Browsing author

SATYA SANDHANA DESK

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼,୧୯/୮(ଏସଏସନିଉଜ) ସୁନ୍ଦରଗଡ଼ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି ।ବନ୍ଦ ପାଳନ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ । ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଶୁକ୍ରବାରଠୁ ପ୍ରବଳ ଛେଚିବ

ଭୁବନେଶ୍ୱର, ୧୯/୮(ଏସଏସନିଉଜ) ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବ । ବନ୍ୟାର ସ୍ଥିତି ଧିରେଧିରେ ସୁଦୃଢ ହେଉଥିବାବେଳେ ପୁଣି ବର୍ଷା ବୋଝ ଉପରେ ନଳିତା ବିଡ଼ା ଭଳି ହେବାକୁ ଯାଉଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହି ୨୧ରୁ କ୍ରମଶଃ କମିବ । ପାଣିପାଗ ବିଭାଗର […]

ବନ୍ଦ ହେଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର,୧୯/୮(ଏସଏସନିଉଜ) ପୁରୀରେ ହେବାକୁ ଥିବା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ସ୍ଥଗିତ ହୋଇଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଶିକ୍ଷଣ ଶିବିର ସ୍ଥଗିତ ରଖାଯାଇଥିବାର ସୁଚନା ଦିଆଯାଇଛି । ବିଜେପି ପ୍ରଶିକ୍ଷଣ ବିଭାଗ ରାଜ୍ୟ ସଂଯୋଜକ ସୁରମା ପାଢୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୦,୨୧ ଓ ୨୨ ତାରିଖ ୩ ଦିନ ହେବାକୁ ଥିଲା ପ୍ରଶିକ୍ଷଣ ଶିବିର ।

୪୦ଟି ସ୍କୁଲ ୨ ଦିନ ପାଇଁ ଛୁଟି

ଜଗତସିଂହପୁର,୧୯/୮(ଏସଏସନିଉଜ) ଜଗତସିଂହପୁର ଜିଲ୍ଲାର ୪୦ଟି ସ୍କୁଲ ଆସନ୍ତା ୨ ଦିନପାଇଁ ଛୁଟି ଘୋଷଣା ହୋଇଛି ।୧୯ ଓ ୨୦ ତାରିଖ ୨ ଦିନ ସ୍କୁଲ ଗୁଡ଼ିକ ଛୁଟି ରହିବ. ବନ୍ୟା ସ୍ଥିତି ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।ସ୍କୁଲ ଛୁଟି ନେଇ ୭ଟି ବ୍ଲକର ବିଇଓଙ୍କୁ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ବ୍ରଜରାଜନଗର ରେଳ ଷ୍ଟେସନ ଏବଂ ଇବ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି ।ଲାଇନ ଚ୍ୟୁତ ହେବାର ଅନେକ ସମୟ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମସ୍ୟାର ସମାଧାନ ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଆଜି ଧାର୍ଯ୍ୟ ହେବ ନୂଆଁଖାଇ ଲଗ୍ନ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ।ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ହେବ ଲଗ୍ନ ।

ପୁଣି ମାଓ ତାଣ୍ଡବ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ନୂଆପଡ଼ାରେ ପୁଣି ମାଓ ତାଣ୍ଡବ ଦେଖିବାକୁ ମିଳିଛି । ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି ।ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ ନୃଶଂସ ହତ୍ୟାଘଟଣା ଘଟିଛି ।ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବା ପୋଲିସପକ୍ଷରୁ ସୂଚନାମିଳିଛି ।

ପାଣିମିଶା ତେଲକୁ ନେଇ ହୋହାହ୍ଲା

ବଣାଇ, ୧୯/୮(ଏସଏସନିଉଜ)ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗ କରି ଗ୍ରାହମାମାନଙ୍କର ହୋହଲ୍ଲା ଆରମ୍ଭ ହୋଇଛି ।ଲହୁଣୀପଡ଼ା ଥାନା ଲମସି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି ।ପାଣି ମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ଅଭିଯୋଗରେ ଗ୍ରାହକମାନେ ପାଟିତୁଣ୍ଡ ଆରମ୍ଭ କରିଛନ୍ତି ।

ସିବିଆଇ ରେଡ୍

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢଉଜାରି ରଖିଛି ସିବିଆଇ ।

ମହୁଲ ଗଛରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ

ଦେବଗଡ଼.୧୯/୮(ଏସଏସନିଉଜ)ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।କୁଣ୍ଢେଇଗୋଳା ଥାନା ଆଉଁଳି ଗାଁ ନିକଟ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।ମୃତ ଯୁବକ ଆଉଁଳି ଗାଁର ହୋଇଥିବାବେଳେ ଯୁବତୀଜଣଙ୍କ ଅନୁଗୁଳ ଅଞ୍ଚଳର ଜଣାପଡିଛି ।କାଲି ଯୁବତୀଙ୍କୁ ନେଇ ଯୁବକ ଗାଁକୁ ଆସିଥିବା ଗ୍ରାମବାସୀଙ୍କଠାରୁ ସୂଚନାମିଳିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।