Browsing author

SATYA SANDHANA DESK

ଷ୍ଟେସନରୁ ୩୨କେଜି ଗଂଜେଇ ଜବତ

ଜଟଣୀ,୧୯/୬(ଏସ ଏସ ନିଉଜ) ଅପରେସନ ନାର୍କସ ମାଧ୍ୟମରେ ରେଳସୁରକ୍ଷା ବଳ ଜଟଣୀ ଷ୍ଟେସନରୁ ୩୨କେଜି ଗଂଜେଇ ଭର୍ତି ପ୍ଲାଷ୍ଟିକ ବ୍ୟାଗକୁ ଜବତ କରିଛନ୍ତି ।୪ଓ ୫ନମ୍ବର ପ୍ଲାଟଫର୍ମ ର ଶେଷଭାଗ ଆଡ଼କୁ ନୀଳ ଓ ଗୋଲାପୀ ରଙ୍ଗର ବ୍ୟାଗ ଥୁଆହୋଇଥିଲା ।ଏହି ବ୍ୟାଗକୁ କେହି ନବାକୁ ଆସିନ ଥିଲେ ।ଦୀର୍ଘ ୨୧ଘଣ୍ଟା କାଳ ସୁରକ୍ଷା ବଳର ସିପାହି ମାନେ ବ୍ୟାଗ ଉପରେ ଦୃଷ୍ଟି ଦେଇଥି ଲେ ।କେହି ନଆସିବାରୁ ବ୍ୟାଗକୁ ଜବତ କରିବାପରେ ସେଥିରୁ ୩୨ କେଜି୩୫୦ଗ୍ରାମ […]

ଆସାମରେ ବନ୍ୟା ବିଭୀଷିକା

ଭୁବନେଶ୍ୱର,୧୯/୬(ଏସ ଏସ ନିଉଜ)ଆସାମର ୩୨ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖାଦେଇଛି ।ଯାହାଫଳରେ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ , ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଓ ୮ଜଣ ନିଖୋଜ ହୋଇଥିବାର ସୂଚନା ମିଳିଛି । ବନ୍ୟାଜଳ ୪,୨୯୧ ଗାଁରେ ପସିବାସହ ବନ୍ୟାପାଣିରେ ୭୦ ହଜାର ହେକ୍ଟର ଫସଲ ଜଳମଗ୍ନ ହୋଇଥିବାର ଜଣାପଡିଛି । ବ୍ରହ୍ମପୁତ୍ର ଓ ଅଧିକାଂଶ ସହାୟକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାର ଜଣାପଡିଛି ।

ଘରକାମ କରୁଥିବାବେଳେ ହେଲା ବଜ୍ରପାତ; ଚାଲିଗଲା ୪ ଜୀବନ

ନୂଆପଡ଼ା,୧୯/୬(ଏସ ଏସ ନିଉଜ)ଘର କାମ ଚାଲିଥିବା ‌ବେଳେ ବ୍ରଜପାତ ଘଟି ଜଣେ ନାବାଳକଙ୍କ ସହ ମୋଟ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଅଭାବନୀୟ ଘଟଣା କୋମନା ଥାନା ଅନ୍ତର୍ଗତ ମଲ୍ଲିକାମୁଣ୍ଡା ଗାଁରେ ଘଟିଛି। ଆଜି ମଲ୍ଲିକାମୁଣ୍ଡା ଗାଁରେ ତ୍ରିନାଥ ନାଗଙ୍କ ଘରର ଆଜ ବେଷ୍ଟସ କାମ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା ।ଏହାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ଚାଲିଗଲା ଶ୍ୱଶୁରଙ୍କ ଜୀବନ

ଆସିକା,୧୯/୬(ଏସଏସ ନିଉଜ) ବୋହୂର ଠେଙ୍ଗା ମାଡ଼ରେ ଶ୍ୱଶୁରଙ୍କମୃତୁ ହୋଇଛି । ପାରିବାରିକ କଳହରୁ କିଶୋର ଚନ୍ଦ୍ରପଲ୍ଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଖବରପାଇ ଘଟଣାସ୍ଥଳରେ ଆସିକା ଥାନା ପୁଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି ।

ବଜ୍ରପାତ ନେଲା ୧୨ ବଳଦ ଓ୧୬ ଛେଳିଙ୍କ ଜୀବନ

କେନ୍ଦୁଝର,୧୯/୬(ଏସଏସନିଉଜ) ସାହାରପଡ଼ା ଅଞ୍ଚଳରେ ବଜ୍ରପାତ ଘଟି ତଣ୍ଡ ଗ୍ରାମର ପାରାବସାସାହିରେ ୭ଟି ଓ ଗାଇଁଶିରି ଗ୍ରାମରେ ୫ଟି ବଳଦ ପ୍ରାଣ ହରାଇଛନ୍ତି। ବାଂଶପାଳ ବ୍ଲକ୍ ତଳଚମ୍ପେଇ ପଞ୍ଚାୟତ ସାରୁକୁଦର ଗାଁରେ ବଜ୍ରାଘା୧ତରେ ୧୬ଟି ଛେଳି ପ୍ରାଣ ହରାଇଛନ୍ତି। ଛେଳି ଚରାଳି ସାରୁକୁଦର ଗାଁର ଦୈତାରୀ ବାରିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଛେଳିପଲକୁ ନେଇ ଗାଁ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା ।

ଗୋଷ୍ଠୀ ସଂଘର୍ଷରେ୧୩ ଆହତ

ବାଲିପାଟଣା ୧୯/୬(ଏସଏସନିଉଜ) ଓଡ଼ଖଣ୍ଡ ମହାପାତ୍ର ସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୧୩ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିବାବେଳେ ବିବାଦୀୟ ଜାଗାରୁ ଉଭୟ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ।ଏହି ଘଟଣା ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ମଧ୍ୟ ରାତିରେ ପୁଣି ଉଭୟପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, […]

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ହଣାକଟା

ଭୁବନେଶ୍ବର, ୧୯/୬(ଏସଏସନିଉଜ) ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରେ ଜଣ ବସ୍ କର୍ମଚାରୀଙ୍କ ମଧ୍ୟରେ ହଣାକଟା ହୋଇଛି । ହଣାକଟାରେ ୨ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଭୁବନେଶ୍ବରରୁ ଗଞ୍ଜାମକୁ ଯାଉଥିବା ବେଳେ ବାବାମଣି ଓ ଦିଲ୍‌ଦାର ବସ୍ ମଧ୍ୟରେ ଆଗପଛ ଯିବାକୁ ନେଇ ବଚସା ହୋଇଥିଲା ।ପରେ ଏହି ବଚସା ଆକ୍ରମଣର ରୁପରେଖ ନେଇଥିଲା । ଦିଲ୍‌ବର୍ ବସ୍ କର୍ମଚାରୀମାନେ ଧାରୁଆ ଅସ୍ତ୍ରରେ ବାବାମଣି ବସ୍ କର୍ମଚାରୀଙ୍କୁ ଆକ୍ରମଣ କରିବାଦ୍ୱାରା ୨ଜଣ ଆହତ ହୋଇଥିବାର ଜଣାପଡିଛି […]

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ, ୧୯/୬(ଏସଏସନିଉଜ)ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ମହିଳା ହେଉଛନ୍ତି ଶୈଳବାଳାଦେହୁରୀ (୫୫) ।ଶୈଳବାଳା ସହ ଅନ୍ୟ ୪ ଜଣ ମହିଳା ସାଥି ହୋଇ ଭୋର ସମୟରେ ଶୌଚ ପାଇଁ ଘର ପାଖ ଆମ୍ବତୋଟାକୁ ଯାଇଥିବାବେଳେ ହାତୀପଲ୍ଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ ଖସି ପଳାଆସିଥିବାବେଳେଶୈଳବାଳାଙ୍କୁ ହାତୀ କଚାଡି ମାରିଥିଲା।

ଚାନ୍ଦବାଲି କଂଗ୍ରେସର ଶକ୍ତି ପ୍ରଦର୍ଶନ

ଧାମରା, ୧୯/୬(ଏସଏସନିଉଜ) ସ୍ଥାନୀୟ ୮ ପଞ୍ଚାୟତର ବିଭିନ୍ନ ସିଏସଆର, ନିଯୁକ୍ତି, ଠିକା କାମ, ବାୟୁ ପ୍ରଦୂଷଣ ଇତ୍ୟାଦି ସମସ୍ୟାକୁ ନେଇ ଚାନ୍ଦବାଲି କଂଗ୍ରେସ ତରଫରୁ ଧାମରା ପୋର୍ଟ ମୁଖ୍ୟ ଫାଟକ ଆଗରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ଜଟଣୀ ବିଧାୟକ ସୁର ରାଉତରାୟ, ଭଦ୍ରକ ଜିଲାର ବହୁ ତୁଙ୍ଗ ନେତା , କଂଗ୍ରେସର ଅମୀୟ ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଯୋଗଦେଇଥିଲେ । ଦିନ ୧୧ ଟା ସମୟରେ କଇଥଖୋଲା ଗ୍ରାମ ପଞ୍ଚାୟତ […]

ଆଜିର ରାଶିଫଳ

ଜୁନ ମାସ ୧୯ ତାରିଖ ୨୦୨୨ ମସିହା(ରବିବାର)ଆଷାଢ଼-କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି  ଘ୧୦/୨୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ନିମ୍ବ ଭକ୍ଷଣ ନିଷେଧ ।‌  ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ।‌ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ।‌ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ […]