Browsing author

SATYA SANDHANA DESK

୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି,୩୧/୮(ଏସ ଏସ ନିଉଜ)ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ମୃତ୍ୟୁ ବରଣ କରିଛନ୍ତି।ଜଣେ ସପ୍ତମ ଓ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ସୂଚନା ମିଳିଛି।

ଗଣେଶପୂଜା ମଣ୍ଡପକୁ ନେଇ ଗଣ୍ଡଗୋଳ

ଭଦ୍ରକ୩୧/୮(ଏସଏସନିଉଜ) ଧାମନଗର ଥାନା ବେଦପୁର ଗାଁରେ ଗଣେଶପୂଜା ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି।ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି।ନିୟନ୍ତ୍ରଣ ପାଇଁ ପୋଲିସ ମୂତୟନ ହୋଇଛି।ସେପ୍ଟମ୍ବର ୨ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ସେଣ୍ଟ୍ରିଂ ତଳେ ଚାପି ହୋଇଗଲେ ଶ୍ରମିକ

ରାୟଗଡ଼ା,୩୧/୮(ଏସ ଏସ ନିଉଜ) ବ୍ରିଜ କାମ ବେଲେ ସେଣ୍ଟ୍ରିଂ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ବୋଇଛି।କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ବ୍ରିଜ୍ କାମ ବେଳେ ଅଘଟଣ ଘଟିଛି।ମୃତ ଶ୍ରମିକ କାଶୀପୁରର ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଶ୍ରୀ ଗଣେଶ ଚର୍ତୁଥୀ ବ୍ରତ ,୨୦୨୨ ମସିହା ଅଗଷ୍ଟ ମାସ ୩୧ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ .ତିଥି- ଚର୍ତୁଥୀ ଦିବା ଘ୩/୧୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୪/୧୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୨୩ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଦିବା ଘ୩/୧୯ ଗତେ ବେଲ) ଭକ୍ଷଣ ନିଷେଧ ।  ମେଷ-ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ […]

BMCଉପରେ ଭରସାନାହିଁ

ଭୁବନେଶ୍ୱର,୩୦/୮(ଏସ ଏସ ନିଉଜ)ନିଜ ଜିଦରେ ଅଟଳ ଦାରୁଠେଙ୍ଗ ଗ୍ରାମବାସୀ । ଦାରୁଠେଙ୍ଗ ଗ୍ରାମରେ ସୋମବାର ରାତିରେ ହୋଇଥିବା ଗ୍ରାମସଭାରେ ନିଷ୍ପତ୍ତି । କୌଣସି ପରିସ୍ଥିତିରେ ଅଳିଆ ପକାଇ ଦିଆଯିବନି ।ପ୍ରତିଶ୍ରୁତି ଦେଇ ଠକୁଛି BMC। ସ୍ଥାୟୀ ସମାଧାନ ନହେବା ଯାଏ ଅଳିଆ ପଡ଼ିବ ନାହିଁ । ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି ଗ୍ରାମବାସୀ।

ମୁଣ୍ଡଳିବ୍ରିଜ୍‌ ରେ ଥୁଆହୋଇଛି ସ୍କୁଟି

ବାରଙ୍ଗ,୩୦/୮(ଏସଏସ ନିଉଜ) ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଥିବାରୁ ଡେଇଁ ପଡ଼ିଥିବା ସନ୍ଦେହ ହେଉଛି।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ।

ଆଜିର ରାଶିଫଳ

ବାଲିତୃତୀୟା ,୨୦୨୨ ମସିହା ଅଗଷ୍ଟ ମାସ ୩୦ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ଦିବା ଘ୩/୩୯ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୧୨ ,ମକର ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଦିବା ଘ୩/୩୯ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି […]

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୯ ତାରିଖ (ସୋମବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତିଆ ଦିବା ଘ୩/୨୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୪୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୦୧/୦୦ ,ମିଥୁନ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର ,ଦ୍ୱିତିଆର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ. ବୋଇତି କଖାରୁଦିବା ଘ୩/୨୯ ଗତେ ପୋଟଳ ଭକ୍ଷଣ ନିଷେଧ । ମେଷ–ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବା ରେ ସହଯୋଗ […]

ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ

କଟକ,୨୮/୮(ଏସଏସନିଉଜ)ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ ।କୋଭିଡ ପାଇଁ ଗତଦୁଇବର୍ଷ ବିନା ଭକ୍ତରେ ହେଉଥିବା ଦୁର୍ଗାପୁଜା ଏଥର ଭକ୍ତଙ୍କ ଗହଳିରେ ହେବାକୁ ଯାଉଛି ।କରୋନା ସଂକ୍ରାମଣ ହ୍ରାସପାଇଥିବାରୁ ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳନ କରିବାକୁ ପୁଜାକମିଟି ପକ୍ଷରୁ ନିଷ୍ପତି ହୋଇଛି ।ଏଥିନିମନ୍ତେ ଅକ୍ଟୋବର୧ତାରିଖ ମହାଷଷ୍ଠୀରୁ ଦୁର୍ଗାପୁଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣି ଉସ୍‌ବ ହେବ ।୬ତାରିଖ ସକାଳ୯ଟାରୁ ୭ତାରିଖ ମଧ୍ୟରେ ମେଢଗୁଡିକର ଭଷାଣି କାର୍ଯ୍ୟକ୍ରମ ଶେଷ ହେବ ।ମହାଷଷ୍ଠୀରୁ ବିଜୟାଦଶମୀ ୫ଦିନପର୍ଯ୍ୟନ୍ତ […]

ନ୍ୟାୟ ପାଇଁ ଧାରଣା

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଜି. ଉଦୟଗିରି ଥାନା ମହିଳା ଝଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଥାନା ଆଗରେ ମୃତ SIଙ୍କ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି ।ପୋଲିସକୁ ପୋଲିସର ନିର୍ଯାତନା ଲେଖାଥିବା ବ୍ୟାନର ଧରି ଧାରଣାଦେଇଛନ୍ତି । ନିର୍ଯାତନା ଅଭିଯୋଗରେ IIC ରେବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଦାବି କରିଛନ୍ତି ।କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ କହିଛନ୍ତି ପରିବାର ।ତହସିଲଦାର, DSP ଓ ଏସ୍‌ଡିପିଓଙ୍କ ପକ୍ଷରୁ ସମାଧାନ ପାଇଁ ବୁଝାସୁଝା ଆରମ୍ଭ ହୋଇଛି ।କାଲିଠୁ ଝଓ […]