Browsing author

SATYA SANDHANA DESK

ଭୁଶୁଡ଼ିଲା ଛତ୍ରବଜାର ପୋଲ

କଟକ,୯/୩(ଏସଏସ ନିଉଜ)ଆଜି ସନ୍ଧ୍ୟାରେ କଟକ ଛତ୍ର ବଜାର ନିକଟରେ ଥିବା ପୁରୁଣା ପୋଲଟି ଭୁଶୁଡି ପଡିଛି। ପୋଲର ପାର୍ଶ୍ୱ ପାଚେରୀ ମରାମତି ପାଇଁ ଖୋଳାଯାଉଥିବାବେଳେ ଏକଅଂଶ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ ।ଏହି ଘଟଣାରେ ପ୍ରାଥମିକ ସୂଚନା ଅନୁସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସୁଚନା ମିଳିଛି ।ଏବେବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାର ଜଣାପଡିଛି ।

ହାତୀ ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୯/୩(ଏସ ଏସ ନିଉଜ)ଚନ୍ଦକା ହାତୀ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟନ ନନ୍ଦନକାନନ।ଗତକାଲି ରାତିରେ ଚନ୍ଦକା ଜଙ୍ଗଲର ଦୁଇଟି ହାତୀ ସୁରକ୍ଷା ପ୍ରାଚିର ଭାଙ୍ଗି ନନ୍ଦନକାନନରେ ପସିଛନ୍ତି।ହାତୀ ଦୁଇଟି ଜିରାଫ ଏନକ୍ଲୋଜରରେ ପଛପଟ ଜଙ୍ଗଲରେ ରହିଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ସାମୟିକ ଭାବେ ନନ୍ଦନକାନନ ମଧ୍ୟକୁ ପ୍ରବେଶକୁ ବନ୍ଦ ରଖାଯାଇଛି।ପର୍ଯ୍ୟଟକ ମାନଙ୍କ ନିରାପଦ ଦୃଷ୍ଟିରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।ହାତୀଙ୍କୁ ଘଉଡାଇବା ପାଇଁ ଚନ୍ଦକା ବନବିଭାଗ,ନନ୍ଦନକାନନ ସୁରକ୍ଷା ବିଭାଗ କର୍ମଚାରୀ ମାନେ ଲାଗିଛନ୍ତି।ଅନ୍ୟପଟେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକ […]

ପୁଣି ଧାରଣା ଦେଲେ ଦଳିତ ପରିବାର

ବାରଙ୍ଗ, ୮/୩(ଏସଏସନିଉଜ)ପୁଣି ଧାରଣା ଦେଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ସେହି ପୁରୁଣା ଦାବୀକୁ ଦୋହରାଇଲେ ଓ ଚେତାବନୀ ମଧ୍ୟ ଦେଲେ ।ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ପର୍ଯ୍ୟାନୁକ୍ରମରେ ଧାରଣାଦେବେ ବୋଲି କହିଥିଲେ । ବିଦ୍ୟାଧରପୁର ମୌଜା କଟକ ସିଡିଏ ସେକ୍ଟର ୧୩ରେ ଥିବା ୧୮୦ ଦଳିତ ପରିବାରଙ୍କ ୧୮୦ ଏକର ଜମି ପଟ୍ଟା ଜଲିଆତି କରାଯାଇ ସରକାରୀ ଖାତାକୁ ନିଆଯାଇଥିବାର ପ୍ରତିବାଦରେ ମଙ୍ଗଳବାରଦିନ ତହସିଲ କାର୍ଯ୍ୟାଳୟ ଆଗରେ ଦଳିତ ପରିବାରମାନେ ଧାରଣାରେ ବସିଥିଲେ ।ଏହି ପରିବାରକୁ […]

ସକାଳୁ ବସିଲେ ,ରାତିରେ ଉଠିଲେ

ବାରଙ୍ଗ, ୮/୩(ଏସଏସନିଉଜ) ସକାଳୁ ବସିଲେ ,ରାତିରେ ଉଠିଲେ ଛଟେଇ ହୋଇଥିବା କର୍ମଚାରୀ ।ଅରିଲୋ ଗ୍ରାମ ନିକଟରେ ଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟର ମୁଖ୍ୟଫାଟକ ପାଖରେ ଛଟେଇ ହୋଇଥିବା କର୍ମଚାରୀମାନେ ମଙ୍ଗଳବାରଦିନ ଧାରଣା ଦେଇଥିଲେ ।୧୦ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ଭାବରେ ଏହି ପ୍ଲାଂଟର ଲୋକାର୍ପଣ ହୋଇଥିଲା । ଏଥିରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ […]

ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

ମାଲକାନଗିରି, ୮/୩(ଏସଏସନିଉଜ) କୋରକୋଣ୍ଡା ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମାଲକାନଗିରି ପୁଲିସ ।ମାତ୍ରାଧିକ ମଦ୍ୟପାନ ଯୋଗୁ ଭାରସମ୍ୟ ହରାଇ ନଦୀରେ ପଡିଯାଇଥିବାର ପୋଲିସ ଅନୁମାନ କରୁଛି ।ମୃତକଙ୍କ ପରିଚୟ କେହି ଜାଣିନଥିବାରୁ ତାଂକୁ ଚିହ୍ନଟ କରାଯାଇପାରୁନଥିବା ଜଣାପଡିଛି।  

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ପୁରୀରେ ୭ ଜଣିଆ ଟିମ୍‌

ପୁରୀ, ୮/୩(ଏସଏସନିଉଜ)ପୁରୀରେ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର । ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ ଯେଉଁ ସର୍ଭେ ରିପୋର୍ଟ କେନ୍ଦ୍ରୀୟ ଟିମ୍ ଦେଇଥିଲା ତାହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିସାରିଛି। ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ଏହିଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି ।ଏହାସହ ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳଙ୍କ […]

୨୨ରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ

ଭୁବନେଶ୍ୱର, ୮/୩(ଏସଏସନିଉଜ)ପୌର ନିର୍ବାଚନ ପାଇଁ ରାଜ୍ୟରେ ୨୨ ତାରିଖରୁ ୨୪ ପର୍ଯ୍ୟନ୍ତ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଛି ।ତେବେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଫଳାଫଳ ପ୍ରକାଶ ପାଇବ ।

ମାର୍ଚ୍ଚ ୨୫ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର,୮/୩(ଏସଏସନିଉଜ) ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ବିଧାନସଭା ବଜେଟ୍ ଅଧିବେଶନ ଚାଲିବ । ବିଧାନସଭାରେ ୨୫ରେ ରାଜ୍ୟପାଳ ଅଭିଭାଷଣ ଦେବେ । ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ମାର୍ଚ୍ଚରେ ୩୦ରେ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଆଗତ ହେବାନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ହଷ୍ଟେଲର ୧୫ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୮/୩(ଏସଏସନିଉଜ) କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ୧୫ରୁ ଅଧିକ ଛାତ୍ରୀ ହଷ୍ଟେଲ ଖାଦ୍ୟ ଖାଇ ୧୫ରୁ ଅଧିକ କଲେଜ ଛାତ୍ରୀ ଆକ୍ରାନ୍ତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ଗତକାଲି କଲେଜରେ ଖେଳ ଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ।କିନ୍ତୁ ସନ୍ଧ୍ୟା ସମୟରେ କୌଣସି କାରଣରୁ୧୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।ଏମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା […]

ତିନିଦିନ ହେବ ୩ ପଂଚାୟତରେ ମିଳୁନି ପାଣି

ବାରଙ୍ଗ,୮/୩(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ମିଳୁନି ପିଇବା ପାଣି ।ତିନିଦିନ ହେବ ବିଶୁଦ୍ଧପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖାଦେଇଥିଲେ ମଧ୍ୟ ବ୍ଲକ ପ୍ରଶାସନର ନୀଦ ଭାଙ୍ଗିନାହିଁ ।ତେବେ ବିଦ୍ୟୁତ୍ ବିଲ ପୈଠ ନ ହେବାରୁ ବିଦ୍ୟୁତ ସଂଯୋଗ ବିଛିର୍ଣ ହୋଇଥିବାରୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡିଛି।ଯାହାଫଳରେ ଭୁବନେଶ୍ବର ବ୍ଲକର କଲ୍ୟାଣପୁର,ବରିମୁଣ୍ଡ ,ଦାଢା ପଞ୍ଚାୟତ ଅଧିନରେ ଥିବା ବିଭିର୍ଣ ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମାର୍ଚ୍ଚମାସ ପ୍ରାରମ୍ଭରୁ ଖରାର ତାପ ବଢିବାରେ ଲାଗିଲାଣି ।ଏଭଳି ସ୍ଥିତିରେ ଭୁବନେଶ୍ବର […]