୧୫ ତାରିଖ ସକାଳେ ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସୁଦ୍ଧା ୩୪ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛିବୋଲି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା‌ ଦେଇଛନ୍ତି। ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ସେହିପରି ଓଡ଼ିଶାରେ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି ।

Comments (0)
Add Comment