Browsing author

SATYA SANDHANA DESK

ନାବାଳିକାକୁ ବ୍ଲାକମେଲ କରି ବନ୍ଧ।ହେଲେ ଦୁଇ

ଡେଲାଙ୍ଗ,୩/୮(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରିବା ସହ ମୋବାଇଲରେ ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ଅଭିଘୋରେ ସତ୍ୟବାଦୀଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଦିପ୍ତିରଞନସ୍ୱାଇଁ (ଗୁନ)ଓ ଶୁସାନ୍ତକୁମାରନାୟକ(ମୁନା) ।ଗତଦୁଇତାରିଖରେ ଏହି ଦୁଇ ଜଣ ଜଣେ ନାବାଳିକାର ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ସହ ସେମାନଙ୍କ ସହ ମିଶିବାକୁ ବାଧ୍ୟ କରୁଥିଲେ ।ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିବାର ନାବାଳିକା ତାର ପରିବାର ସାହ ଆସି ଥାନାରେ ଅଭିଯୋଗ କରିଥିଲା ।ପୋଲିସ୨୨୫/୨୨କେଶନଂରେ ଏକ […]

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୂଯାୟୀ ଆଇଏଏଏସ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ସଚିବ ସହ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ରେ ରହିଛନ୍ତି । ସଞ୍ଚୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ଓ ତାଙ୍କୁ ସୂଚନା ଏବଂ ଲୋକସଂପର୍କ ବିଭାଗ ସଚିବ ଏବଂ ବିଡିଏ ଭିସି ଭାବରେ ମଧ୍ୟ ଅତିରିକ୍ତି ଦାୟିତ୍ୱ ,ଅଶ୍ୱଥି ଏସଙ୍କୁ […]

ଗୋଟିଏ ଦିନରେ ତିନି ମୃତଦେହ ଉଦ୍ଧାର

ଭୁବନେଶ୍ୱର,୩/୮(ଏସଏସନିଉଜ) ଭୁବନେଶ୍ୱର ନୟାପଲ୍ଳୀଠାରେ ଏକ ଭଡ଼ା ଘରେ ରହୁଥିବା ରଞ୍ଜିତା ସାହୁ ନାମକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବତୀଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଅନ୍ୟଏକ ଘଟଣାରେ ନବଦମ୍ପତିଙ୍କ ମୃତଦେହ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଗୋଟିଏ ଲୁଗାରେ ଉଭୟ ସ୍ୱାମୀ-ସ୍ତ୍ରୀ ଝୁଲିପଡ଼ିଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି […]

ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ITI

ଭୁବନେଶ୍ୱର,୩/୮(ଏସଏସନିଉଜ) ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ITI ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି […]

୫ରେ ରାଜଭବନ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର,୩/୮(ଏସଏସନିଉଜ) ଦରଦାମ ବୃଦ୍ଧି, ମୁଢି ଗୁଡ଼ରେ ଜିଏସ୍‌ଟିକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରବ ।ଏଥିପାଇଁ ଆସନ୍ତା ୫ ତାରିଖରେ ରାଜଭବନ କଂଗ୍ରେସ ଘେରାଉ କରିବ ।ରାଜଭବନ ଘେରାଉ ସହ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ । ପ୍ରେସ୍‌ମିଟ୍‌ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

ବନ୍ଦରରେ ଅଘଟଣ

ପାରାଦ୍ଵୀପ ,୩/୮(ଏସଏସନିଉଜ)ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ ଘଟିଛି । ବୋଟ୍ ରୁ ଖସିପଡ଼ି ମତ୍ସ୍ୟଜୀବୀ ମହେଶ୍ୱର ମାଝୀ ମୃତୁବରଣ କରିଛନ୍ତିା ଓଡ୍ରାଫ ଟିମ୍ ଖୋଜାଖୋଜି କରି ମୃତ ମତ୍ସ୍ୟଜୀବୀ ମାଝୀଙ୍କ ଶବ ଉଦ୍ଧାର କରିଛନ୍ତି ।  

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ASI

ଭୁବନେଶ୍ୱର,୩/୮(ଏସଏସନିଉଜ)ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ଲାଞ୍ଚ ନେଉଥିବାବେଳେ ପୁର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼

ବାସୁଦେବପୁର, ୩/୮(ଏସଏସନିଉଜ) ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼ ହୋଇଥିବାର ଜଣାପଡିଛି । ନାୟକାଣୀଡିହି ଥାନା ରାଜଘରପୋଖରୀ ଗାଁରେ ଏହି ଘଟଣା ଘଟିଛି ।ଗୋଟିଏ ପରିବାରର ଏସିଡ୍ ମାଡ଼ରେ ଅନ୍ୟ ପରିବାରର ଦମ୍ପତି ଗୁରୁତର ଆହତହୋଇଛନ୍ତି । ଏସିଡ୍ ମାଡ଼ରେ ଗୁରୁତର ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଛାତ୍ରଙ୍କୁ ପିଟିଲେ ପ୍ରିନ୍ସପାଲଙ୍କ ଭାଇ !

ବାରିପଦା,୩/୮(ଏସ ଏସ ନିଉଜ) ITI ଛାତ୍ରଙ୍କୁ ପ୍ରିନ୍ସପାଲଙ୍କ ଭାଇ ମାଡ଼ ମାରିବା ଅଭିଯୋଗ ହୋଇଛି।ଫର୍ମ ଫିଲପରେ ତ୍ରୁଟିକୁ ନେଇ ଧାରଣାରତ ଜଣେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ହୋଇଛି ।ଏଥିପାଇଁ ଆଇଟିଆଇ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ ।

୬କିମି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ପିଲା

କେନ୍ଦୁଝର,୩/୮(ଏସ ଏସ ନିଉଜ) ୬ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଠିଲେ ପିଲା ।ଜିଲ୍ଲାପାଳଙ୍କୁ ଭେଟି ନିଜ ସ୍କୁଲ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ହଷ୍ଟେଲ ସମସ୍ୟା ସଂପର୍କରେ ଅଭିଯୋଗ କରିବାରୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।