।ସାଳନ୍ଦୀ ନଦୀର ସାହାପୁର ଘାଟ ନିକଟରେ ଘଟିଛି ଏହି ଅଘଟଣ ।