Browsing author

SATYA SANDHANA DESK

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟରେ ମାର୍ଗଦର୍ଶନ ଉତ୍ସବ

ବାରଙ୍ଗ,୨୩/୮(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାରଦିନ ମାର୍ଗଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ସାଟିଫିକେଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭୭ଜଣ ଛାତ୍ରୀଛତ୍ରଙ୍କୁ ସାଟିଫିକେଟ ସହ ସମ୍ବର୍ଦ୍ଧନା ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାର୍ଗଦର୍ଶନ ଉତ୍ସବରେ ପୁରାତନ ଛାତ୍ର ପ୍ରଫୁଲକୁମାର ପାତ୍ର,ଶ୍ରୀନିବାସ ମାନସିଂ, ଭାସ୍କରଚନ୍ଦ୍ର ସୁବୁଦ୍ଧି,ସନ୍ତୋଷ କୁମାର ରାୟ,ସୁରେନ୍ଦ୍ର କୁମାର ସାମନ୍ତରାୟ,ନୀଳକଣ୍ଠ ବାରିକ,ସ୍କୁଲକମିଟି ସଭାପତି ଅଭିମନୁ ମହାପାତ୍ର , ଉପସଭାନେତ୍ରୀ ସସ୍ମିତା ବାହିନୀପତି ପ୍ରମୁଖ ଅତିଥିବଭାବେ ଯୋଗଦେଇ କୃତି ପିଲାମାନଙ୍କୁ ଭଲ ମଣିଷ ହେବାର […]

କୃଷ୍ଣସାର ମୃଗର ଭାଙ୍ଗିଲା ଗୋଡ

ବାରଙ୍ଗ,୨୩/୮(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ଖାଦ୍ୟପାଇଁ ଏନକ୍ଲୋଜର ଭିତରେ ସଂଘର୍ଷ ଘଟି ଏକ କୃଷ୍ନସାରମୃଗର ଗୋଡ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ନନ୍ଦନକାନନର ୬୬ନମ୍ବର (କ) ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାରମୃଗ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୃଷ୍ଣସାରମୃଗ ସହ ସଂଘର୍ଷ ଘଟି ତାର ଡାହାଣ ପଟ ଗୋଡରେ ଶକ୍ତ ଆଘାତ ଲାଗି ଗୋଡଟି ଭାଙ୍ଗିଯାଇଥିବାର ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରିବା […]

ବନ୍ୟା ଯୋଗୁଁ ବଢିଲା ସମୟ

ଭୁବନେଶ୍ୱର,୨୩/୮(ଏସଏସନିଉଜ) ବନ୍ୟା ଯୋଗୁଁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ି ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ଫର୍ମ ପୂରଣ ଅବଧି ।ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଓ ଫର୍ମପୂରଣରୁ ବଞ୍ଚିତ ହୋଇଥିଲେ । ଏଣିକି ବୋର୍ଡ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ଏବଂ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ କରିପାରିବେ।

ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଢେଙ୍କାନାଳ, ୨୩/୮(ଏସଏସନିଉଜ) ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲର୍କ ଉତ୍ତମ ରାଉତ ।ଡିଗ୍ରୀ ସାର୍ଟିଫିକେଟ ଦେବାକୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।  

ବୟଫ୍ରେଣ୍ଡ ନାଁରେ ଦଫା୩୦୬

ଚନ୍ଦ୍ରଶେଖରପୁର, ୨୩/୮(ଏସଏସନିଉଜ) ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ନାଁରେ ଲାଗିଲା ଦଫା ୩୦୬ ଲଗାଇଛି ପୋଲିସା ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଦଫା ୩୦୬ ଲଗାଇ ନୋଟିସ କଲା ପୋଲିସ ।ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା କଲା ପୋଲିସ । ସୌମ୍ୟଜିତଙ୍କୁ ତୁରନ୍ତ ଗିରଫ ଦାବି କଲେ ଶ୍ୱେତାଙ୍କ ବାପା ଓ ଭାଇ ଦାବୀ କରିଛନ୍ତି ।  

ହାତଗୋଡ଼ ବନ୍ଧା ନାବାଳିକା ଉଦ୍ଧାର

ବଲାଙ୍ଗିର, ୨୩/୮(ଏସଏସନିଉଜ) ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛି ।ନିଖୋଜର ୨ ଦିନ ପରେ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର କରିଛି ପୋଲିସ । ବରଗଡ଼ ଗାଇସିଲଟ ଥାନା ଅଞ୍ଚଳର ନାବାଳିକାହୋଇଥିବାବେଳେ ମୈଦାନୁମୁଣ୍ଡା ଜୋର ନିକଟରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ମୋ ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା

କୋଣାର୍କ,୨୩/୮(ଏସଏସନିଉଜ) ମୋ ବସ୍ ସହ ଯାତ୍ରୀବାହୀ ବସ୍ ର ଧକ୍କା ରେ ୧୦ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି । କୋଣାର୍କ-ଗୋପ ରାସ୍ତାର ପାଟେଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି ।

ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର

ଭୁବନେଶ୍ୱର,୨୩/୮(ଏସଏସନିଉଜ) ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୋଗାଟ ୨୦୧୯ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଡାମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ବୟଫ୍ରେଣ୍ଡକୁ ହେବ ନୋଟିସ

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ନୋଟିସ୍ କରିବ କମିଶନରେଟ୍ ପୋଲିସ ।ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିବ ପୋଲିସ ।ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି ।

ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ

ଭୁବନେଶ୍ୱର,୨୩/୮(ଏସ ଏସ ନିଉଜ)ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ ପ୍ରତାପଦେବ ।ଭୋଗରାଇ ରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସମୀକ୍ଷା ପରେ ପରିସ୍ଥିତି ଉପରେ ନଜର ରଖିଥିବା କଥା କହିଛନ୍ତି ମନ୍ତ୍ରୀ ।