Browsing author

SATYA SANDHANA DESK

ଧରାହେଲା କୁମ୍ଭୀର

ଭୁବନେଶ୍ବର, ୪/୩(ଏସଏସନିଉଜ) ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବନ ବିଭାଗ କୁମ୍ଭୀରକୁ କାବୁ କରିବାରେ ସକ୍ଷମ ହୋଇଛି । ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା ।ଯାହାକୁ ନେଇ କେନାଳ କୁଳରେ ରହିଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରର ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜି ଛାଡ଼ିଥିଲେ। କୁମ୍ଭୀର ଉଦ୍ଧାର ପରେ ତାକୁ ନନ୍ଦନକାନନକୁ ନିଆଯାଇଥିବାର […]

ଭୁବନେଶ୍ୱର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା

ଭୁବନେଶ୍ୱର,୪/୩(ଏସଏସନିଉଜ) ବିଏମସି ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

ମଦ ଓ ପୋଚ ନଷ୍ଟ କଲା ଅବକାରୀବିଭାଗ

ଆଠଗଡ଼,୪/୩(ଏସଏସନିଉଜ) ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମଠନଳା ଓ ହାତୀତୋପ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଅବକାରୀ ବିଭାଗ ଚଢାଉ କରି ୩୫୫୦ଲିଟର ପୋଚ ନଷ୍ଟ କରିଛନ୍ତି ।ଏହାସହ ଚାଲାଣ ପାଇଁ ରଖାଯାଇଥିବା ୨୬୦ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଛି ।ତେବେ ଏହି ଘଟଣାରେ ଅବକାରୀବିଭାଗ କାହାକୁ ଗିରଫ କରିପାରିନଥିବାର ଜଣାପଡିଛି ।  

ଯୁଦ୍ଧ ବନ୍ଦ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୩/୨(ଏସଏସନିଉଜ) ଋଷିଆ ଏବଂ ୟୁକେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ କହିଲେଣି ତୃତୀୟ ବିଶ୍ୱ ଯୁଦ୍ଧ ର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଜଣେ ଭାରତୀୟ ଡ଼ାକ୍ତରି ଛାତ୍ର ଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପଟେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଆଇନ୍ ମହାବିଦ୍ୟାଳୟ, […]

ଏସପିଙ୍କୁ ଭେଟିଲେ ପୀଡ଼ିତାଙ୍କ ପରିବାର

ଭଦ୍ରକ, ୩/୨(ଏସଏସନିଉଜ) ବନ୍ତ ବ୍ଲକ କନ୍ତିଆ ତୁଣ୍ଡା ଅଞ୍ଚଳର ବନମାଳୀ ଜେନାଙ୍କ ନାବାଳିକା ଝିଅ ପିଉସା ଘରେ ରହୁଥିବା ବେଳେ ଗତ ୧୩ ତାରିଖ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିଲା ।ଏହିସମୟରେ ତାକୁ ଅପହରଣ କରାଯାଇଥିବାନେଇ ୧୮ ତାରିଖ ଦିନ କେନ୍ଦୁଆପଦା ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।ଅପହରଣକାରୀ ଯୁବକ ଝିଅକୁ କନ୍ୟାକୁମାରୀ ନେଇଯାଇଥିବା ଓ ଅପହରଣରେ ବ୍ୟବହାର ହୋଇଥିବା ଗାଡିନମ୍ବର ଜାଣିବାପରେ ଫାଣ୍ଡିରେ ଜଣାଇଥିଲେ ।ପୋଲିସ ଗୋଟେପଟେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ […]

ମହାନଦୀ ପଠାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ, ୩/୨(ଏସଏସନିଉଜ) କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୁଆଶୁଣୀ ନିକଟ ମହାନଦୀ ପଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକଙ୍କ ମୁଣ୍ଡରେ ଛେଚା ଯାଇଥିବା କୁହାଯାଉଛି।ମୃତ ଯୁବକ ହେଉଛନ୍ତି ବିହାର ନିବାସୀ ଆଜାଦ ଯାଦବ (୨୮) ।ସେ ଇଣ୍ଟେରିୟର କାମ କରୁଥିଲେ । ସେ କାମକରୁଥିବା ଠିକାଦାରପାଖକୁ ବକେୟା ଥିବା ଟଙ୍କା ଆଣିବାକୁ କଟକ ଆସି ଫେରିନଥିବାର ପୋଲିସ ସନ୍ଦେହ କରୁଛି ।ତେବେ ଆଜାଦ ଯାଦବ ନିଖୋଜ ହୋଇଥିବାନେଇ ପରିବାର ଲୋକ […]

ନିର୍ବାଚନରେ ବିଜୟ ପରେ ଦୁଗ୍ଧ ଅଭିଷେକ

ଭଦ୍ରକ, ୩/୨(ଏସଏସନିଉଜ)ସରିଛି ପଂଚାୟତ ନିର୍ବାଚନ ।ନିର୍ବାଚନରେ ଜିତିବାପରେ ସମର୍ଥକମାନଙ୍କ ସହ ଖୁସି ମନାଉଛନ୍ତି ନିର୍ବାଚିତ ପାର୍ଥୀମାନେ ।କିନ୍ତୁ ଏକ ଅଭିନବ ଢଙ୍ଗରେ ସମିତିସଭ୍ୟ ଭାବେ ନିର୍ବାଚିତ ହେବାପରେ ଖୁସି ମନାଇଛନ୍ତି ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଜୀବନଜ୍ୟୋତି ପଲେଇ ।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମିତିସଭ୍ୟ ଭାବେ ଜିତିବାର ଜଣାପଡିବାପରେ ତାଙ୍କ ସମର୍ଥକମାନେ ତାଙ୍କର ଦୁଗ୍ଧ ଅଭିଷେକ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

କାଲିଠାରୁ ମା’ ତାରିଣୀ ମନ୍ଦିରରେ ଲାଗିବ ଭୋଗ

ଘଟଗାଁ, ୩/୨(ଏସଏସନିଉଜ)ମହାମାରୀ କରୋନାପାଇଁ ଗତ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା।କେବଳ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ଙ୍କ ଦର୍ଶନର ସୁବିଧା ରହିଥିବାବେଳେ ସାଙ୍ଗରେ ଭୋଗ ଆଣିପାରୁନଥିଲେ ।ତେବେ ଆସନ୍ତାକାଲିଠାରୁ ମା’ ତାରିଣୀ ମନ୍ଦିରରେ ଭୋଗ ଲାଗିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଭୋଗନେଇ ଆସିପାରିବେ ।ଏହାସହ ୧୦ ବର୍ଷରୁ କମ୍ ପିଲା ଏବଂ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୮ଟା ପର‌୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ […]

ଦେଶୀ ମଦ ସହ ବୋଲେରୋ ଜବତ

ବାରଙ୍ଗ, ୨/୩(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରଦିନ ଏକ ଦେଶୀମଦ ନେଇ ଆସୁଥିବାବୋଲେରୋକୁ ଜବତ କରିବା ସହ ଚାଳକ ଗିରିଶ ଚନ୍ଦ୍ର ଜେନାକୁ ଗିରଫକରି୨୮୦ ଲିଟର ଦେଶୀ ମଦ ଜବତ କରିଛି ।ବିଶେଷସୁତ୍ରରୁ ଖବରପାଇ ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ସଦଳବଳେ ବୁଧବାର ଦିନରେ ମଧୁବନ ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାଖରେ ଜଗିରହିଥିଲେ ।ଏହି ସମୟରେ ଆଠଗଡ ପଟରୁ ଏକ ଧଳା ରଙ୍ଗର ଓଆର ୦୨ବିକେ ୪୫୪୯ ଆସୁଥିବା ବୋଲେରୋକୁ ରୋକିବାସହ ତା […]

ଶିବ ଜୟନ୍ତୀ ପାଳିତ

ଆସିକା ,୨/୩(ଏସଏସନିଉଜ) ବୁଧବାର ଆସିକା ଧରାକୋଟ ବ୍ଲକ ଗୋଲା ଦାମୋଦର ପଲ୍ଲୀ ବ୍ରହ୍ମାକୁମାରୀସ୍ ପାଠଶାଳା ତରଫରୁ ୮୬ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ ସରପଞ୍ଚ ଜି – କମଳ ଲୋଚନ ରେଡ୍ଡୀ ଉପସ୍ଥିତ ହୋଇ ପରମାତ୍ମାଙ୍କ ଶକ୍ତିକୁ ଅନୁଭବ କରି କହିଥିଲେ କି ଏହି ଏକ ସଂସ୍ଥା ଯିଏ ବିନା ମୂଲ୍ୟରେ ସାରା ବିଶ୍ୱରେ ମୂଲ୍ୟନିଷ୍ଠ ସମାଜ ଗଠନରେ ଆଗେଇଛି। ଏଣୁ ସମସ୍ତଙ୍କୁ ଏହି ଆହ୍ଵାନ […]