Browsing author

SATYA SANDHANA DESK

ମିଳିଲା ଅନୁମତି,ଆରମ୍ଭ ହେଲା ଭୋଜି

ବାରଙ୍ଗ, ୨/୩(ଏସଏସନିଉଜ)ସୋମବାରଦିନ ବଟାନିକାଲ ଗାର୍ଡେନରେ ଭୋଜି କରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଅନୁମତି ଦେଇଥିବାର ସୋମବାର ଘୋଷଣା କରିଛନ୍ତି ।ଏହାଦ୍ୱାରା ଦୀର୍ଘଦିନ ହେବ ବଣଭୋଜି ନକରିପାରି ନିରାଶ ହେଉଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି ।ଭୋଜି କରିବାକୁ ଚାହୁଁଥିବା ଲୋକେ ସିଧାସଳଖ ବା ଅନଲାଇନରେ ନନ୍ଦନକାନନ ଆଣ୍ଡ୍ରଏଡ ଆପକୁ ଯାଇ ବଣଭୋଜି ପାଇଁ ସୁବିଧା ରଖାଯାଇଥିବା ୫୭ଟି ପିଣ୍ଡି ବୁକିଂ କରିପାରିବେ । ପର‌୍ୟ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ […]

ସାମ୍ବାଦିକଙ୍କ ମାତୃବିୟୋଗ

ବାରଙ୍ଗ,୨/୩(ଏସଏସନିଉଜ) ବୁଧବାରଦିନ ବାରଙ୍ଗପ୍ରେସ କ୍ଲବର ସାଧାରଣସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀଙ୍କ ମାତୃବିୟୋଗ ଘଟିଛି ।ସାମ୍ବାଦିକ ଷଡଙ୍ଗୀଙ୍କ ମାତାଙ୍କ ନାମ ରେଣୁବାଳା ଷଡଙ୍ଗୀ ।ରେଣୁବାଳା ଗତକିଛିଦିନ ହେବ ଶାରରୀକ ଅସୁସ୍ଥତା କାରଣରୁ ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌ାଧିନ ଥିଲେ ।ବୁଧବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା ।ସେ ଜଣେ ମିଷ୍ଠଭାସୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ହୋଇଥିବାରୁ ତାଙ୍କର ବିୟୋଗରେ ତାଙ୍କ ଗ୍ରାମ ପଂଚୁପାଳ ସମେତ ବାରଙ୍ଗ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ମରଶରୀର ପଂଚୁପାଳସ୍ଥିତ ବାସଭବନରେ ପହଁଚିବାପରେ […]

ଲାଞ୍ଚ ନେଇ ଧରା ପଡିଲେ ବିଇଓ

ରାୟଗଡା, ୨/୩(ଏସଏସନିଉଜ) ଲାଞ୍ଚ ନେଉଥିବା ବେଳେ ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଜରୁରୀ କାଗଜପତ୍ର କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ତେବେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କକୁ ଜବତ କରିଥିବାର ଜଣାପଡିଛି ।  

୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର, ୨/୩(ଏସଏସନିଉଜ) ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ ଭୁବେନଶ୍ୱର ଜିଆରପି ।୧୨ କୋଟି ଟଙ୍କା ମୁଲ୍ୟର ଏହି ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବାର ଜଣାପଡିଛି । ତେବେ ୪ଟି ବ୍ୟାଗରେ ୩୨କେଜି ସୁନା ରହିଥିଲା ।ଜିଆରପି ପୋଲିସହ ଇନକମ ଟ୍ୟାକ୍ସ ଓ ଜିଏସଟିର ଖୋଲତାଡ ଆରମ୍ଭ ହୋଇଛି ।

ଡେଲାଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ

ଡେଲାଙ୍ଗ, ୨/୩(ଏସଏସନିଉଜ)ଗୁଆଳିଡା ପଞ୍ଚାୟତ ଅଧିନ ହୁମର ଗ୍ରାମରେ ମହାଶିବରାତ୍ରୀ ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ରାଜନୈତିକ ହିଂସାହୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି ।ମଙ୍ଗଳବାର ସନ୍ଧ୍ୟାରେ ବ୍ରଜକିଶୋର ପରିଡାଙ୍କ ଘରୁ ନିଆଁ ଲାଗି ନିମିଷକ ମଧ୍ୟରେ ପଡୋଶୀ ଘରକୁ ବ୍ୟାପି ଯାଇଥିଲା ।ଏହାପରେ ପୂର୍ଣ୍ଣଚନ୍ଦ୍ର ପରିଡ଼ା,ନଳିନୀ ପରିଡ଼ା,ଗଙ୍ଗାଧର ପରିଡ଼ା ଓ ଧ୍ୱଜ ପରିଡ଼ାଙ୍କ ୧୦ ବଖରାରୁ ଉର୍ଦ୍ଧ୍ୱ ଘର […]

କେନାଲରେ ବୁଲୁଛି କୁମ୍ଭୀର

ବାରଙ୍ଗ, ୨/୩(ଏସଏସନିଉଜ) କେନାଲରେ ବୁଲୁଛି ଘଡିଆଳ କୁମ୍ଭୀର । ପ୍ରତାପ ନଗରୀ ନିକଟ ନୂଆଗଡ କଲେଜ ପୁରୀ ମୁଖ୍ୟ କେନାଲରେକୁମ୍ଭୀରଟି ଥିବାର କେନାଲକୁ ଗାଧେଇ ଯାଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ ।କୁଳରେ କୁମ୍ଭୀରଟି ଥିବାର ଜଣାପଡିବାପରେ ଦେଖଣାହାରୀଙ୍କର ଭୀଡ ଲାଗିରହିଥିଲା ।ମଙ୍ଗଳବାରଦିନ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ।ଖବର ପାଇ ଆଜି ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି କୁମ୍ଭୀର ଉପରେ ନଜର ରଖିଥିବାର ଜଣାପଡିଛି ।

ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଦାଖଲ

ଭୁବନେଶ୍ୱର,୨/୩(ଏସଏସନିଉଜ) ଆଜିଠୁ ଆରମ୍ଭ ହୋଇଛି ପୌର ନିର୍ବାଚନ ନାମାଙ୍କନ ଦାଖଲ ,ଯାହାକି ଆସନ୍ତା୭ତାରିଖଯାଏ ଚାଲିବ । ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ମାର୍ଚ୍ଚ ୨୪ତାରିଖରେ ଏହି ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ୨୬ତାରିଖରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଏଥିନିମନ୍ତେ ୧୦୬ ପୌରପାଳିକା ଓ ୩ଟି ମହାନଗର ନିଗମ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୨ ତାରିଖ ୨୦୨୨ ମସିହା(ବୁଧବାର)ଫାଲଗୁନ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ରାତ୍ରି ଘ ୧୧/୦୭ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ , ଅମାବାସ୍ୟା ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଅମାବାସ୍ୟା ର ସମ୍ବଛରିକ ଶ୍ରାଦ୍ଧ ମହାଳୟା ବିଦ୍ଧି ରେ ହେବ ,ଆମିଷ ଭକ୍ଷଣ ନିଷେଧ । ମେଷ :-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !! 🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !! 🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ […]

ଆଜିର ରାଶିଫଳ

ମାର୍ଚ୍ଚ ୦୧ ତାରିଖ ୨୦୨୨ ମସିହା(ମଙ୍ଗଳବାର) ଫାଲଗୁନ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ, ମହାଶିବରାତ୍ରି, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୨୮,ସିଂହ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। […]