ବାରବାଟୀ ଅଭିମୁଖେ ୨ ଟିମ୍
ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ବାରବାଟୀ ଅଭିମୁଖେ ଯାଉଛନ୍ତି ୨ ଟିମ୍ ।ସ୍ବତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମ ଯାଉଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ ଟିମ୍।ସନ୍ଧ୍ୟା ୭ଟାରେ ବାର ବାଟୀରେ ଉଭୟ ଟିମ୍ ମୁହାଁମୁହିଁ ହେବେ ।
Browsing author
ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ବାରବାଟୀ ଅଭିମୁଖେ ଯାଉଛନ୍ତି ୨ ଟିମ୍ ।ସ୍ବତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମ ଯାଉଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ ଟିମ୍।ସନ୍ଧ୍ୟା ୭ଟାରେ ବାର ବାଟୀରେ ଉଭୟ ଟିମ୍ ମୁହାଁମୁହିଁ ହେବେ ।
ଭୁବନେଶ୍ୱର,୧୨/୬(ଏସଏସ ନିଉଜ)ଚାଲିଗଲେ ଖୋକା ସାର ।ଖୋକା ସାର ଭାବେ ବେଶ ପରିଚିତ ଥିଲେ ।ସିଏ ହେଉଛନ୍ତି କେନ୍ଦୁଝର ଜିଲ୍ଳା ଆନନ୍ଦପୁରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ସିଂ (ଖୋକା ସାର) । ତଙ୍କୁ ୯୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ସେ ବିଶିଷ୍ଠ ସର୍ପ ବିଷାରଦ ସହ ପରିବେଶବିତ ଥିଲେ ।ସାପ ଧରିବାରେ ବେଶ ପାରଙ୍ଗମ ଥିଲେ।ଖାଲି ସାପ ନୁହଁ ଅନ୍ୟ ପଶୁପକ୍ଷୀ ଙ୍କ ସହ ମଧ୍ୟ ତାଙ୍କର ବହୁତ ଅନ୍ତରଙ୍ଗ […]
କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍ ରହିଛି ।
ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କ ସ୍ବାସ୍ଥାବସ୍ଥାର ନୀରିକ୍ଷଣ ପାଇଁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲ୍ରେ ରଖାଯିବ ବୋଲି ସୂଚନା ମିଳିଛି ।
କଣ୍ଟାମାଳ,୧୨/୬(ଏସ ଏସ ନିଉଜ) କୂଅରୁ ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ମୃତ ବରଣ କରିଛି ।ଏହାସହ ଅନ୍ୟ ଜଣେ ଯୁବକ ଗୁରୁତର ଓ ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଏହି ଅଘଟଣ ଘଟିଛି ।କୂଅରେ ଫସିଥିବା ମାଙ୍କଡ଼କୁ ଉଦ୍ଧାର ପାଇଁ ଯାଇ ଫସିଥିଲେ ୩ ଯୁବକ ।
ବିନିକା,୧୨/୬(ଏସ ଏସ ନିଉଜ)ଡୁଙ୍ଗୁରିପାଲି ବେହେରା ମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଅଗ୍ନିକାଣ୍ଡ ଘଟିଛି ।ବିଲ ନିଆଁରୁ ନିଆଁ ଲାଗି ମେଗା ପ୍ରୋଜେକ୍ଟ ପାଇଁ ଗଚ୍ଛିତ କୋଟି କୋଟି ଟଙ୍କାର ପାଣି ପାଇପ ଜଲୁହାଇଛି ।ବିଲରେ ନଡ଼ା ପୋଡ଼ିବା ପାଇଁ କେହି ନିଆଁ ଲଗାଇଥିବା ସନ୍ଦେହ କରା ଯାଉଛି ।
ଭୁବନେଶ୍ୱର,୧୨/୬(ଏସଏସ ନିଉଜ)ଜୁନ୍ ୩୦ ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୧ ତାରିଖ ୨୦୨୨ ଅର୍ଥାତ୍ ରକ୍ଷାବନ୍ଧନରେ ଶେଷ ହେବ। ଏହା ହେଉଛି ଦୁନିଆର ଏକମାତ୍ର ଶିବଲିଙ୍ଗ ଯାହା ଚନ୍ଦ୍ରର ଆଲୋକ ଉପରେ ନିର୍ଭର କରି ବଢିଥାଆନ୍ତି ଏବଂ ସଂକୁଚିତ ହୋଇଥାନ୍ତି। ପ୍ରତିବର୍ଷ ଶ୍ରାବଣ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ଶିବଲିଙ୍ଗ ଏଠାରେ ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହା ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ଆକାରରେ ଯଥେଷ୍ଟ କମିଯାନ୍ତି।
ପୁରୀ,୧୨/୬(ଏସ ଏସ ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଥିବାବେଳେ , ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ବାରବାଟୀ ଆସୁଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ୧ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦାଦା ।ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ବୋଲି ଜଣାପଡିଛି ।
ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ) ମାର୍କେଟ୍ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ।