Browsing author

SATYA SANDHANA DESK

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ଡିଜିପି

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଭୁବନେଶ୍ୱରରେ ଗତକାଲି ପହଞ୍ଚିଛନ୍ତି ନୂଆ ଡିଜିପି ସୁନୀଲ କୁମାର ବଂଶଲ ।ଆଜି ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରି ପାରନ୍ତି । ଡିଜିପି ଅଭୟଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ସୁନୀଲ ।ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବାକୁ ଯାଉଛନ୍ତି ।

ଆଜିର ଅନୁଚିନ୍ତା

🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା । 🦋ଯାହାର ଇଜ୍ଜତ ଥାଏ, ସେ ସବୁବେଳେ ହାତେ ମାପି ଚାଖଣ୍ଡେ ଚାଲୁଥାଏ।କାରଣ ଇଜ୍ଜତ ବହୁ କଷ୍ଟରେ କମେଇବାକୁ ପଡିଥାଏ, କଳାଧନ ଦେଇ କିଣିହୁଏନି,କି କାହା ଆଗରେ ହାତ ପତେଇ ମାଗି ଆଣି ହୁଏନି। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଇଜ୍ଜତ ଦେଇଥାଏ। 🦋ଅନ୍ୟର ତ୍ରୁଟି ଦେଖି ତତ୍ସଲ୍ୟ କରୁଥିବା ବ୍ୟକ୍ତି […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ,ପକ୍ଷ- କୃଷ୍ଣ,ତିଥି- ଦ୍ବାଦଶୀ ଦିବା ଘ୧୦-୩୮ମି ଗତେ ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ବୁଷ ମିଥୁନ ସିଂହ କନ୍ୟା ବିଛା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି,ନିଷିଦ୍ଧ ଖାଦ୍ୟ- ମସୁର ଦିବା ଘ,୧୦-୩୮ମି ଗତେ ବାଇଗଣ ଭକ୍ଷଣ ନିଷେଧ ,,ମେଷ: ବିଶ୍ରାମ,ବୃଷ: କୁଭୋଜନ,ମିଥୁନ: ଦୁଃସାହସ, କର୍କଟ: ପରିଶ୍ରମ, ସିଂହ: ଦ୍ରବ୍ୟ ନଷ୍ଟ, କନ୍ୟା: ପରିଶ୍ରମ, ତୁଳା: ଅପେକ୍ଷା, ବିଛା: ସୁଖସନ୍ତୋଷ,ଧନୁ:ପଥରୋଧ,ମକର: ପ୍ରାଧାନ୍ୟ, କୁମ୍ଭ : ପରିଶ୍ରମ, […]

ଭୁବନେଶ୍ୱର ଓ କଟକରେ ୩ ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) କାଲିଠାରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ବିଏମସି ଓ ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।ଯାହାଫଳରେ ଏବର୍ଷ ନୂଆବର୍ଷ ଫିକା ପଡ଼ିବାକୁ ଯାଉଛି । କଟକ ଓ ଭୁବନେଶ୍ୱରରେ ୩ ଦିନ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ଆଜି ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ବିଏମସି ଓ ସିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ)ଆଜି ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ରୁ ୪୪ ବର୍ଷ ବୟସ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ୪ ଜଣ କତାର, କଙ୍ଗୋ, ୟୁଏଇରୁ ଆସିଥିବା ଜଣାପଡିଛି ।’କିନ୍ତୁ ଜଣେ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦକୁ ଯାଇଥିଲେ । ଆକ୍ରାନ୍ତ ସମସ୍ତ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ […]

ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ରାଜ୍ୟ ସରକାର ଜାନୁଆରି ମାସ ପାଇଁ କଟକଣା କଡାକଡି କରିବାସହ ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି । କରୋନାର ନୂଆ ଭାରିଅଂଟ ଓମିକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଥିବା କଟକଣା ଅନୁଯାୟୀ ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । କୋଭିଡ ନିୟମ କଡାକଡି ଭାବେ ପାଳନ […]

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତ ପରେ ଝାରସୁଗୁଡା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ରାଜନୈତିକ ନେତା କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ […]

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର, ୩୦/୧୨(ଏସଏସନିୟୁଜ) ଆଜି ଭୋରୁ ଗଂଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର‌୍ୟ୍ୟାଳୟର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । କିରାଣୀଙ୍କ ବ୍ରହ୍ମପୁର ସ୍ଥିତି କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨, ସମିତି ସଭ୍ୟଙ୍କ ପାଇଁ ୧୯ଟି ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର , ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନ ସହିତ ୧୯ ପ୍ରକାର ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, […]

ଜାନୁୟାରୀ ୩ରୁ ୧୫-୧୮ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ)ଜାନୁୟାରୀ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ ।ଏଥିପାଇଁ ଅନଲାଇନ୍ ଓ ଅନସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ।ଆବଶ୍ୟକତାଥିବା ପ୍ରମାଣପତ୍ର ନଥିଲେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିହେବ ଓ ପିଲାମାନେ ଟିକା ନେଇ ପାରିବେ ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପୂର୍ବରୁ ‌ଯେଉଁ ଟିକାଦାନ କେନ୍ଦ୍ର ରହିଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ପିଲାମାନଙ୍କୁ କୋଭାକ୍ସିନ୍‌ର ଦୁଇ […]