Browsing author

SATYA SANDHANA DESK

ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ

ଭୁବନେଶ୍ୱର,୨୭/୫(ଏସ ଏସ ନିଉଜ)ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ ।ଏହାକୁ ନେଇ ଆତଙ୍କିତ ହେବାର ଅଵଶ୍ୟକତା ନାହିଁ ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।୯୯%ରୁ ଅଧିକ ଆକ୍ରାନ୍ତ ଭଲ ହୋଇଯା‌ଇଥିବାବେଳେ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଥାଏ ।ଏହା ସପ୍ତାହେ ଭିତରେ ଭଲ ହୋଇଯିବ ।ପିଲାଙ୍କୁ ହେଲେ ଆଇସୋଲେସନରେ ରଖି ଲକ୍ଷଣ ଅନୁସାରେ ଔଷଧ ଦେବାକୁ ପରାମର୍ଶ ଦେଲେ ଡାକ୍ତର ନିରଞ୍ଜନ ମିଶ୍ର ।

ବ୍ୟାଙ୍କ ଆଗରେ ବୃଦ୍ଧ ଆଖୁ ଚାଷୀ ଦେଲେ ଧାରଣା

କଟକ,୨୭/୫(ଏସ ଏସ ନିଉଜ) ଜାଲ ଦସ୍ତଖତକରି ଆଖୁଚାଷୀଙ୍କ ଜମା ଖାତାରୁ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । କେନ୍ଦୁପାଟଣା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୬୭ ହଜାର ଟଙ୍କା ହଡ଼ପ ର ଅଭିଯୋଗ ହୋଇଛି । ଅଭିଯୋଗକାରୀ ବୃଦ୍ଧ ଆଖୁଚାଷୀଙ୍କର ବ୍ୟାଙ୍କ ସମୁଖରେ ଧାରଣା ପ୍ରଦର୍ଶନ।

ତହସିଲଦାରଙ୍କ ଗାଡ଼ିକୁ ଘେରିଲେ ଗାଁ ଲୋକ

ବାଲିଆପାଳ,୨୭/୫(ଏସଏସ ନିଉଜ)ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି ।ମନରେଗା କାମରେ ଟ୍ରାକ୍ଟର ନିୟୋଜିତ ଥିବାରୁ ଚଢ଼ାଉ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।ଯାହା ଫଳରେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଗାଁ ଲୋକେ ଘେରିଛନ୍ତି ।ଏହାକୁ ନେଇ ଗଡ଼ସାହି ବାଲିଆପାଳ ଗାଁରେ ଉତ୍ତେଜନା ଦେଖଦେବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି ।

କୂଅରେ ପଡ଼ିଛି ଛୁଆ ହାତୀ

ଭଞ୍ଜନଗର,୨୭/୫(ଏସ ଏସ ନିଉଜ) କୂଅ ଭିତରେ ପଡ଼ି ଯାଇଛି ଛୁଆ ହାତୀ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜ୍ ପଳାସପଲ୍ଲୀର ଏକ କୂଅରେ ହାତୀ ଛୁଆଟି ପଡ଼ିଛି । ଛୁଆ ହାତୀକୁ କୂଅରୁ ବାହାର କରିବା ପାଇଁ ବନ କର୍ମଚାରୀଙ୍କ ଉଦ୍ୟମ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଶୁକ୍ରବାର୨୦୨୨ ମସିହା ଅଦ୍ୟ ମଇ ମାସ ୨୭ ତାରିଖ, ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଦ୍ୱ|ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୧/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୬ ,ବିଛା, ଧନୁ ଓ ମୀନ ରାଶି ର ଘାତବାର,ମେଷ ରାଶି ର ଘାତଚନ୍ଦ୍ର,ଦ୍ୱ|ଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ପୋଇଶାଗ ଦିବା ଘ୧୨/୧୨ ଗତେ ବାଇଗଣ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ […]

ବ୍ଲାକମେଲିଂ କରି ବନ୍ଧା ହେଲେ କନଷ୍ଟେବଳ

ଭୁବନେଶ୍ବର,୨୬/୫(ଏସଏସନିଉଜ) ଜଣେ ନାବାଳିକାକୁ ଫସାଇ ୪ବର୍ଷକାଳ ଶାରୀରିକ ସମ୍ପର୍କ ରଖି ଶେଷରେ ଧମକ ଦେଇଥିଲେ ।କେବଳ ଧମକ ନୁହେଁ ଅନ୍ତରଙ୍ଗ ମୁୁର୍ହୁତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ୫୦ହଜାରେ ଟଙ୍କା ଦାବୀ କରି ବ୍ଲାକମେଲିଂ କରିଥିଲେ ।ଘଟଣା ବଢିବାରୁ ନିରୁପାୟ ହୋଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ଧୋକାବାଜ ପ୍ରେମିକର ଅସଲ ଚେହେରା ପଦାକୁ ଆସିଥିଲା ।ଶେଷରେ ଧୋକାବାଜ ପ୍ରେମିକ ସାଜିଥିବା କନେଷ୍ଟବଳକୁ ମହିଳାଥାନା ପୋଲିସ ଗିରଫ କରି କୋର୍ଟଚାଳଣ କରିଛି । ନାବାଳିକାଙ୍କୁ […]

ଜଳିଗଲା ୯ ବଖରା ଘର

ଭଦ୍ରକ, ୨୬/୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଜଳିଯାଇଛି ।ଘରଭିତରେ ଥିବା ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ରାତିରେ ସମସ୍ତେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଚାହୁଁ ଚାହୁଁ ୪ଟି ପରିବାରର ୯ ବଖରା ଘର ନିଆଁରେ ଚାଲିଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଥିବାବେଳେ ଭଦ୍ରକରୁ ଅଗ୍ନିଶମ ବାହିନୀ ଟମ୍ ପହଞ୍ଚି […]

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

କାମାକ୍ଷାନଗର, ୨୬/୫(ଏସଏସନିଉଜ) ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବିଇଓ ଅଫିସରେ କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀ ।ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ.ସେ ଧରାପଡିଛନ୍ତି ।  

ବାଇକ ଚୋରୀ କରିବା ପଡିଲା ମହଙ୍ଗା, ଧରାହେଲେ ୨

ଚୈାଦ୍ୱାର,୨୬/୫(ଏସଏସନିଉଜ)ଡାକ୍ତରଖାନା ବାହାରୁ ଚୋରୀ ହୋଇଥିବା ଗାଡିକୁ ଉଦ୍ଧାର କରିବା ସହ ଏହାକୁ ଚୋରୀ କରିଥିବା ଓ କିଣିଥିବା ଯୁବକଦ୍ୱୟକୁ ଗିରଫ କରି କୋର୍ଟଚାଳଣ କରିଛି ଚୈାଦ୍ୱାରଥାନା ପୋଲିସ । ପ୍ରକାସ ଯେ, ୨୨ତାରିଖରେ ଚୈାଦ୍ୱାରଥାନାରେ ଢେଙ୍କାନାଳର ଚିତରଞନପରିଡା ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ସେ ଗତ୨୧ତାରିଖ ରାତିରେ ଚାରିବାଟିଆରେ ଥିବା ଇଏସଆଇ ହସପିଟାଲରେ ଚିକିସ୍‌ା ହେଉଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ।ହସ୍ପିଟାଲ ବାହାରେ ତାଙ୍କର ଓଡି୦୫-ଡବ୍ଲ୍ୟୁ-୨୦୬୬ନଂ ହିରୋହେଣ୍ଡା ବାଇକକୁ ଥୋଇ ଭିତରକୁ ଯାଇଥିଲେ ।ପରଦିନ […]

ବାବୁ ନନ୍ଦନକାନନ ଛାଡିବାକୁ ନାରାଜ!

ବାରଙ୍ଗ,୨୬/୫(ଏସଏସନିଉଜ)ବାବୁ ନନ୍ଦନକାନନ ଛାଡି ଯିବାକୁ ରାଜିନାହାନ୍ତି ।ବଦଳି ହେଲେ ମଧ୍ୟ ଧରାଧରି କରି ଏଠାରେ ରହିବାକୁ ଭାରି ଇଛା ।କାରଣ ନନ୍ଦନକାନନ ପ୍ରତି ଏତେ ଯେ ମମତା ରହିଛି ତାହା ଜୀବଜନ୍ତୁମାନଙ୍କ ମୃତ୍ୟୁ ଘଟଣା ପ୍ରମାଣ କରୁଛି ।ଅସୁସ୍ଥ ଜଳହସ୍ତୀକୁ ଚିକିସ୍‌ା କରିବାକୁ ଯାଇ ତା ପିଚାରେ ସିରିଞ ଛାଡିଦେବା ଘଟଣା ଏବେ ବି ଚର୍ଚ୍ଚାରେ ରହିଛି ।ଏହାହେଉଛି ଡାକ୍ତମାନଙ୍କର ଆନ୍ତରିକତା ।ସେଇଥିପାଇଁ ବୋଧେ ନନ୍ଦନକାନନ ଛାଡିବାକୁ ବାବୁମାନେ ରାଜି ନାହାନ୍ତି । ନନ୍ଦନକାନନ ୱେବ୍‌ସାଇଟରେ ଡ.ଶରତକୁମାର […]