Browsing author

SATYA SANDHANA DESK

ଅଗଷ୍ଟ୧୫ରେ ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୧୨/୮(ଏସଏସନିଉଜ)ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧିନତା ଦିବସ,ସାଧାରଣତନ୍ତ୍ର ଦିବସ,ବଡଦିନ,ନୂଆବର୍ଷ,ଦଶହରା,ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ।ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର […]

ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ

ବାରଙ୍ଗ,୧୨/୮(ଏସଏସନିଉଜ)ନନ୍ଦନକାନନ ସିଂହସଫାରୀ ଫିଡିଙ୍ଗ ଚାମ୍ବରର କାର‌୍ୟ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ମୃତ ଅସ୍ଥାୟୀ କର୍ମଚାରୀ ଜଣକ ମଧୁସୂଦନ ସାମଲ(ବାଙ୍କୁ) ।ସେ ଶୁକ୍ରବାର ଦିନ ସକାଳ ସମୟରେ ସିଂହସଫାରୀ ଫିଡିଙ୍ଗଚାମ୍ବରରେ ସିଂହମାନଙ୍କୁ ସଫାରୀ ଭିତରକୁ ଛାଡିବା ପରେ ଫିଡିଙ୍ଗଚାମ୍ବର ସଫା କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜନ୍ତୁ ବିଭାଗର କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବାଙ୍କୁର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲା।ସେଠାରେ […]

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୧୩ ତାରିଖ (ଶନିବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଦ୍ୱିତିଆ ରା ଘ୧୨/୫୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ,ସୁର୍ୟୋଦୟ ପ୍ରାତଃ ଘ୦୫/୨୯/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୧୬ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ଦ୍ୱିତିଆର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି […]

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ବସ

ଭୁବନେଶ୍ବର,୧୨/୮(ଏସଏସନିଉଜ) ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍ ନିକଟରେ ସାରଳା ନାମକ ଏକ ଯାତ୍ରୀବାହୀ ବସ୍ ଓଟଲି ପଡ଼ିଛି।ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବାର ଜଣାପଡ଼ିଛି। ଆଜି ୫୦ ଜଣ ଯାତ୍ରୀ ନେଇ ଭୁବନେଶ୍ୱରରୁ ଅସ୍ତରଙ୍ଗ ଯାଉଥିବାବେଳେ ୫ଟାପାଖାପାଖି ପିପିଲି ଟୋଲ୍‌ଗେଟ୍ ଅତିକ୍ରମ କରିଥିଲା ।କିଛିବାଟଯିବାପରେ ସାମ୍ନାକୁ ଏକ କାର୍ ହଠାତ୍ ପଶି ଆସିବାରୁ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇ ଡିଭାଡର ଉପରେ ଚଢ଼ାଇ ଦେବାରୁ ବସ୍‌ଟି ଘଟଣାସ୍ଥଳରେ […]

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ପୁଣି ଆସୁଛି ଆଉ ଏକ ଲଘୁଚାପ।କାଲିଠୁ ଲଘୁଚାପ ପ୍ରଭାବରେ ପୁଣି ୫ ଦିନ ଲଗାଣ ବର୍ଷା ଅନୁମାନ କରାଯାଇଛି।୧୩ରୁ ୧୫ ପ୍ରବଳ ବର୍ଷା ସହ ୪୫-୫୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଉପରମୁଣ୍ଡରେ ଏବଂ ତଳମୁଣ୍ଡରେ ବର୍ଷା ଲାଗିରହିଲେ ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ଦେଖଦେଇଛି ।

ଅଧାରହିଗଲା ମିଠା କିଣା

  ଆନନ୍ଦପୁର,୧୨/୮(ଏସ ଏସ ନିଉଜ) ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଛେନାପଦୀ ମହିଳା ମହାବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି ।ବାଇକ୍ ଦୁର୍ଘଟଣାରେ ସୁଲଣ ପଞ୍ଚାୟତ ବିରିଡି ଗ୍ରାମର ଵିନୋଦ ପାଣିଙ୍କ ମୃତ୍ୟୁ ଘଟିଛି ।ପାଣି ତାଙ୍କ ପୁଅଙ୍କ ସାଙ୍ଗରେ ଝିଅ ଘରକୁ ଯିବା ପାଇଁ ମିଠା କିଣିବାକୁ ବଜାରକୁ ଆସିଥିବାବେଳେ ଦୁର୍ଘଟଣା ହୋଇଥିଲା ।

ଗୁପଚୁପ୍ ଖାଇ ୧୦୦ରୁ ଅଧିକ ଅସୁସ୍ତ

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପଚୁପ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଜଣାପଡିଛି ।ସମସ୍ତଙ୍କୁ ନିକଟସ୍ଥହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଗୁପ୍‌ଚୁପ୍‌ ଖାଇବା ପରେ ଲୋକମାନଙ୍କୁ ପେଟ ଯନ୍ତ୍ରଣା ଏବଂ ଝାଡ଼ାବାନ୍ତି ହୋଇଥିଲା। ଦେଖୁ ଦେଖୁ ପୂରା ଗାଁର ଲୋକେ ଏହିଭଳି ଅଭିଯୋଗ ଆଣିଥିଲେ।

ବିଶ୍ୱ ରେକର୍ଡ ଦୌଡ଼ରେ ରାଜସ୍ଥାନ

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ଆଜି ଜୟପୁରର ଏସଏମଏସ ଷ୍ଟାଡିୟମରେ ୧ କୋଟି ପିଲା ଏକତ୍ର ଗାଇବେ ଦେଶପ୍ରେମ ଗୀତ ।ଏଥିରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୯-୧୨ ଶ୍ରେଣୀର ଛାତ୍ରମାନେ ସାମିଲ ହେବେ।କାର୍ଯ୍ୟକ୍ରମ ବନ୍ଦେ ମାତରାମ ଗୀତରୁ ଆରମ୍ଭ ହେବ, ତା’ପରେ କ୍ରମରେ ସମସ୍ତ ଗୀତ ଗାନ କରାଯିବ।

ବାଥରୁମରୁ ମିଳିଲା ଝୁଲନ୍ତା ମୃତଦେହ

ପୁରୀ ,୧୨/୮(ଏସ ଏସ ନିଉଜ)ପୁରୀଜିଲ୍ଲା କାରାଗାରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜେଲ୍ ବାଥରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ଆତ୍ମହତ୍ୟା ସନ୍ଦେହ କରାଯାଇଛି ।ମୃତ କଏଦୀ ହେଲେ ବିଶ୍ୱନାଥ ବାରିକ ।ସେ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ।

ବୋହି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୨/୮(ଏସ ଏସ ନିଉଜ)ଏସ୍‌ବିଆଇ ଏଟିଏମ୍ ତାଡ଼ି ବୋହି ନେଇଗଲେ ଦୁର୍ବୃତ୍ତ ।ସମ୍ବଲପୁର-ଝାରସୁଗୁଡ଼ା ରାସ୍ତା ମାଝିପାଲିରେ ବିଳମ୍ବିତ ରାତିର ଏହି ଘଟଣାଘଟିଛି ।ମାଝିପାଲି ଫାଣ୍ଡିରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।