Browsing author

SATYA SANDHANA DESK

ବନ୍ୟା ମୁକାବିଲା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ସମ୍ଭାବ୍ୟ ବନ୍ୟା ପାଇଁ NDRF, ଓଡ୍ରାଫ, ଫାୟାର ଟିମ୍ ମୁତୟନ ହୋଇଛନ୍ତି।ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ SRCଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଓ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ।ଏହାସହ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ରହିବ।

ମିଳିଲା ମୃତଦେହ

ଆଠଗଡ,୧୪/୮(ଏସ ଏସ ନିଉଜ)ଆଠଗଡ଼ ସାପୁଆ ନଈ ବ୍ରୀଜ୍ ଉପରେ ଦୁର୍ଘଟଣା ଘଟଣାରେ ନଈ ଭିତରୁ ମିଳିଲା ନିଖୋଜ ଶିକ୍ଷକଙ୍କ ମୃତଦେହ। ଶୁକ୍ରବାର ଦିନ ସ୍କୁଲରୁ ଫେରିବା ବେଳେ କ୍ଷୀରଗାଡି ସହ ହୋଇଥିଲା ଦୁର୍ଘଟଣା। ମୃତ ଶିକ୍ଷକ ଜଣକ ହେଲେ ଭୋଗରା ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ରାଉଳ।

କଟକଜିଲ୍ଲାରେ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ପ୍ରବଳ ବର୍ଷା ଯୋଗୁଁ ଟ୍ଵିନସିଟିକୁ ସତର୍କତା ଜାରି କଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହକଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।ସମସ୍ତ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।ସେହିପରି ଜିଲ୍ଲାପାଳ ଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି କୁହାଯାଇଛି।

ବର୍ଷା ସାଜିଲା କାଳ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ବର୍ଷା ସାଜିଲା କାଳ ।କାନ୍ଥପଡି ମହିଳା ମୃତ.ବରଣ କରିଛନ୍ତି।ଏହି ଘଟଣା କାମାକ୍ଷାନଗର ସୋଗର କରବର ସାହିରେ ଘଟିଛି।ମୃତକ ଶାନ୍ତିଲତା ଭୋଇ ଘରେ ବସିଥିବା ବେଳେ କାନ୍ଥ ପଡିଥିଲା! ।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

ମହାନଦୀକୁ ଆସୁଛି ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି। କାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରିବ ।ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ହୀରାକୁଦର ଉପର ଏବଂ ତଳ ମୁଣ୍ଡରେ ବର୍ଷା ଜାରିରହିଛି । ହୀରାକୁଦର ୩୪ଟି ଗେଟ ଖୋଲା ରହିଛି । ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।୫ ଲକ୍ଷ ୬୦ ହଜାର […]

ଆଜିର ରାଶିଫଳ

ଅଙ୍ଗଭେଟ ତୃତୀୟା ,୨୦୨୨ ମସିହା ଅଗଷ୍ଟ ମାସ ୧୪ ତାରିଖ (ରବିବାର)ଭାଦ୍ରବ ମାସ -କୃଷ୍ଣପକ୍ଷ ,ତିଥି-ତୃତୀୟା ରା ଘ୧୦/୩୮ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୦/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୭ ,ମେଷ ରାଶିର ଘାତବାର ,ଧନୁ ରାଶିର ଘାତଚ¦â, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ରାତ୍ରି ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। […]

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ଜବତ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଚେନ୍ନାଇ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ପ୍ରଜାତି ଜବତ ହୋଇଛି ।ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଚେକ୍ ଇନ୍ ବ୍ୟାଗେଜ୍ ରେ ଆଣିଥିଲେ ବନ୍ୟଜନ୍ତୁ ।୧ଟି ବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗସ୍ନେକ୍, ୫ଟି ବଲ୍ ପାଇଥନ୍ ଏବଂ ୨ଟି ଆଲଡାବ୍ରା କଇଁଛ ଉଦ୍ଧାର ହୋଇଛି ।  

୧୫ ତାରିଖ ସକାଳେ ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସୁଦ୍ଧା ୩୪ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛିବୋଲି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା‌ ଦେଇଛନ୍ତି। ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ସେହିପରି ଓଡ଼ିଶାରେ ଆସନ୍ତା ୨ ଦିନ […]

ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଆସନ୍ତା ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏହା ପୂର୍ବରୁ ଆଜିଠାରୁ ହର ଘର ତ୍ରିରଙ୍ଗା ଆରମ୍ଭ ହୋଇଛି । ଏହାରି ଭିତରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ ହୋଇଛି ।ଏକ କ୍ରିକେଟ ଷ୍ଟାଡିୟମରେ ମାନବ ଶୃଙ୍ଖଳା ସହ ତ୍ରିରଙ୍ଗା ଉଡାଯାଇଛି । ଏହି ତ୍ରିରଙ୍ଗାରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ କରିଛନ୍ତି।