Browsing author

SATYA SANDHANA DESK

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।ଏଥିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏ ନେଇ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବା ବେଳେ ଭର୍ଚୁଆଲରେ ଏହି ବୈଠକରେ ସାମିଲ ହେବେ ।

ପାଗଳା ମାଙ୍କଡ଼ ଉତ୍ପାତ

ଖୋର୍ଦ୍ଧ. ୨୮/୮(ଏସଏସନିଉଜ) ପାଗଳା ମାଙ୍କଡ଼ କାମୁଡାରେ ପୁଣି ଜଣେ ନାବାଳିକା ଆହତ ହୋଇଥିବାର ଜଣାପଡିଛି ।ଟାଙ୍ଗି ବ୍ଲକ୍ ଟାଙ୍କୋଳ ଗାଁରେ ପାଗଳା ମାଙ୍କଡ଼ର ଉତ୍ପାତ ଜାରିରହିଛି ।ସପ୍ତାହକ ଭିତରେ ପ୍ରାୟ ୧୦ ଜଣଙ୍କୁ କାମୁଡ଼ି ଆହତ କଲାଣି ଏହି ପାଗଳା ମାଙ୍କଡ ।

ପୁଣିଏକ ମାଈହାତୀ ମୃତ

କାମାକ୍ଷାନଗର, ୨୮/୮(ଏସଏସନିଉଜ) ଜଙ୍ଗଲ ଭିତରୁ ପୁଣି ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।ମହାବୀର ରୋଡ୍ ରେଞ୍ଜ୍ ଘାଘରାମୁଣ୍ଡା ଗାଁ ନିକଟ ଖେସରା ଜଙ୍ଗଲରୁ ଉଦ୍ଧାର କରାଯାଇଛି ।ମୃତହାତୀର ବୟସ ପ୍ରାୟ ୨୫ ବର୍ଷହେବ ବୋଲି ଜଣାପଡିଛି ।ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଢେଙ୍କାନାଳ, ୨୮/୮(ଏସଏସନିଉଜ) କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେବାରୁ ଏହି ଅଘଟଣ ଘଟିଛି ।ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ ବୋଲି ଜଣାପଡିଛି ।ମହୁଲ ତେଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା […]

ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଭୁବନେଶ୍ୱର,୨୮/୮(ଏସଏସନିଉଜ) ଆଉ ମାତ୍ର କିଛି ଘଣ୍ଟାପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୩୦୦ରୁ ଅଧିକ ଦିନର ବ୍ୟବଧାନ ପରେ ଚଳିତ ଏସିଆ କପ୍‌ର ଦ୍ବିତୀୟ ମୁକାବିଲାରେ ସାମ୍ନାସାମ୍ନି ହେବେ ବିଶ୍ବ କ୍ରିକେଟ୍‌ର ଏହି ଦୁଇଟି ସର୍ବାଧିକ ଲୋକପ୍ରିୟ ଦଳ।ଯାହାକୁନେଇ ବେଶ ଉସ୍‌ାହିତ ଅଛନ୍ତି ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ।ସବୁଆଡେ ପୁଣି ଚର୍ଚ୍ଚା ଯୋରଧରିଛି ।କିଏ ଜିତିବ ,ଭାରତ ନା ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ହେବାକୁ ଯାଉଛି । […]

ସ୍କୁଲ ଚେସ ଚମ୍ପିୟାନସିପ ପ୍ରତିଯୋଗିତା ଉଦଘାଟିତ

ଚନ୍ଦ୍ରଶେଖରପୁର,୨୮/୮(ଏସଏସନିଉଜ) ମଞ୍ଚେଶ୍ୱର ସମେଇଗାଡ଼ିଆରେ ଜେ.ଏମ.ସ୍ପୋର୍ଟ୍ସ ଏକାଡେମି ତରଫରୁ ଦୁଇଦିନିଆ ସ୍କୁଲ ଚେସ ଚମ୍ପିୟାନସିପ ପ୍ରତି ଯୋଗିତା ରବିବାରଦିନ ଆରମ୍ଭ ହୋଇଛି । ଜାତୀୟ ସ୍ପୋର୍ଟ୍ସ ଦିବସ ଅବସରରେ ଏହି ପ୍ରତିଯୋଗୀତାକୁ ଆରମ୍ଭ କରାଯାଇଥିବାବେଳେ ଏଥିରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ବିଦ୍ୟାଳୟର ୧୩୪ଜଣ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଜେ.ଏମ.ସ୍ପୋର୍ଟ୍ସ ଏକାଡେମିର ଅଧକ୍ଷା ମୀରାରାଣୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏହାର ଆଇନ ପରାମର୍ଶଦାତା ସୁବ୍ରତ ମହାପାତ୍ର, ସମ୍ପାଦକ ଯୋଶବନ୍ତ ଦାସ ପ୍ରମୁଖ ଅତିଥିଭାବେ […]

କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ

ବାରଙ୍ଗ,୨୮/୮(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଶ୍ରୀ ପ୍ରତାପ କୁମାର ସ୍ୱାଇଁଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମିଳିଛି ।ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିଠି ନ. ୩୫୯୨୧ ତା ୨୫.୮.୨୦୨୨ତାରିଖରେ ନିଦ୍ଦେଶନାମା ଆସିଅଛି । ସୂଚନା ଯୋଗ୍ୟ ଯେ ଗତ ଜୁନ ୩୦ ଠାରୁ ବିଦାୟ ଅଧକ୍ଷଙ୍କ ଠାରୁ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଡ଼ ସୂର୍ଯ୍ୟକାନ୍ତ ପଣ୍ଡା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ଦାୟିତ୍ୱ ତୁଲାଉଥିଲେ […]

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୮ ତାରିଖ (ରବିବାର)ଭାଦ୍ରବ ମାସ -ଶୁକ୍ଳପକ୍ଷ,ତିଥି-ପ୍ରତିପଦା ଦିବା ଘ୨/୫୦ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୪୮,ମେଷ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପାଣି କଖାରୁଦିବା ଘ୨/୫୦ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ। ମେଷ👉ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ […]

+2ଛାତ୍ର ନିଖୋଜ!

ଚନ୍ଦ୍ରଶେଖରପୁର,୨୭/୮(ଏସ ଏସ ନିଉଜ) ପଟିଆର ଏକ ଘରୋଇ କଲେଜରୁ +2 ଛାତ୍ର ହୃଦେଶ ପଣ୍ଡା ନିଖୋଜ ହୋଇଛନ୍ତି । କାଲି ରାତିରେ କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ମାଡ଼ କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ । ଆଜି ସକାଳଠୁ ମିଳୁନି ହୃଦେଶଙ୍କ ପତ୍ତା । କଲେଜ ଚେୟାର ମ୍ୟାନଙ୍କ ବିରୋଧରେ ଏତଲା ଦିଆଯାଇଥିବାର ଜଣାପଡିଛି।

MKCGରେ ଅଗ୍ନିକାଣ୍ଡ !

ବ୍ରହ୍ମପୁର,୨୭/୮(ଏସ ଏସ ନିଉଜ)ବ୍ରହ୍ମପୁର MKCG ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟଣା । ସୁପର ସ୍ପେଶାଲିଟି ବ୍ଲକର ଅଗ୍ନି ନିର୍ବାପକ କାର୍ଯ୍ୟ କରୁନି।ରକ୍ଷଣାବେକ୍ଷଣ ଅଭାବରୁ କାମ କରୁନି ଅଗ୍ନି ନିର୍ବାପକ ଯନ୍ତ୍ର।