ଚାନ୍ଦବାଲି କଂଗ୍ରେସର ଶକ୍ତି ପ୍ରଦର୍ଶନ

ପୁଣି ଧାମରା ପୋର୍ଟ କୁ ଟାର୍ଗେଟ କଲା କଂଗ୍ରେସ

ଧାମରା, ୧୯/୬(ଏସଏସନିଉଜ) ସ୍ଥାନୀୟ ୮ ପଞ୍ଚାୟତର ବିଭିନ୍ନ ସିଏସଆର, ନିଯୁକ୍ତି, ଠିକା କାମ, ବାୟୁ ପ୍ରଦୂଷଣ ଇତ୍ୟାଦି ସମସ୍ୟାକୁ ନେଇ ଚାନ୍ଦବାଲି କଂଗ୍ରେସ ତରଫରୁ ଧାମରା ପୋର୍ଟ ମୁଖ୍ୟ ଫାଟକ ଆଗରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ଜଟଣୀ ବିଧାୟକ ସୁର ରାଉତରାୟ, ଭଦ୍ରକ ଜିଲାର ବହୁ ତୁଙ୍ଗ ନେତା , କଂଗ୍ରେସର ଅମୀୟ ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଯୋଗଦେଇଥିଲେ । ଦିନ ୧୧ ଟା ସମୟରେ କଇଥଖୋଲା ଗ୍ରାମ ପଞ୍ଚାୟତ ରୁ ୫୦୦ ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ରାଲି ବାହାରିଥିଲା ଯାହା ଧାମରା ପୋର୍ଟର ନର୍ଥ ଗେଟ ଦେଇ ପୋର୍ଟର ମୁଖ୍ୟ ଫାଟକ ପାଖରେ ପହଁଚି ଥିଲା । କଂଗ୍ରେସ ପକ୍ଷରୁ ଫାଟକ ବନ୍ଦ କରାଯିବା ସହ ପୋର୍ଟ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। କିଛି ସମୟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର(ସ୍ଵତନ୍ତ୍ର ଭୂ ଅର୍ଜନ ଅଧିକାରୀ) କାର୍ତ୍ତିକ ମଣ୍ଡଳ, ଧାମରା ପୋର୍ଟର ଶୁବାଶିଷ ମିଶ୍ର ସେଠାରେ ପହଁଚି ଆଲୋଚନା କରିଥିଲେ। ଧାମରା ବନ୍ଦର ସର୍ବଦା ଲୋକଙ୍କ ସହ ରହିଛି ଏବଂ ରହିବ ବୋଲି ଶ୍ରୀ ମିଶ୍ର ବିକ୍ଷୋଭକାରୀଙ୍କୁ କହିଥିଲେ। ଏହାଛଡା କଂଗ୍ରେସ କରିଥିବା ସମସ୍ତ ଦାବି ଗୁଡିକୁ ଗୁରୁତର ସହ ତର୍ଜମା କରାଯାଉଛି ବୋଲି ଉପସ୍ଥିତ ଜନତାଙ୍କୁ ଅବଗତ କରିଥିଲେ। ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏହି ଦାବିଗୁଡିକର ଅନୁଶୀଳନ କରିବ ବୋଲି ଶ୍ରୀ ମଣ୍ଡଳ କହିଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା

 

Comments (0)
Add Comment