Browsing author

SATYA SANDHANA DESK

ପୁଲିସ ହାତରେ ବଡ଼ ସୁରାକ

ଭୁବନେଶ୍ୱର, ୧/୯(ଏସଏସନିଉଜ) ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଲା ବଡ଼ ସୁରାକ । ଅଟକ ଥିବା ଯୁବକଙ୍କୁ ହତ୍ୟା ଦିନ ଫୋନ୍ କରିଥିଲେ ଶୁଭଶ୍ରୀ । ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନରୁ ଯାଇଥିଲା ଶେଷ କଲ୍ । ଶୁଭଶ୍ରୀଙ୍କ ଶେଷ କଲ୍ ଅବଧି ଥିଲା ମାତ୍ର ୨୭ ସେକେଣ୍ଡ ବୋଲି ପୋଲିସ ଜାଣୀବାକୁ ପାଇଛି ।

ଚଳଚଂଚଳ ସୁବର୍ଣ୍ଣପୁର ଜିଲ୍ଲା

ଭୁବନେଶ୍ୱର,୧/୯)ଏସଏସନିଉଜ)ନୂଆଁଖାଇ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗାଁଠୁ ସହର ଚାରିଆଡ଼ ଚଳଚଂଚଳ ହୋଇଉଠିଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନୂଆ ଲାଗିହେବା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ ।ଏଥିପାଇଁ ସମସ୍ତେ ବେଶ ଉସ୍‌ାହିତ ଥିବାର ଜଣାପଡିଛି ।

ମାଡ଼ି ଆସୁଛି ବଡ଼ ବାତ୍ୟା

ଭୁବନେଶ୍ୱର,୧/୯(ଏସଏସନିଉଜ)ମାଡ଼ି ଆସୁଛି ବଡ଼ ବାତ୍ୟା ।ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଥିବାର ଜଣାପଡିଛି ।

ଗଣେଶ ପୂଜାରେ ଅଘଟଣ

ନୟାଗଡ଼,୧/୯(ଏସଏସନିଉଜ) ଗଣେଶ ପୂଜାରେ ନୟାଗଡ଼ ଜିଲ୍ଲାରେ ଏକ ଅଘଟଣ ଘଟିଛି । ଗତକାଲି ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇ ଚନ୍ଦ୍ର ଶେଖର ସ୍ୱାଇଁ(୮) ଓ ରୁଦ୍ର ମାଧବ ସ୍ୱାଇଁ(୩)ଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଖୁଣ୍ଟୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ସଠିଆପଲ୍ଲୀ ଗାଁରେ ଘଟିଛି ।ଗାଧୋଇବାବେଳେ ଦୁଇଭାଇପାଣିରେ ବୁଡିଯାଇଥିଲେ ।ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାପରେ ଗାଁରେ ଶୋକାକୁଳ ପରିବେଶ […]

ଆସିଲା ଦୁଃଖଦ ଖବର

କଟକ, ୧/୯(ଏସଏସନିଉଜ) କୁଆଖାଇରେ ବୁଡ଼ି ଯାଇଥିବା ଦ୍ୱିତୀୟ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କରାଯଇଛି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ଗତକାଲି ୫ ଜଣ ସାଙ୍ଗ ଗାଧୋଉ ଥିବାବେଳେ ୩ ଜଣ ଭାସି ଯାଇଥିଲେ ।

ପୋଖରୀକୁ ଡେଇଁପଡିଲେ ସ୍ୱାମୀ

କେନ୍ଦୁଝର, ୧/୯(ଏସଏସନିଉଜ) ସ୍ତ୍ରୀ ସହ ଝଗଡ଼ା ଲାଗି ପୋଖରୀକୁ ଡେଇଁ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି ।ଟାଉନ ଥାନା ଶିରିପୁର ଗାଁ ନିକଟ ପୋଖରୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ।ରାସ୍ତାରେ ଚାଲିଚାଲି ଯିବା ବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।ହଠାତ୍ ପୋଖରୀକୁ ଡେଇଁ ପଡ଼ିଥିଲେ ଯୁବକ ।ଖବରପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,୧/୯)ଏସଏସନିଉଜ)କିଛି ସମୟପରେ ଆରମ୍ଭ ହେବ ସେହି ଶୁଭ ଲଗ୍ନ ।ମାଆ ସମଲେଇଙ୍କ ପୀଠରେ ନୂଆଁଖାଇର ମାହୋଲ ଆରମ୍ଭ ହେବ । ଇଷ୍ଟଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାସହ ସମସ୍ତଙ୍କୁ ଭଲରେ ରଖନ୍ତୁ ,ମାସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଆଜିର ରାଶିଫଳ

ସେପ୍ଟେମ୍ୱର ମାସ ୦୧ତାରିଖ ୨୦୨୨ ମସିହା(ଗୁରୁବାର) ଭାଦ୍ର-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୫୧,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନୂଆଖାଇ ପର୍ବ,ବେଲ ଦିବା ଘ୦୩/୪୨ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରି ବାରରେ ସୁଖ- ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

କୁଆଖାଇରେ ବୁଡ଼ି୨ ନିଖୋଜ

କଟକ,୩୧/୮(ଏସଏସନିଉଜ)ଗଣେଷପୁଜାଦିନ କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି ।ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।ନିକଟରେ ୨ଟି ସ୍କୁଟି ରହିଛି ।୫ଜଣ ଯୁବକ ମଧ୍ୟରୁ ୨ଜଣ ଗାଧୋଉ ଥିବାବେଳେ ଅନ୍ୟ୩ଜଣ ଉପରେ ରହିଥିବାବେଳେ ଏହି ଅଘଟଣ ଘଟିଲା ବୋଲି ଜଣାପଡିଛି । ନିଖୋଜ୨ ଯୁବକଙ୍କର ପରିଚୟ ମିଳିପାରିନଥିବାବେଳେ ଖବରପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଖୋଜାଖୋଜି ଆରମ୍ଭ ହୋଇଛି ।

ରାଜଧାନୀରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ବର,୩୧/୮(ଏସ ଏସ ନିଉଜ)ଶାସ୍ତ୍ରୀନଗରର ଏକ ଘରେ କେହି ନଥିବା ବେଳେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଅଭିଯୋଗ କଲେ ସ୍ବାମୀ ଅନନ୍ତ ନାରାୟଣ ନାଥ । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ।ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରିରହିଛି।