Browsing author

SATYA SANDHANA DESK

ଉପକୂଳ ଓଡ଼ିଶାରେ ଲାଗିଛି ବର୍ଷା

ଭୁବନେଶ୍ୱର,୧୬/୭(ଏସ ଏସ ନିଉଜ)ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା ।ଭୁବନେଶ୍ବର, କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ପ୍ରବଳ ବର୍ଷା ନେଇ ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର,ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାର କୁହାଯାଇଛି […]

ଭାସିଗଲେ ମହିଳା

ଯାଜପୁର,୧୬/୭(ଏସ ଏସ ନିଉଜ) ବରି ବ୍ଲକ ଏରଡା ଗାଁରେ ଅଘଟଣ।ଚିଙ୍ଗୁଡିଆ ନାଳରେ ଭାସି ଯାଇ ମହିଳା ନିଖୋଜ, ଖୋଜାଖୋଜି ଜାରି ରହିଛି ।ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୬ ତାରିଖ (ଶନିବାର)ଆଷାଢ଼ ମାସ –କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧/୨୫ ପର‌୍ୟ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୦/୧୭ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୧ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ପୋଟଳ ଦିବା ଘ୧/୨୫ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ […]

ଭାରସାମ୍ୟ ହରାଇ ଓଲଟିଲା ବସ୍

ବଣାଇ,୧୫/୭(ଏସ ଏସ ନିଉଜ) ବସ୍ ଓଲଟି ୫ ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ।ଚାନ୍ଦିପୋଷ ଥାନା ମଧୁପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।ରାଉରକେଲାରୁ ବଣାଇ ଆସୁଥିଲା ବସ୍ । ବସରେ ୧୫ ଜଣ ଯାତ୍ରୀ ଥିଲେ ।

ଅପହୃତ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର

ବଲାଙ୍ଗିର,୧୫/୭(ଏସ ଏସ ନିଉଜ)ଅପହୃତ ୧୧ ବର୍ଷର ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି ।୨ ଯୁବତୀ ଅପହରଣ କରି ନେଉଥିବା ବେଳେ ବେଲପଡ଼ାରୁ ଉଦ୍ଧାର ହୋଇଛି । ବାଳକ ଚିତ୍କାର କରିବାରୁ ଛାଡ଼ି ଦେଇ ସ୍କୁଟିରେ ପଳାଇଲେ ୨ ଯୁବତୀ ।ଟିକ୍ରାପଡ଼ା ଦେଓଗାଁରୁ ବାଳକକୁ ଚେତାଶୂନ୍ୟ କରି ଅପହରଣ ଅଭିଯୋଗ ହୋଇଛି ।

ଟାହିଟାପରା ସହିନପାରି ଆତ୍ମହତ୍ୟା କଲେ ଯୁବତୀ

କେନ୍ଦ୍ରାପଡ଼ା, ୧୫/୭(ଏସଏସନିଉଜ)ପଡ଼ୋଶୀଙ୍କ ଟାହିଟାପରା ସହିନପାରି ଯୁବତୀ ଆତ୍ମହତ୍ୟା କରିଥିବାର ଜଣାପଡିଛି ।ଆତ୍ମହତ୍ୟା କରିଥିବା ଯୁବତୀ ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ମହମୁଦା ଗାଁର । ଥାନାରେ ୬ ପଡୋଶୀଙ୍କ ନାଁରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ମାଆ । ବାରମ୍ବାର ଝିଅର ଚରିତ୍ର ସଂହାର ସହ ଟାହିଟାପରା କରୁଥିଲେ ପଡ଼ୋଶ ।

ବଚସାରୁ ଛୁରାମାଡ

ଖଲ୍ଲିକୋଟ, ୧୫/୭(ଏସଏସନିଉଜ)ଚଳନ୍ତା ଟ୍ରେନରେ ଛୁରି ଭୁସି ଜଣକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ଅଭିଯୁକ୍ତକୁ ଧରି ଗଂଜାମ ପୋଲିସ ଜିମା ଦେଲା ଆର୍‌ପିଏଫ୍ ।ଉଭୟ ମୃତକ ଓ ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ସୂଚନା ମିଳିଛି ।ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ଗଲା ବେଳେ ଉଭୟଙ୍କ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ସହ ଜଣେ ଅନ୍ୟ ଜଣଙ୍କୁ ଛୁରିରେ ଭୁସି ଦେଇଥିବାର ଜଣାପଡିଛି ।

ଓଲଟିପଡିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର

ରେଢ଼ାଖୋଲ,୧୫/୭(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର ।ଏନଏଚ-୫୫ର ତାରିଣୀ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ୟାଙ୍କର ।ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ।ଅନୁଗୁଳରୁ ସଲ୍‌ଫ୍ୟୁରିକ୍ ଏସିଡ୍ ନେଇ ଛତିଶଗଡ଼ ରାୟପୁର ଯାଉଥିବାବେଳେ ଏହି ଅଘଟଣ ଘଟିଛି ।

ଫୁଲୁଛି ଗୋଦାବରୀ

ମାଲକାନଗିରି,୧୫/୭(ଏସ ଏସ ନିଉଜ) ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ଗୋଦାବରୀ ।ବିପଦ ସଂକେତଠାରୁ ବହୁ ଉପରେ ପ୍ରବାହିତ ହେଉଛି ଗୋଦାବରୀ ।ଯାହାଫଳରେ ତଳିଆ ଅଞ୍ଚଳ ଲୋକେ ଭୟଭୀତ ହୋଇଯାଇଛନ୍ତି । ଗୋଦାବରୀ ବଢ଼ୁଥିବାରୁ ମାଲକାନଗିରିର ୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବାର ଜଣାପଡିଛି ।

ସ୍ତ୍ରୀର କଟାମୁଣ୍ଡ ଧରି ଚାଲିଲା ପିଶାଚସ୍ୱାମୀ

ଢେଙ୍କାନାଳ,୧୫/୭(ଏସ ଏସ ନିଉଜ)ସ୍ତ୍ରୀର ମୁଣ୍ଡ କାଟିବା ପରେ ସେହି କଟା ମୁଣ୍ଡକୁ ଧରି ୧୨ କିମି ଚାଲିଲା ସ୍ଵାମୀ ।କହିଲେ ପରକୀୟା ପ୍ରୀତି ଯୋଗୁଁ “ପରିସ୍ଥିତି ମୋତେ ବାଧ୍ୟ କଲା ନହେଲେ ମୁଁ ହାଣିବା ଲୋକ ନୁହେଁ ।ଆଉ କଣ କରିଥାନ୍ତା ଆଜ୍ଞା, ସ୍ତ୍ରୀର ପରକୀୟା ପ୍ରୀତି ଓ ମୋ ପୁଅ-ବୋହୂଙ୍କର ଅତ୍ୟାଚାର ମୋତେ ଏମିତି କରିବା ପାଇଁ ବାଧ୍ୟ କଲା । ମୁଁ ମୂଲ ଲାଗି ଗୋଟିଏ ପୁଅକୁ ଆର୍ମିରେ ଆଉ ଗୋଟିଏ ପୁଅକୁ କମ୍ପାନୀରେ […]