Browsing author

SATYA SANDHANA DESK

ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ

କଟକ, ୫/୫(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏଲଆଇଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଚଢ଼ାଉ ଜାରି ରହିଛି।ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ […]

ଚୋରାଚାଳଣ ବେଳେ ଧରାପଡିଲା ୨୪ ହଜାର କେଜି ମହୁଲ

ସମ୍ବଲପୁର,୫/୫(ଏସଏସନିଉଜ) ମଙ୍ଗଳବାର ଦିନ ମହୁଲ ବେଆଇନ୍ ଭାବେ ଚୋରା ଚାଲାଣ କରୁଥିବା ସୂଚନା ପାଇବା ପରେ ଚଢ଼ଉ କରି ଶାସନ ଥାନା ପୁଲିସ ଜଣେ ବ୍ୟବସାୟୀ ଓ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି ।ଅଇଁଲାମାଳର ବୈଦ୍ୟନାଥ ସ୍ବାଇଁ ବେଆଇନ ଭାବେ ମହୁଲ ଫୁଲ ଘରେ ରଖି ଝାରସୁଗୁଡ଼ା ଚାଲାଣ କରିବା ପାଇଁ ଏକ ଟ୍ରକ୍‌ରେ ବୋଝେଇ କରୁଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉବେଳେ ଖୁଣ୍ଟାପାଲି ନିକଟରେ ୨୧,୬୫୦ କେଜି ମହୁଲ ଫୁଲ ବୋଝେଇ […]

ଆଜିର ରାଶିଫଳ

ମଇ ମାସ ୦୫ ତାରିଖ ୨୦୨୨ ମସିହା(ଗୁରୁବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୯,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ପାର୍ବଣ ଶ୍ରାଦ୍ଧ,ମୂଳା ଦିବା ଘ ୦୯/୫୯ ପର୍ଯ୍ୟନ୍ତ ତଦନ୍ତେ ବେଲ ଭକ୍ଷଣ ନିଷେଧ। ମେଷ👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ👉: ଆପଣଙ୍କ […]

ନନ୍ଦନକାନନକୁ ଆସିଲା ୩ ଅସୁସ୍ଥ ଜନ୍ତୁ

ବାରଙ୍ଗ,୪/୫(ଏସ ଏସ ନିଉଜ)ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ୩ଟି ବିରଳ ଜୀବଜନ୍ତୁ ଉନ୍ନତମାନର ଚିକିସ୍ଚା ପାଇଁ ଆସିଛି । ଜୟପୁର ଡିଭିଜନ ରୁ ଉଦ୍ଧାର ହୋଇ ଓୟୁଏଟି ରେ ଚିକିତ୍ସା ହେଉଥିବା ଦେଶୀ ଭାଲୁ , ଚିଲିକାରୁ ଉଦ୍ଧାର ହୋଇଥିବା ଚିତ୍ରାହରିଣ ଓ ବଣେଇ ଡିଭିଜନ ରୁ ହାଡଗିଳା ପକ୍ଷୀ । ସୂଚନାଥାଉକି , ଭାଲୁ ଟି ର ପିଠିରୁ ଗୁଳି ବାହାରିଥିବା ବେଳେ ପଛ ୨ଟି ଗୋଡ ଛୋଟେଇ ଚାଲୁଛି । ଜଙ୍ଗଲରେ ବିଚରଣ […]

ଆସୁଛି ବାତ୍ୟା ‘ଆସାନି’

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି।ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏବେ ଏହା ପୁରୀଠାରୁ ୩୯୦ କିଲୋମିଟର ଓ ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂରରେ ରହିଛି।

ଆରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ

ପୁରୀ,୪/୫(ଏସ ଏସ ନିଉଜ)ରଥଖଳାରେ ଆଜିଠାରୁ ବିଧିବଦ୍ଧ ଭାବେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥଖଳାର ଚାରିପଟେ ଧଳାକନା ଗୁଡ଼ାଯାଇ ରଥନିର୍ମାଣ କାମ ଜାରୀ ରହିଛି । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି । ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

ଭାଙ୍ଗିଲା ଘର

ଡେଲାଙ୍ଗ,୪/୫(ଏସ ଏସ ନିଉଜ) ସତ୍ୟବାଦୀର ବିଭିର୍ଣ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଲିଛି। ମଙ୍ଗଳବାର ରାତିରେ ପବନ ସହ ବର୍ଷା ହୋଇଥିଲା ।ଅଧିକାଂଶ ଜାଗାରେ ନଡ଼ିଆ ଗଛ ସହ ଗଛର ଡାଳ ଭାଙ୍ଗି ଚାଳଘର ଭାଙ୍ଗିଯାଇଛି।ପନି ପରିବା ସହ ବିରି,ମୁଗ ଫସଲ ଅମଳ ପାଇଁ ଅଦିନିଆ ବର୍ଷା ପାଇଁ କାଳ ସାଜିଛି।ସାକ୍ଷୀଗୋପୀନାଥ ଦେବଙ୍କ ଚନ୍ଦନ ଛାମୁଣ୍ଡିଆ ଆଂଶିକ କ୍ଷତି ହୋଇଛି ।

ବନ୍ଧୁକ ମୁନରେ ଲୁଟ୍

ଢେଙ୍କାନାଳ,୪/୫(ଏସ ଏସ ନିଉଜ)ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖ ଘୋଡାଡିଆଁ ଛକରେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟିନେଇଛନ୍ତି ଲୁଟେରା ।ଏଥିରେ ବ୍ୟବସାୟୀ ଅଭିମନ୍ୟୁ ସାହୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଆହତ ହୋଇଥିବାବେଳେ ଜିନିଷ ପତ୍ର ଆଣିବା ପାଇଁ ପିକଅପ୍‌ ଭ୍ୟାନ୍‌ରେ କଟକଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଟଳିପଡିଲେ ରୋଗୀ

ବଲାଙ୍ଗିର,୪/୫(ଏସ ଏସ ନିଉଜ)ବଲାଙ୍ଗିର ଭୀମଭୋଇ ମେଡିକାଲ ଓପିଡି ସମ୍ମୁଖରେ ଟଳିପଡିଲେ ରୋଗୀ । ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବାବେଳେ ଟଳିପଡିଲେ ରୋଗୀ। ଘଟଣାସ୍ଥଳରେ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଚିତ୍ତରଞ୍ଜନ ମିଶ୍ର। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ଆସିଥିଲେ ।

ପୁରୀରେ 5ଟି ସଚିବ

ପୁରୀ,୪/୫(ଏସ ଏସ ନିଉଜ) 5T ସଚିବ ଭି କେ ପାଣ୍ଡିଆନ୍ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଚନ୍ଦନ ଯାତ୍ରା ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ ଓ ଏସ୍ପିଙ୍କ ସହ 5T ସଚିବଙ୍କ ଆଲୋଚନା କରିଥିବାର ଜଣାପଡିଛି ।