Browsing author

SATYA SANDHANA DESK

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରତିକ୍ରିୟା ।ଏ ପର୍ଯ୍ୟନ୍ତ ବାତ୍ୟା ନେଇ ସଠିକ୍ ଆକଳନ ହୋଇପାରିନି ।୨-୩ ଦିନ ପରେ ବାତ୍ୟା ସମ୍ପର୍କରେ ରୂପରେଖ ସ୍ପଷ୍ଟ ହେବ।ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।ଏଥତ୍ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି।

ଟ୍ରକ୍ ଆଗକୁ ଡେଇଁଲେ ମହିଳା

ନୟାଗଡ଼,୪/୫(ଏସ ଏସ ନିଉଜ)ନୟାଗଡ଼ ଟ୍ରାଫିକ ଛକରେ ଟ୍ରକ୍ ଆଗକୁ ଡେଇଁଲେ ମହିଳା।ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ଭଳି ଅଭାବନୀୟ ଘଟଣା ଘଟିଛି।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ବରଣ କରିଥିବାବେଳେ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଟାଉନ ଥାନା ପୋଲିସ ଟ୍ରକ୍‌ କୁ ଜବତ କରିଛି ।

ଅଳିଆ ଗଦାରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ଷ୍ଟେସନ ଛକ କଦଳୀ ଗୋଦାମ ନିକଟ ଏକ ଅଳିଆ ଗଦା ଭିତରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଳକ୍ଷ୍ମୀସାଗର ପୋଲିସ ଦ୍ଵାରା ଉଦ୍ଧାର କରାଯାଇଛି। ଜନ୍ମ ହେବା ପରେ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଥିବାବେଳେ ଲଷ୍ମୀସାଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି. ସୂଚନା ଯୋଗ୍ୟ ଯେ ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀ ରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର […]

ଆଜିର ରାଶିଫଳ

ମଙ୍ଗଳବାର୨୦୨୨ ମସିହା ମଇ ମାସ ୩ ତାରିଖ, ଅକ୍ଷୟ ତୃତୀୟା ,ଚନ୍ଦନ ଯାତ୍ରା ଆରମ୍ଭ ,ରଥ ଅନୁକୂଳ ଓ ଭଗବାନ ପର୍ଶୁରାମ ଜୟନ୍ତୀ, ବୈଶାଖମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୫/୨୦/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୬,ମକର ରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି […]

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ

ଭଦ୍ରକ,୨/୫(ଏସ ଏସ ନିଉଜ) ରାଣୀପାଲ ଛକରେ ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ ହୋଇଛି । ଆଖଣ୍ଡଳମଣି ଦର୍ଶନ ସାରି ବାହାନଗାକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି ।ଆଖଣ୍ଡଳମଣି ଦର୍ଶନ ଲାଗି ଦୁଇ ଝିଅଙ୍କ ସହ ବାପା-ମାଆ ଆସିଥିଲେ ।ବାପ-ମାଆ ଗୋଟିଏ ସ୍କୁଟିରେ, ଦୁଇ ଝିଅ ଆଉ ଏକ ସ୍କୁଟିରେ ଥିଲେ।

ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ରାଜ୍ୟରେ ଆଉ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବାନେଇ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମୋହରଲାଗିଛି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା ନିସ୍ପତି ମୁତାବକ ୨୧.୨୬ କୋଟି ଟଙ୍କା ବ୍ୟୟ ବରାଦ ରେ ହେବାକୁ ଥୁବା ଏହି ନୂଆ ଅଦାଲତ ହାଇକୋର୍ଟଙ୍କ ଅନୁମୋଦନ ପରେ ଜାରି ହେବ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଇନମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଡାକ୍ତରଖାନାରେ ଉତ୍ତେଜନା

ପାରାଦୀପ,୨/୫(ଏସ ଏସ ନିଉଜ)ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ନିରାମୟ କେନ୍ଦ୍ରରୁ ଭୁଲ୍ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ଏହି ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାରର ଅଭିଯୋଗ କରାଯାଇ ଶିଶୁର ପରିବାର ଓ ସଂପର୍କୀୟଙ୍କ ପାଟିତୁଣ୍ଡ ଆରମ୍ଭ ହୋଇଛି ।ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି ।

ପାରାଦୀପରେ ମାଛ ମଡ଼କ

ପାରାଦୀପ,୨/୫(ଏସ ଏସ ନିଉଜ)ପାରାଦୀପ ବାଲିଝର କ୍ରିକ୍‌ରେ ମାଛ ମଡ଼କ ହୋଇଛି।କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛପାଣିରେ ମରି ଭାସୁଛନ୍ତି।ମାଛ ମରିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମରି ଭାସୁଥିବା ମାଛକୁ ଲୋକମାନେ ବୋହି ନେଉଥିବାର ଦେଖିବାକୁ ମିଳିଛି।

ବଦଳିଲା ବାତ୍ୟା ଗତିପଥ

ଭୁବନେଶ୍ୱର,୨/୫((ଏସ ଏସ ନିଉଜ)ECMWF ମଡେଲ୍‌ର ଆକଳନ ଅନୁସାରେ ବାତ୍ୟାର ଗତିପଥ ବଦଳିଛି।ECMWF ଆକଳନ ଅନୁଯାଇ ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି କହୁଥିବାବେଳେ ୟୁରୋପିଆନ୍‌ ECMWF ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଗଙ୍ଗାସାଗରରେ ମାଡ଼ ହେବ ବୋଲି କହୁଛି ।