Browsing author

SATYA SANDHANA DESK

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୩୧/୩(ଏସ ଏସ ନିଉଜ)ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରିଛନ୍ତି।ଏହି ନିଷ୍ପତ୍ତି ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ସକାଳ ୬ଟା ୩୦ରୁ ୧୦ଟା ୩୦ ,ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ସକାଳ ୭ଟାରୁ ୧୧ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷା […]

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧/୩(ଏସଏସନିଉଜ) ରାଜ୍ୟ ସରକାର ଆଜି ଓଏଏସ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବାବେଳେ ଅବିନାଶ ରାଉତଙ୍କୁ ଏସସିସି ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ) ଦିଲ୍ଲୀପ କୁମାର ମହାରଣାପ୍ରଶାସନ ବିଭାଗ ଓଏସଡି ,କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି ଡିଆରଡିଏ ,ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ,ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡିଏ ପିଏ ଭାବେ ଦାୟିତ୍ୱ ଦିଆଯାଇଛି ।

ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ

ବଲାଙ୍ଗିର, ୩୧/୩(ଏସଏସନିଉଜ) ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଶାଶୁ-ବୋହୂଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ପ୍ରେମଶିଳା ମେହେର ଓ ଅମ୍ବିକା ମେହେର । ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫୁଟିଲା ଗୁଳି

ଢେଙ୍କାନାଳ,୩୧/୩(ଏସଏସନିଉଜ) ଢେଙ୍କାନାଳ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳାନା ଗୁଳିଚାଳାନା ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ ନମ୍ବର ୧୯ନଂ ୱାର୍ଡ ର କାଉନସିଲରଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସତ କହିଲେ ରଞ୍ଜନ

ଭୁବନେଶ୍ୱର,୩୧/୩(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ନାୟକ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି । ଅପହରଣ ପରେ ଦୟାଲ ଆଶ୍ରମକୁ ଯାଇଥିଲେ ।ସେଠାରେ ଥିବା ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ନୟାଗଡ଼ ରଣପୁର ନେଇ ପୋତିବା […]

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ମାର୍ଚ୍ଚ ମାସ ୩୧ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ,ତୁଳା ଓ କୁମ୍ଭ ରାଶି ର ଘାତବାର,ଧନୁ ରାଶି ର ଘାତଚନ୍ଦ୍ର,ଚତୁର୍ଦ୍ଦଶୀର ଏକଦିଷ୍ଟ ଓ ଅମାବାସ୍ୟାର ପାର୍ବଣ ସାମ୍ଭସ୍ୱରିକ ଶ୍ରାଦ୍ଧ,ବିରି, ମାଛ ଓ ମାଂସ ଭକ୍ଷଣ ନିଷେଧ। 🐏ମେଷ👉ଦିନଟି ବ୍ୟସ୍ତତାରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ। 🐮ବୃଷ👉କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବସାୟରେ ନୂଆ ପରିଯୋଜନା […]

ନନ୍ଦନକାନନରେ ସିଂହୀ ଶ୍ୟାମା ଗୁରୁତର

ବାରଙ୍ଗ,୩୦/୩(ଏସ ଏସ ନିଉଜ) ନନ୍ଦନକାନନର ୨୦ବର୍ଷିର ମାଈ ସିଂହୀ ଶ୍ୟାମା ବାଦ୍ଧକ୍ୟ କାରଣରୁ ଗୁରତର ଅସୁସ୍ଥ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ଅନ୍ୟପଟେ ବୟସାଧିକ ଯୋଗୁଁ ବିଭିନ୍ନ ରୋଗ ଜନିତ ସମସ୍ୟା ଦେଖାଦେଇଛି।କାନ,ଚମ ଲୋଚା ପଡିବା ସହ ଦିନକୁ ଦିନ ଦୁର୍ବଳ ହୋଇଯାଇଛି।ଗତ ୫ଦିନ ହେଲାଣି ଠିକ୍ ଭାବେ ଖାଇପାରୁନାହିଁ।ଏମିତିକି ଗୋଟିଏ ସ୍ଥାନରେ ପଡିରହୁଛି।ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦେଶକ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଜାରି ରହିଛି ବୋଲି ପ୍ରାଣୀଉଦ୍ୟାନର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି।ସିଂହ ଏନକ୍ଲୋଜର […]

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୩୦/୩(ଏସ ଏସ ନିଉଜ)ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ ହେବ । ସକାଳ ସାଢେ ୬ଟାରୁ ୧୦ଟା ପର‌୍ୟ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ,ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ପିଲା କ୍ଲାସ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  

ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

ଭଦ୍ରକ, ୩୦/୩(ଏସ ଏସ ନିଉଜ) ଧାମନଗର ଏନଏସିର ଏନଏସିର ୩,୮, ୯, ୧୬,୧୭,୧୮ ୬ଟି ବୁଥରେ ଏପ୍ରିଲ ୫ରେ ହେବ ସାନି ନିର୍ବାଚନ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ […]

ଉଦ୍ଧାର କଲେ ଏନଡିଆରଏଫର ଦୁଇ ଯବାନ

ବାରଙ୍ଗ,୨୯/୩(ଏସ ଏସ ନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ମହାନଦୀରେ ଗାଧୋଇବାକୁ ଆସି ବୁଡ଼ିଗଲେ ୨ ଛାତ୍ର।ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ମୁତାବକ କଟକର ଏକ ଘରୋଇ କଲେଜରେ ପାଠ ପଢୁଥିବା ୪ ଜଣ ଛାତ୍ର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ନରାଜ ବ୍ୟରେଜ୍ ବୁଲିବାକୁ ଆସି ମହାନଦୀରେ ଗାଧୋଉଥିଲେ।ଏହି ସମୟରେ ପାଣିର ଅଧିକ ସ୍ରୋତ ଯୋଗୁଁ ଦୁଇଜଣ ସାଙ୍ଗ ପାଣିରେ ବୁଡି ଯାଇଥିଲେ।ବୁଡି ଯାଉଥିବା ଛାତ୍ରଙ୍କ ଚିତ୍କାର […]