Browsing author

SATYA SANDHANA DESK

ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଲା

ସମ୍ବଲପୁର, ୧୮/୭(ଏସଏସନିଉଜ) କାର୍ ଧକ୍କାରେ ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଛି ।ଏହି ଘଟଣାରେ ୫ଜଣ ଆହତ ହୋଇଥିବାର ଜଣାପଡିଛି । ଜଣେ ଆଇନଜୀବୀଙ୍କ ଗାଡ଼ି ଏହି ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଥିବାବେଳେ ଟାଉନ ପୋଲିସ ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।

ବିଟେକ୍ ଛାତ୍ରଙ୍କଠାରୁ ୨.୫ଲକ୍ଷ ଠକେଇ

ଭୁବନେଶ୍ୱର,୧୮/୭(ଏସଏସନିଉଜ) ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ୨.୫ ଲକ୍ଷ ଠକେଇର ଅଭିଯୋଗ ହୋଇଛି । ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ ହୋଇଛି । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା ।ଏହାପରେ ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ପ୍ରବର୍ତ୍ତାଇଥିଲେ । ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା କହିଥିଲେ ।

ପୁଣି ଭୁଷୁଡିଲା ତୃଣଭୋଜି ସଫାରୀ ପାଚେରୀ

ବାରଙ୍ଗ,୧୭/୭(ଏସଏସନିଉଜ)ଲଘୁଚାପ ଜନିତ ବର୍ଷାରେ ଗତ ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନର ତୃଣଭୋଜି ସଫାରୀ ପାଚେରୀ ଭୂଷୁଡି ପଡିଛି।ଏହି ସୁଯୋଗରେ ଉକ୍ତ ସଫାରୀ ମଧ୍ୟରେ ଥିବା ହରିଣ,ସମ୍ବର,ଆଦି ତୃଣଭୋଜିପ୍ରାଣୀ ମଧ୍ୟରୁ କିଛି ପ୍ରାଣୀ ପଦାକୁ ବାହାରି ଆସିଥିବାର ଅନୁମାନ କରାଯାଉଛି । ଗତକାଲି ଲଘୁଚାପଜନିତ ବର୍ଷାରେ ନିରାପତ୍ତା ବିଭାଗର କର୍ମଚାରୀମାନେ ଦିନ ପେଟ୍ରୋଲିଂ କରୁଥିବାବେଳେ ରାଜ୍ୟଉଭିଦ ଉଦ୍ୟାନ ଘାସଫାର୍ମ ପଟ ତୃଣଭୋଜି ସଫାରୀ ୩୦ଫୁଟରୁ ଉର୍ଦ୍ଧ ପାଚେରି ଭୂଷୁଡି ପଡିଥିବା ଦେଖିବାକୁ ପାଇଥିଲେ।ଏବିଷୟରେ ଜନ୍ତୁବିଭାଗକୁ ଖବର ଦେବାପରେ ତୁରନ୍ତ ଜନ୍ତୁବିଭାଗର […]

ନିଖୋଜ ଦୋକାନୀଙ୍କୁ ହତ୍ୟା ସନ୍ଦେହ

ପାରାଦୀପ,୧୮/୭(ଏସ ଏସ ନିଉଜ) ୫ ଦିନରୁ ନିଖୋଜ ଥିବା ଦୋକାନୀଙ୍କୁ ହତ୍ୟା ସନ୍ଦେହ ।ରଙ୍ଗିଆଗଡ଼ ପୋଲ ନିକଟ ଦୋକାନ ଘରେ ଲାଗିଛି ରକ୍ତ ଦାଗ।ରକ୍ତ ଦାଗ ସହ ବାଇକ୍ ମଧ୍ୟ ପଡ଼ିଥିବାରୁ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଉଛି ।ଘଟଣାସ୍ଥଳରେ ଅଭୟଚାନ୍ଦପୁର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

ଶୂନ୍ୟକାଳରେ ଉଠିଲା ଜିଏସଟି ପ୍ରସଙ୍ଗ

ଭୁବନେଶ୍ୱର,୧୮/୭(ଏସ ଏସ ନିଉଜ)ବିଧାନସଭାରେ ଉଠିଛି ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗ । ଗୃହର ଶୂନ୍ୟକାଳରେ ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିଲା ଜିଏସଟି ଝଡ । ଏହା ଗରିବଙ୍କ ପେଟରେ ଲାତ, କମିଟି ହେଉ କହିଲେ ତାରା ବାହିନୀପତି, #GST ହଟାଇବା ଦାବି ସହ ଅର୍ଥମନ୍ତ୍ରୀ ମନ୍ତବ୍ୟ ରଖନ୍ତୁ କହିଲେ ଅମର ଶତପଥୀ।ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି […]

ଗେଟ୍‌ରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର

ବ୍ରହ୍ମପୁର,୧୮/୭(ଏସ ଏସ ନିଉଜ)ବ୍ରହ୍ମପୁରବିଶ୍ୱବିଦ୍ୟାଳୟରେ୨ ଛାତ୍ରଙ୍କୁ ପରୀକ୍ଷା ବାରଣକୁ ନେଇ ଉତ୍ତେଜନା ଦେଖାଦେଇ ଛି ।ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ଅନୁମତି ନ ଦିଆଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।ପିଜି କାଉନସିଲ୍ ଗେଟ୍‌ରେ ତାଲା ପକାଇ ପ୍ରତିବାଦରେ ଛାତ୍ରମାନଙ୍କ ହୋହଲ୍ଲା କରିଛନ୍ତି। ଓଡ଼ିଆ ବିଭାଗ ଅଧ୍ୟାପକଙ୍କୁ ମାଡ଼ ଘଟଣାରେ ୨ ଛାତ୍ର ଗିରଫ ହୋଇଥିଲେ ।

ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖଡ଼

ଭୁବନେଶ୍ୱର,୧୭/୭(ଏସ ଏସ ନିଉଜ)ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ NDA ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରୁଛନ୍ତି ଧନଖଡ଼ ।ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ । କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ହୀରାକୁଦରୁ ଛଡାଗଲା ପ୍ରଥମବନ୍ୟାଜଳ

ଭୁବନେଶ୍ୱର,୧୮/୭(ଏସ ଏସ ନିଉଜ) ହୀରାକୁଦ ଡ୍ଯାମରୁ ଆଜି ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି। ପୂର୍ବାହ୍ନ ୧୧ ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ୭ନଂ ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯାଇଥିଲା ।ମୋଟ୍ ୫ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୮ ତାରିଖ (ସୋମବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୮/୫୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୦/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୨ ,ମିଥୁନ ରାଶିର ଘାତବାର ,ଧନୁ ରାଶି ର ଘାତଚନ୍ଦ୍ର , ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ଦିବା ଘ୮/୫୫ ଗତେ ନିମ୍ବ ଭକ୍ଷଣ ନିଷେଧ ।  ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଳମ୍ବ ହେଉ ପଛେ; କାର‌୍ୟ୍ୟ ହାସଲ […]

ଆଜିର ରାଶିଫଳ

ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ଓ ମନସା ପଞ୍ଚମୀ,୨୦୨୨ ମସିହା ଜୁଲାଇ ମାସ ୧୭ ତାରିଖ (ରବିବାର)ଶ୍ରାବଣ ମାସ -କୃଷ୍ଣପକ୍ଷ, ତିଥି-ଚର୍ତୁଥୀ ଦିବା ଘ୧୦/୪୪ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୨୦/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୪ ,ମେଷ ରାଶିର ଘାତବାର,ମିଥୁନ ଓ ମୀନ ରାଶିରଘାତଚନ୍ଦ୍ର,ଚର୍ତୁଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଦିବା ଘ୧୦/୪୪ ଗତେ ବେଲ ଭକ୍ଷଣ ନିଷେଧ। 🐏ମେଷ👉ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ […]