Browsing author

SATYA SANDHANA DESK

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା

ଭୁବନେଶ୍ୱର,୧୮/୬(ଏସଏସନିଉଜ).ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ , ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ […]

ବନ୍ଧା ହେଲେ ଜଳେଶ୍ଵର ବିଡିଓ

ଜଳେଶ୍ଵର, ୧୮/୬(ଏସଏସନିଉଜ). ଜଳେଶ୍ଵର ବିଡ଼ିଓ ଅଶ୍ବିନୀ କୁମାର ଦାସଙ୍କୁ ଭିଜିଲାନ୍ସ ଜଳେଶ୍ଵର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ଗିରଫ କରିଛି।ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ। ଚଢାଉ ସମୟରେ ୧.୧୦ କୋଟି ମୁଲ୍ୟର ଝିଙ୍କରିଆରେ ଥିବା ବିଲଡିଂ , ୧.୨୨ କୋଟି ମୁଲ୍ୟର କାଳପଦାରେ ଥିବା ୩ ମହଲା କୋଠା,କଟକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ୨୪ […]

ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ପିପିଲି, ୧୮/୬(ଏସଏସନିଉଜ).ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯିବାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପିପିଲି ଥାନା ପୋଲିସ ଆଜି ଉତ୍ତରା ଛକର ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିମୁରାସିଦ ଖାନ୍, ଜାଦିବ, ସାଜିଦ ଅଲ୍ଲୀ, ଇମ୍ରାନ ନାମକ ୪ଜଣ ସାବାଳକ ଓ ଜଣେ ନାବାଳକକୁ ଧରିବାସହ ମୁରାସିଦଠାରୁ ୫୫୦ ଗ୍ରାମ୍ ଓ ସାଜିଦ ଅଲ୍ଲୀଠାରୁ ୪୨୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଥିଲେ ।ଏହାସହିତ ନଗଦ ୩,୫୦୦ ଟଙ୍କା, ଗୋଟିଏ ମୋଟର […]

ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ବ୍ରହ୍ମଗିରି, ୧୮/୬(ଏସଏସନିଉଜ).ଚିଲିକାରେ ଭସାପୋଲ, ଡଙ୍ଗା, ବୋଟ୍ ବନ୍ଦ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ୨ଦିନ ତଳେ ୩୫ମୌଜା କମିଟିର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଏପରି ସୃଷ୍ଟି ହୋଇଛି । ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ ନେଉଥିବାବେଳେ କୃଷ୍ଣପ୍ରସାଦର ଲୋକମାନେ ଚିଲିକା ପାର ହେଲେ ସାତପଡ଼ାରେ ଆଳୁପାଟଣା ଲୋକେ ମାଡ଼ ମାରିବା ଭଳି ପରିସ୍ଥିତି ଉପୁଜି ଥିଲା।ତେବେ ପ୍ରଶାସନ ଦୃଷ୍ଟିଦେଉନଥିବାର ଅଭିଯୋଗ […]

ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର, ୧୮/୬(ଏସଏସନିଉଜ). ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଜରୁରୀ ବୈଠକ ଡକାଇ ତିନି ସେନା ବାହିନୀର ମୁଖ୍ୟଙ୍କ ସହ ସମିକ୍ଷା ସହ ଆଲେଚନା କରିଛନ୍ତି ।ଆଲେଚନା ପରେ ସରକାର ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରିଛନ୍ତି । କୋଷ୍ଟ ଗାର୍ଡ ଓ ଡିଫେନ୍ସ ସିଲିଲିଆନ ପଦବୀଗୁଡିକରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । […]

ଆଜିର ରାଶିଫଳ

ଜୁନ ମାସ ୧୮ ତାରିଖ ୨୦୨୨ ମସିହା(ଶନିବାର)ଆଷାଢ଼ -କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୧୨/୧୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ନକ୍ଷତ୍ର- ଶ୍ରବଣ। ଦିବା ଘ୦୮/୦୮ ପର୍ଯ୍ୟନ୍ତ ତଦନ୍ତେ ଧାନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ବେଲ ଭକ୍ଷଣ ନିଷେଧ। ମେଷ👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋ ଜନ ମଧ୍ୟ କରି […]

ବ୍ରାଉନସୁଗାର ସହ ୨ ଗିରଫ

ପିପିଲି,୧୭/୬(ଏସ ଏସ ନିଉଜ) ୭୮ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରିଛି ପୋଲୁସ ବଳଙ୍ଗା- ହରିପୁର ରାସ୍ତାରୁ ଗିରଫ କଲା ବଳଙ୍ଗା ପୋଲିସ। ଜବତ ବ୍ରାଉନ ସୁଗାରରଆନୁମାନିକ ମୂଲ୍ୟ ୮ ଲକ୍ଷ ବୋଲି ଜଣାପଡି ଥିବାବେଳେ ଏହାସହ ଗୋଟିଏ କାର ଓ ବାଇକ ଜବତ ହୋଇ ଥିବାର ଜଣାପଡିଛି ।

ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ଵର,୧୭/୬(ଏସ ଏସ ନିଉଜ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖଦେଇଛି। ଦୋକାନୀଙ୍କ ଭୁଲ ଔଷଧ ଦେବାକୁ ନେଇଏହି ଉତ୍ତେଜନା ଦେଖଦେଇଛି । ଦୋକାନୀଙ୍କ ଭୁଲ ଔଷଧ ଖାଇ ଶିଶୁ ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି ହୋଇଛି। ଉତ୍ୟକ୍ତ ଶିଶୁଙ୍କ ପରିବାରଔଷଧ ଦୋକାନୀଙ୍କୁ ଧରି ପୋଲିସ ଜିମାରେ ଦେଇଥିବାର ଜଣାପଡିଛି ।

ସମୁଦ୍ରରୁ ଉଦ୍ଧାର ହେଲେ ୧୩ ମତ୍ସ୍ୟଜିବୀ

ପଟ୍ଟାମୁଣ୍ଡାଇ,୧୭/୬(ଏସ ଏସ ନିଉଜ)ଗଭୀର ସମୁଦ୍ରରେ ବୁଡ଼ିଗଲା ମାଛ ଧରିବାକୁ ଯାଇଥିବା ଟ୍ରଲର। ତାଳଚୁଆ ଅଞ୍ଚଳରୁ ମାଛ ଧରିବାକୁ ଯାଇଥିବା ଟ୍ରଲର ସମୁଦ୍ରରେ ବୁଡ଼ିଗଲା। କାଲିଠୁ ସମୁଦ୍ରରେ ବୁଡ଼ି ଯାଇଥିବା ଟ୍ରଲରକୁ ଠାବ କଲା ତଟରକ୍ଷୀ ବାହିନୀ। ଟ୍ରଲରରେ ଥିବା ୧୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ […]

ପୋଖରୀରେ ଫସିଲେ ଦନ୍ତା

ସମ୍ବଲପୁର,୧୭/୬(ଏସ ଏସ ନିଉଜ) ବଡ଼ସାହି ଫରେଷ୍ଟ ରେଞ୍ଜ ସାପଲହରା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣି ପିଇବାକୁ ଯାଇ ପୋଖରୀରେ ଫସିଯାଇଛି ଦନ୍ତା ହାତୀ ।ତାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିବା ଜଣାପଡିଛି ।ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଅନ୍ୟପଟେ ବନବିଭାଗ ଡାକ୍ତରୀ ଟିମ ପଠାଇ ତୁରନ୍ତ ହାତୀଟିର ଚିକିତ୍ସା କରିବାକୁ ଉଦ୍ୟମ ଆରମ୍ଭ କରିଛି ।