Browsing author

SATYA SANDHANA DESK

ଏମ୍‌କେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨/୫(ଏସ ଏସ ନିଉଜ)ଏମ୍‌କେସିଜି ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ଅଗ୍ନିକାଣ୍ଡ ଘଟିଛି।ଏଥୁରେ ଫାଇଲ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଭୋର ୪ଟାରେ ନିଆଁ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଛି।

ସକାଳ ୬ଟାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବା ଓ ପାଠପଢ଼ା ଆରମ୍ଭ ହୋଇଛି ।୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼,୨/୫(ଏସ ଏସ ନିଉଜ)ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ଦେବଗଡ଼ବନ୍ଦ ପାଳନ କରୁଛି ବିଜେପି।କର୍ମୀମାନେ ପିକେଟିଂ ଯୋଗୁ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଗିରଫ ହୋଇଛନ୍ତି ।

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ମେମାସ ୨ ତାରିଖ, ବୈଶାଖ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତିଆ , ସୁର୍ୟୋଦୟ -ପ୍ରାତଃ ଘ୫/୨୦/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୦୨, ମିଥୁନ ରାଶିର ଘାତବାର,ବିଛା ରାଶି ର ଘାତଚନ୍ଦ୍ର,ଦ୍ୱିତିଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୫୬ ମଧ୍ୟେ ଘ୧୦/୮ ଗତେ ଘ୧୨/୩୨ ମଧ୍ୟେ ରାତ୍ରୀ ଘ୬/୫୪ ଗତେ ଘ୯/୧୮ ମଧ୍ୟେ ଘ୧୨/୪୨ ଗତେ ଘ୨/୪୫ ମଧ୍ୟେ,ମାହେନ୍ଦ୍ର ବେଳା- ଦିବା ଘ୨/୫୬ ଗତେ ଘ୪/୩୨ ମଧ୍ୟେ। 🐏ମେଷ👉 ପୂଜାପାଠରେ ସମୟ ବିତିବ। ଆପଣ […]

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ମେ ମାସ ୧ ତାରିଖ, ବୈଶାଖ ମାସ- ଶୁକ୍ଳପକ୍ଷ, ସୁର୍ୟୋଦୟ-ପ୍ରାତଃ ଘ୫/୨୧/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୮,ମେଷ ରାଶିରଘାତବାର,ମେଷ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୮ ଗତେ ଘ୯/୨୦ ମଧ୍ୟେ ରାତ୍ରୀ ଘ୭/୪୨ ଗତେ ଘ୯/୧୮ ମଧ୍ୟେ,ମାହେନ୍ଦ୍ର ବେଳା- ଦିବା ଘ୬/୮ ମଧ୍ୟେ ଘ୧୨/୩୨ ଗତେ ଘ୧/୨୦ ମଧ୍ୟେ ରାତ୍ରୀ ଘ୬/୫୪ ଗତେ ଘ୭/୪୨ ମଧ୍ୟେ ଘ୧୨/୩୦ ଗତେ ଘ୩/୪୨ ମଧ୍ୟେ। 🐏ମେଷ👉 ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ […]

ଦିନମଜୁରିଆଙ୍କ ବଢିଲା ପାରିଶ୍ରମିକ

ଭୁୁବନେଶ୍ୱର,୩୦/୪(ଏସଏସନିଉଜ)ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ଶ୍ରମିକ ଦିବସରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ ବୃଦ୍ଧି ।ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ରୁ ୪୭୬କୁ ବୃଦ୍ଧି ହୋଇଛି।

ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି […]

ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

ଦେବଗଡ଼, ୩୦/୪(ଏସଏସନିଉଜ) ବିଧାୟକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତିଲେଇବଣି ବିଡିଓକୃଷ୍ଣଚନ୍ଦ୍ର ଦଳପତି । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କୁ ଆକ୍ରମଣ କରିଥିବାନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଅନ୍ୟ ବ୍ଲକପ୍ରଶାସନିକ ଅଧିକାରୀ,ମାନଙ୍କ ସହ ବିଡିଓ ଯାଇଥିଲେ ।ଏହି ସମୟରେ କିଛି ଲୋକ ବାରମ୍ବାର ଫୋନ କରି ବିଧାୟକଙ୍କୁ ଭେଟିବାକୁ କହିଥିଲେ ।କିନ୍ତୁ ବ୍ୟସ୍ଥଥିବାରୁ ପରେ ଦେଖାକରିବେ ବୋଲି […]

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟ୍

ରାୟଗଡ଼ା , ୩୦/୪(ଏସଏସନିଉଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ରାଓ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖି ଉମା ଶଙ୍କର ଟକିଜ୍ ନିକଟରେ ରହି ତାଙ୍କ ବନ୍ଧୁଙ୍କ ସହ କଥାହେଉଥିଲେ ।ଏହିସମୟରେ ପଛିା କରୁଥିବା ଦୁର୍ବୁତ ପାଖରେ ପହଁଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିବାରୁ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରିଥିଲେ ।ଏହିସମୟରେ ଦୁର୍ବୁତ ଗାଡିଭିତରେ ରହିଥିବା ଟଙ୍କା ବ୍ୟାଗକୁ ନେଇ ଫେରାର […]

ବାସି ପଖାଳ ଖାଇ ୨୪ ଅସୁସ୍ଥ

ଭଦ୍ରକ ,୩୦/୪(ଏସଏସନିଉଜ) ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ବାସି ପଖାଳ ଖାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାମନବମୀରେ ଠାକୁର ଭସାଣି ପାଇଁ ଦୀପବାଡ଼ି ଗ୍ରାମରେ ହୋଇଥିବା ଅନ୍ନପ୍ରସାଦ ଗ୍ରାମବାସୀ ମାନେ ଖାଇସାରିବାପରେ କିଛି ପ୍ରସାଦ ବଂଚିଯାଇଥିଲା । ପ୍ରସାଦକୁ ପଖାଳ କରି ଗ୍ରାମର କେତେକ […]