ନିଜେ ହଡପ କରି ଲୁଟ କାହାଣୀ କରିଥିଲେ
ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।
Browsing author
ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।
ବ୍ରହ୍ମପୁର,୨୪/୮(ଏସ ଏସ ନିଉଜ) ବେଆଇନ ଗୁଟଖା କାରଖାନା ଉପରେ ରେଡ୍ କରିଛି ପୋଲିସ । ୩୨ ବସ୍ତା ଗୁଟଖା ଜବତ କଲା ପୋଲିସ।ନାମୀଦାମୀ କମ୍ପାନି ନାଁରେ ଗୁଟଖା ଓ ପାନ୍ ମସଲା ବିକ୍ରି ହେଉଥିଲା । ବହୁ ପରିମାଣରେ ମସଲା ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ କୈଳାସ ସାହୁ ଓ ଶଙ୍କର ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜବତ ଗୁଟଖା ଦାମ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।
ଗଜପତି,୨୪/୮(ଏସ ଏସ ନିଉଜ)ଗଜପତି ମର୍ଲଭା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା।୪୨ ଟି ପ୍ୟାକେଟରେ ପାଖାପାଖି ୮୪ କିଲୋ ଗଞ୍ଜେଇ ଜବତ ହୋଇଛି।ଚନ୍ଦ୍ରଗିରିରୁ ଆନ୍ଧ୍ର ପ୍ରଦେଶର ଦେଇ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି।
ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ।କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ମିଳିଲା ସୂଚନା ।
କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।
ଭୁବନେଶ୍ୱର,୨୪/୮(ଏସଏସନିଉଜ)ଗଣେଶ ପୂଜା ସଂପର୍କରେ BMC କମିଶନରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି କୋଭିଡ କଟକଣା ଉଠିଛି ।ଲୋକଙ୍କୁ ନେଇ ପୂଜା ହୋଇପାରିବ । ପରଦା ଆଢୁଆଳରେ ନୁହେଁ, ଏଥର ଭକ୍ତ ସିଧାସଳଖ ଦର୍ଶନ କରିବେ । କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କମିଶନର ।
ବ୍ରହ୍ମପୁର,୨୪/୮(ଏସଏସନିଉଜ) ଛତ୍ରପୁର ଥାନା ଆଗରେ ବିଷ ପିଇ ମହିଳାଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଉଦ୍ୟମ କରିଛନ୍ତି । ଯୌତୁକନିର୍ଯାତନା ନେଇ ମହିଳା ବିଷ ପିଇଥିବା ସୂଚନାମିଳିଛି । ବିଷ ପିଇବାପରେ ଗୁରୁତର ହୋଇପଡିଥିବା ମହିଳାଙ୍କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି ।
କେନ୍ଦ୍ରାପଡ଼ା, ୨୪/୮(ଏସଏସନିଉଜ) ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଛି ।ଏହିସମୟରେ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ।ଏହିଭଳି ଅମାନବିକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ଘଟିଛି ,ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଗ୍ରାମର ପୂଜକ ରଙ୍ଗାଧର ଦାଶଙ୍କ ପତ୍ନୀଙ୍କର ୪ ଜଣ ପୁଅ ଝିଅ ଅଛନ୍ତି ।ତାଙ୍କର ସେହି ଗ୍ରାମର ଅସିତ ସତପଥିଙ୍କ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।ବାରମ୍ବାର ଅସିତ ମହିଳାଙ୍କ ଘରକୁ […]
ଜୟପୁର, ୨୪/୮(ଏସଏସନିଉଜ) ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ହୋଇଛନ୍ତି । ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ରବିବାର ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।