Browsing author

SATYA SANDHANA DESK

ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୨୦/୭(ଏସ ଏସ ନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଟାଉନ ଥାନା ଅଧିନସ୍ତ କେଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତ ୧୪ ତାରିଖରୁ ଡ୍ରାଇଭର ନିଖୋଜ ଥିବା ନେଇ ପରିବାର ଲୋକେ ଭସ୍ମା ଥାନାରେ ଅଭିଯୋଗ କରିଥିଲେ।ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଫିମ ଚାଲାଣ ବେଳେ ୫ ଗିରଫ

କେନ୍ଦୁଝର,୨୦/୭(ଏସଏସ ନିଉଜ) ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ।ହରିଚନ୍ଦନପୁର ଥାନା ଠାକୁର ପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଛି ।ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୦ ତାରିଖ (ବୁଧବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୭/୩୨ ପର‌୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୧/୩୫ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୭ ,କର୍କଟ ରାଶି ର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଦିବା ଘ୭/୩୨ ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ଦିନ ଉତ୍ତମ ଓ ସଂମ୍ପତ୍ତି ଦେବାର ଅଛି । ଆପଣଙ୍କୁ ଆଯି କେଉଁ ନୁଆ ସଂମ୍ପତ୍ତି ପ୍ରାପ୍ତି […]

ପୋଲିସକୁ ଆକ୍ରମଣ

ଉମରକୋଟ,୧୯/୭(ଏସ ଏସ ନିଉଜ)ଉମରକୋଟ ଡାବୁଗାଁ ଥାନା ଝରିଗୁଡ଼ା ଗାଁରେ ମୃତଦେହ ଉଦ୍ଧାର ବେଳେ ପୋଲିସକୁ ଆକ୍ରମଣ ହୋଇଛି ଉମରକୋଟ IICଙ୍କ ସମେତ ୪ ଆହତ ହୋଇଥିବାର ଜଣାପଡିଛି ।ସକାଳେ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିବା ବେଳେ ଲୋକେ ବିରୋଧ କରିଥିଲେ ।ମୃତ ମହିଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ ବେଳେ ଉଦ୍ଧାର କଲା ପୋଲିସ ।

ସାଇବର ଠକେଇର ପର୍ଦ୍ଦାଫାସ

ବାରିପଦା,୧୯/୭(ଏସ ଏସ ନିଉଜ) ସନ୍ଦେହରେ ଅଟକ ଯୁବକଙ୍କ ଠାରୁ ସାଇବର ଠକେଇର ପର୍ଦ୍ଦାଫାସ ହଉଛି ।ଅଟକ ଯୁବକଙ୍କ ଠାରୁ ୧ ଲକ୍ଷ ୩୫ ହଜାର ଟଙ୍କା, ବହୁ ଏଟିଏମ କାର୍ଡ ଜବତ ହୋଇଛି ।କାଲି ରାତିରେ ବେତନଟି କୋର୍ଟ ଛକରୁ ୩ ଜଣ ଯୁବକଙ୍କୁ ଧରିଥିଲା ପୋଲିସ ।ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବାରୁ ଧରିଥିଲା ପୋଲିସ ।

ପ୍ରାଣୀ ଶୂନ୍ୟ ହେଉଛି ନନ୍ଦନକାନନ !

ଭୁବନେଶ୍ୱର,୧୯/୭(ଏସଏସନିଉଜ) ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଲିଖିତ ଉତ୍ତର ଦେଇଛନ୍ତି ।ନନ୍ଦନକାନନରେ ୩ ବର୍ଷରେ ୨୬୦ ଗୋଟି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ମୃତ୍ୟୁବରଣ କରିଛନ୍ତି ।ସେହିପରି ଏହି ୩ ବର୍ଷ ମଧ୍ୟରେ ନନ୍ଦନକାନନ ଆସିଛନ୍ତି ୬୪ଟି ବନ୍ୟପ୍ରାଣୀ ।ବର୍ତ୍ତମାନ ନନ୍ଦନକାନନରେ ୧୮୩୮ ସ୍ତନ୍ୟପାୟୀ, ୩୧୭ ସରୀସୃପ, ୧୮୬୨ ପକ୍ଷୀ, ୨୧ ଉଭୟଚର ପ୍ରାଣୀଙ୍କୁ ମିଶାଇ ମୋଟ ୪୦୩୮ ବନ୍ୟପ୍ରାଣୀ ଅଛନ୍ତି ।

ନୂପୁରଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୯/୭(ଏସଏସନିଉଜ) ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ ।ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ । ଗିରଫଦାରିରୁ ସୁରକ୍ଷା ଓ ସବୁ ଏଫଆଇଆରକୁ ଦିଲ୍ଲୀକୁ ଆଣିବାକୁ ସେ ଆବେଦନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

ଢେଙ୍କାନାଳ, ୧୯/୭(ଏସଏସନିଉଜ)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ।ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଲାଞ୍ଚ ନେଉଥିଲେ । ମେଡିକାଲ ସାମ୍ନା ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । କଟକଭିଜିଲାନ୍ସ ଥାନା କେଶନଂ୪୧/୨୨ରେ ଏକ ମକଦ୍ଦମାରୁଜୁକରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ବ୍ରହ୍ମପୁରରେ ମାସ୍କ ବାଧ୍ୟ

ବ୍ରହ୍ମପୁର,୧୯/୭(ଏସଏସନିଉଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।ବ୍ରହ୍ମପୁର ମହାନଗର ନିଗମ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଓ ଦୋକାନୀମାନେ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍ସ ଲେଖିବାକୁ କୁହାଯାଇଛି ।

୨୧ରେ ଇଡି ଅଫିସ୍ ଘେରିବ କଂଗ୍ରେସ

ଭୂବନେଶ୍ୱର,୧୯/୭(ଏସଏସନିଉଜ) ଆସନ୍ତା ୨୧ ତାରିଖରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ ।ଘେରାଉ ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରାଯିବ । ସୋନିଆ ଗାନ୍ଧିଙ୍କୁ ଇଡି ର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।