Browsing author

SATYA SANDHANA DESK

ମହିଳା ପ୍ରଫେସରଙ୍କୁ ବଳାତ୍କାର ପରେ ବ୍ଲାକମେଲିଂ ଅଭିଯୋଗ !

ଭୁବନେଶ୍ୱର,୩୦/୫(ଏସଏସନିଉଜ) ଜଣେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।ମହିଳାଜଣଙ୍କ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ପ୍ରଫେସର ଭାବେ କାଯ୍ୟ କରୁଥିଲେ । ପ୍ରଫେସରଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ସେ ପ୍ରାଥମିକ ଅଭିଯୋଗ ଛତିଶଗଡ଼ର କବୀରନଗର ଥାନାରେ କରିଥିଲେ ।ପରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ମହିଳା ପ୍ରଫେସରଙ୍କୁ ନିଶା ଦେଇ ସପ୍ତାହେ ଧରି […]

ବଡଭାଇ ଆକ୍ରମଣରେ ସାନଭାଇ ଓ ପତ୍ନୀ ଗୁରୁତର

ଆନନ୍ଦପୁର, ୩୦/୫(ଏସଏସନିଉଜ)ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି ।ଘସିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ ଘଟିଛି ।ସାମାନ୍ୟ ବଚସାକୁ କେନ୍ଦ୍ରକରି ୨ ବଡ଼ଭାଇ କୁରାଢିରେ ଆକ୍ରମଣ କରିଥିବା ସୂଚନା ମିଳିଛି ।ଘଟଣାପରେ ଗୁରୁତର ଅବସ୍ଥାରେ ସାନଭାଇ ଓ ତାଙ୍କ ପତ୍ନୀଙ୍କୁ ଘସିପୁରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହୁମାଛି ନେଲା ଜୀବନ

ବାଙ୍କୀ,୩୦/୫(ଏସଏସନିଉଜ) ମହୁମାଛି ନେଲା ଛାତ୍ରର ଜୀବନ । ମହୁମାଛି ଆକ୍ରମଣରେ ଚାଲିଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ । ବାଙ୍କୀ ପାଣ୍ଡବ ବଖରା ଗୁମ୍ଫା ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା ।ଛାତ୍ର ଜଣଙ୍କ ହେଉଛନ୍ତି ତାଳଚେରର ଶୁଭେନ୍ଦୁ ସାହୁ । ଗୁମ୍ଫା ଭିତରେ ବାଘୁଆ ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।

ଆଜିର ରାଶିଫଳ

ଜ୍ୟେଷ୍ଠ ଅମାବାସ୍ୟା ଓ ସାବିତ୍ରୀ ବ୍ରତ-ସୋମବାର୨୦୨୨ ମସିହା ମଇ ମାସ ୩୦ ତାରିଖ,ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା , ସୁର୍ୟୋଦୟ -ପ୍ରାତଃ ଘ୫/୧୦/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୦୮,ମିଥୁନ ରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ ଓ ମସ୍ୟ , ମାଂସ ଦିବା ଘ୪/୫୦ ଗତେ ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉 ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ […]

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୯/୫(ଏସ ଏସ ନିଉଜ)କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା। ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ ଛୁଇଁଲା ମୌସୁମୀ।

ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର !

ବାରଙ୍ଗ,୨୯/୫(ଏସ ଏସ ନିଉଜ)ବିବାଦ ନନ୍ଦନ କାନନର ପିଛା ଛାଡୁନାହିଁ ।ଆଜି ପୁଣି ଏକ ବିବାଦରେ ଛନ୍ଦି ହୋଇଛି ନନ୍ଦନ କାନନ ।ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଛି କୁମ୍ଭୀର ।ଜଳହସ୍ତୀ ରହୁଥିବା ୬୩ନଂ ଖୁଆଡ଼ରେ ୩ ଫୁଟିଆ ମଗର କୁମ୍ଭୀର ରହିଥିବାର ଆଜି ଦେଖିବାକୁ ମିଳିଛି ।କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିବାବେଳେ ଖୁଆଡ଼ରୁ କୁମ୍ଭୀରକୁ  ଖୋଜିବା ଆରମ୍ଭ କରିଛନ୍ତି  କର୍ତ୍ତୃପକ୍ଷ।ଆଜି ଦିନତମାମ ଖୋଜାଖୋଜି ପରେ କୁମ୍ଭୀର ଦେଖା ନମିଳିବାରୁ ସିସିକ୍ୟାମେରା […]

ବିଜେଡିର ପାର୍ଥୀ ଘୋଷଣା

ଭୁବନେଶ୍ୱର,୨୯/୫(ଏସ ଏସ ନିଉଜ)୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି ।ଘୋଷଣା କରାଯାଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି ।

ନନ୍ଦନକାନନରେ ଚାଲିଗଲା ସିଂହୀର ଜୀବନ

ବାରଙ୍ଗ,୨୮/୫(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ଏକ ସିଂହୀର ମୃତ୍ୟ ଘଟିଛି ।ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ସୂଚନା ମିଳିଛି ।କାଲି ସଂଧ୍ୟାରେ ସାପ କାମୁଡ଼ିଥିବାରୁ ସିଂହୀକୁ ଚିକିତ୍ସା କରାଯାଇଥିଲା ।ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ରହୁଥିଲା ସିଂହୀ ।

ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୨୭/୫(ଏସ ଏସ ନିଉଜ)ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଛି ।ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତକ ଜଣଙ୍କ ହେଲେ ଜାନକୀ ଜେନା।

ଚଳନ୍ତା ଅଟୋରେ ପଡିଲା ଗଛ

ଅନୁଗୁଳ,୨୭/୫(ଏସଏସ ନିଉଜ)ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଖମାର ଥାନା ବାଲିପସି ନିକଟରେ ଚଳନ୍ତା ଅଟୋରେ ଗଛପଡ଼ିବା ଯୋଗୁ ଜଣଙ୍କର ମୃତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।ଘଟଣାରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୯ ମାସର ଗର୍ଭବତୀ ପୁତୁରା, ପୁତୁରା ବୋହୂ ଗୁରୁତର ଆହତ ହୋଇଛି । ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ଗାଁରେ ଘଟିଲା ଏହି ଘଟଣା । […]