Browsing author

SATYA SANDHANA DESK

ବନ୍ୟାରେ ଭାସିଗଲେ ୫ ଶିଶୁ

ଆଠଗଡ,୧୮/୮(ଏସଏସନିଉଜ) ୫ ଜଣ ଶିଶୁ ଗାଧୋଇ ଯାଇଥିବାବେଳେ ବନ୍ୟାରେ ଭାସି ଯାଇଛିନ୍ତି ।ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରାହ୍ମଣ ବସ୍ତ ଗ୍ରାମର ୫ ଜଣ ପିଲା ବିଷ୍ଣୁପୁର ଜୋରକୁ ଗାଧୋଇଯାଇଥିବାବେଳେ ଏହି ଅଘଟଣ ଘଟିଥିଲା ।ଉଦ୍ଧାର ପରେ ଜଣେ ନାବାଳକର ଅବସ୍ଥା ଗୁରୁତର ହୋଇପଡିବାରୁ ତାକୁ ଲୋକମାନେ ମଧୁପୁର ମେଢିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ନାବାଳକୁ ମୃତ ବୋଲି ଘୋଷଣା କରିଥିଲେ ।

ବର୍ଷାପାଣି ଭର୍ତ୍ତି ଗାତ ନେଲା ଶିଶୁର ଜୀବନ

ନୀଳଗିରି, ୧୮/୮(ଏସଏସନିଉଜ)ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ୫ ବର୍ଷର ଶିଶୁପୁତ୍ର ମୃତ୍ୟୁବରଣ କରିଛି । ବେଗୁନିଆ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ମୃତ୍ୟୁହୋଇଛି । ଖୋଳାଯାଇଥିବା ଗାତ ପୋତାଯାଇ ନଥିବା ଅଭିଯୋଗ ହୋଇଛି । ବର୍ଷାପାଣି ଭର୍ତ୍ତି ହୋଇଥିବାରୁ ପିଲାଟି ଜାଣିପାରିନଥିଲା ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ସବୁ ନଦୀରେ ଜଳସ୍ତର ପୁଣି ବଢିବ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ରାଜ୍ୟର ସବୁ ନଦୀରେ ଆଜି ଜଳସ୍ତର କମିଛି । ବନ୍ୟାର ପିକ୍ ଫ୍ଲୋ ରାତିରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବାହିତ ହୋଇଥିବାବେଳେ ସକାଳ ବେଳକୁ ଜଳସ୍ତର କମିଛି । କିନ୍ତୁ ହୀରାକୁଦର ୪୦ଟି ଗେଟ ଦେଇ ଯେଉଁ ବନ୍ୟା ଜଳ ଛଡାଯାଉଛି ତାହା ଆଜି ମୁଣ୍ଡୁଳିଠାରେ ସକାଳ ୧୦ଟା ୧୧ଟାରେ ପହଞ୍ଚିବ ଏସଆରସିଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୦ […]

ରାସ୍ତା ଉପରେ ପାଣି

କୋଣାର୍କ, ୧୮/୮(ଏସଏସନିଉଜ)ଗୋପ-ପୁରୀ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି, ଚାଲିଛି । ଗୋପ-ପୁରୀ ମୁଖ୍ୟରାସ୍ତାର ଷୋଳପୁର ନିକଟରେ ୩ ଫୁଟର ପାଣି । କୁଶଭଦ୍ରା ନଦୀବନ୍ଧର ଖଣ୍ଡିଆକୁଦ ନିକଟରେ ଘାଇ ଯୋଗୁଁ ବଢୁଛି ବନ୍ୟାପାଣି । ରାସ୍ତା ଉପରେ ପାଣି ଯୋଗୁଁ ଗୋପରୁ ପୁରୀକୁ ଗମନାଗମନ ବ୍ୟାହତ ହୋଇଛି ।  

୪ ମହଲାରୁ ଡେଇଁଲେ ରୋଗୀ

ଢେଙ୍କାନାଳ, ୧୮/୮(ଏସଏସନିଉଜ) ଢେଙ୍କାନାଳ ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀ ମୃତ୍ୟୁବରଣ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ମୃତ୍ୟୁବରଣ କରିଥିବା ରୋଗୀ ହେଉଛନ୍ତି ପର୍ଜଙ୍ଗ ଅଞ୍ଚଳର ଦୁର‌୍ୟ୍ୟୋଧନ ନାୟକ । ଗତକାଲି ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ ।  

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୧୨ ଘଣ୍ଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି ।  

ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଆଜି ରାଜ୍ୟରେ ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୩:୩୦ରେ ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ।ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମସଜିଦରେ ବିସ୍ଫୋରଣ!

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ ହୋଇଛି ।ବିସ୍ଫରଣରେ ପାଖାପାଖି ୨୦ମୃତ୍ୟୁବରଣ କରିଥିବାବେଳେ ୪୦ ଆହତ ହୋଇଥିବା ସୂଚନା ମିଳିଛି ।    

ଆଉ ଏକ ଗୁଳିବିଦ୍ଧ ଦନ୍ତା

ନରସିଂହପୁର, ୧୮/୮(ଏସଏସନିଉଜ) ନରସିଂହପୁରରେ ଆଉ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି ।ଚତରାପଦା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା ।ଦନ୍ତା ଦେହରେ ୩ଟି ଗୁଳି ବାଜିଥିବା ସ୍ଥାନୀୟ ଲୋକଙ୍କଠାରୁ  ସୂଚନାମିଳିଛି ।ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ ।

ବସ-ବାଇକ ମୁଁହାମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ଯୁବକ

ବାରଙ୍ଗ,୧୭/୮(ଏସଏସନିଉଜ) ଗୋଡିସାହି ଫାଣ୍ଡି ନିକଟସ୍ଥ ନେତଲ ଗ୍ରାମ ନିକଟ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ବୁଧବାର ଅପରାହ୍ନ ୩ଟା ସମୟରେ ବସ ଓ ବାଇକ ମୁଁହାମୁହିଁ ଧକ୍କା ହୋଇଛି।ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଯୁବକ।କଟକ ବିରିବାଟି ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ ଯୋଗେ ମୁଣ୍ଡଳୀରୁ ଫେରୁଥିବା ସମୟରେ ଭୁବନେଶ୍ଵରରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ସେମାନଙ୍କ ମୁଁହାମୁହିଁ ଧକ୍କା ହୋଇଥିଲା।ତେବେ ସୌଭାଗ୍ୟବଶତଃ ତିନିଜଣ ଯୁବକ ବଂଚିଯାଇଥିବାବେଳେ […]