Browsing author

SATYA SANDHANA DESK

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ)ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ […]

ଦାୟିତ୍ୱ ଗ୍ରହଣ କଲେ ନୂତନ ଡିଜିପି ସୁନୀଲ ବଂଶଲ

କଟକ,୩୧/୧୨(ଏସଏସନିୟୁଜ)ଓଡିଶା ପୋଲିସର ନୁତନଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସୁନିଲକୁମାର ବଂସଲ ଶୁକ୍ରବାରଦିନ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟକାର୍ଯ୍ୟାଳୟଠାରେ ପୁର୍ବତନ ଡିଜିପି ଶ୍ରୀ ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁନିଲକୁମାର ବଂସଲ ଆଇପିଏସ ପୋଲିସ ମୁଖ୍ୟାଳୟଠାରେ ପହଁଚିବାପରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କାରଯିବା ସହ ଉପସ୍ଥିତ ଅଧିକାରୀମାନେ ପୁଷ୍ପଗୁଛଦେଇ ସ୍ୱାଗତ ଜଣାଇଥିଲେ ।ଦାୟିତ୍ୱ ଗ୍ରହଣ ପୁର୍ବରୁ ଶହୀଦ ସ୍ମୃତିସ୍ତମ୍ବରେ ମଲ୍ୟାର୍ପଣ କରିଥିଲେ ।ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କ ପ୍ରତିକ୍ରିୟାରେ କହିଛନ୍ତି […]

ଚେତାବନୀ ଦେଲେ ପୋଲିସ କମିଶନର

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଗତକାଲିଠୁ ୩ ଦିନ ପର୍ଯ୍ୟନ୍ତ  ଚେକିଂକୁ ଜୋରଦାର କରିବ କମିସିନେରେଟ ପୋଲିସ । ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ସେଥିପ୍ରତି ନଜର ଦେଇ ଏସଆରସିଙ୍କ ନିୟମ ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍ ଓ କ୍ଲବ ଗୁଡିକୁ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ […]

ମାଓ ସାମଗ୍ରୀ ଜବତ

ମାଲକାନଗିରି,୩୧/୧୨(ଏସ ଏସ ନିଉଜ)ସ୍ୱାଭିମାନ ଅଞ୍ଚଳର ତାବେର ଜଙ୍ଗଲରୁ ବିଏସ୍ଏଫ୍ ଓ ପୁଲିସ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛି । ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ଏହାକୁ ଜବତ କରାଯାଇଛି ।ଏହି ଜବତ ସାମଗ୍ରୀ ମଧ୍ୟରେ ୬ଟି ଟିଫିନ୍ ବୋମା, ୨ଟି ଗ୍ରେନେଡ୍ ସହ ବହୁ ବିସ୍ଫୋରକ ଥିବାର ଜଣାପଡିଛି ।

ନୂଆବର୍ଷରେ ପରିବହନ ବିଭାଗର ନୂଆ ନିୟମ

ଭୁବନେଶ୍ୱର,୩୧/୧୧(ଏସ ଏସ ନିଉଜ)ନୂଆବର୍ଷରେ ଜନସାଧାରଣ ଙ୍କ ପାଇଁ ନୂଆ ଭେଟି ଦେବାକୁ ଯାଉଛି ।ପରିବହନ ବିଭାଗର ନୂଆ ନିୟମ ଅନୁଯାୟୀ ଅନ୍ଲାଇନରେ ହେବ ପରିବହନ ବିଭାଗର ସବୁ କାର୍ଯ୍ୟ ।ଡିଏଲ୍ ଓ ଗାଡ଼ି ପରମିଟ୍ ଭଳି କାମ ଏଣିକି ଅନଲାଇନରେ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ଦଲାଲ ମୁକ୍ତ କରିବା ଲକ୍ଷରେ ଆରମ୍ଭ ହୋଇଥିବା ଏହି ନିୟମ ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି।

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ୍ୟୁ

ଭୁବନେଶ୍ୱର,୩୧/୧୧(ଏସ ଏସ ନିଉଜ)ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ ବରଣ କରିଛି ।ସେ ହେଉଛନ୍ତି ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତି । ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା, ଆଉ ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।ସେହିଁଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧, ଲୋକାଲ୍ କେସ୍ ୯୭ ଚିହ୍ନଟ ହୋଇଛି।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୨ […]

୨ ପର୍ଯ୍ୟନ୍ତ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର,୩୧/୧୨(ଏସ ଏସନିୟୁଜ) ଆଜି ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି ।ସଂକ୍ରମଣ ଆଶଙ୍କା ଯୋଗୁଁ ସର୍ବସାଧାରଣଙ୍କ ଲାଗି ବନ୍ଦ ରଖାଯାଇଛି କାଳିଜାଇ ମନ୍ଦିର । ଆଜି ସକାଳ ୬ଟାରୁ ୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି ।

ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୧/୧୨(ଏସ ଏସ ନିଉଜ) ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ ଖୋଲିବା ନେଇ ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଯାହାଫଳରେ ଖୋଲବା ନେଇ ଉପୁଜିଥିବା ଦ୍ଵନ୍ଦ ଦୂର ହୋଇଯାଇଛି ।ମନ୍ତ୍ରୀ କହିଛନ୍ତି ଯେ,ଏହି ବିଷୟକୁ ନେଇ ନୋଡାଲ ଅଫିସରମାନେ ଜିଲ୍ଲା ବୁଲିବା ସହ ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ଯିଏ ଚାହିଁବେ ବିଦ୍ୟାଳୟକୁ ଆସିପାରିବେ ନଚେତ ଅନଲାଇନରେ ପଢ଼ିପାରିବେ । ଏହାସହ ୨୦୨୨ରେ […]

ଫାଟକ ଆଗରେ ପର୍ଯ୍ୟଟକଙ୍କ ହୋହାହ୍ଲା

ବାରଙ୍ଗ,୩୦/୧୨(ଏସଏସନିୟୁଜ) ଡିସେମ୍ବର ୩୦ତାରିଖ ଠାରୁ ଜାନୁଆରୀ ୩ତାରିଖ ପର‌୍ୟ୍ୟନ୍ତ ୫ଦିନ ପାଇଁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ବନ୍ଦ ରହିବପାଇଁ ନନ୍ଦନକାନନ କର୍ତୁପକ୍ଷ ବୁଧବାର ସନ୍ଧ୍ୟାରେ ଘୋଷଣା କରିଥିଲୋକିନ୍ତୁ ଗୁରବାର ସକାଳ ୧୦ଟା ପର୍ଯ୍ୟନ୍ତ ନନ୍ଦନକାନନ ୱେବସାଇଡରେ ବନ୍ଦର କୈାଣସି ସୁଚନା ନଥିଲା ।ଏପରିକି ବହୁ ପର୍ଯ୍ୟଟକ ଅନଲାଇନରେ ଟିକେଟ କାଟି ନନ୍ଦନକାନନ ବୁଲିବାକୁ ଆସି ନନ୍ଦନକାନନ ବନ୍ଦ ଥିବାର ଜାଣିବାକୁ ପାଇଥିଲେ ।ଦୁରଦୁରାନ୍ତରୁ ସପରିବାରେ ଖର୍ଚ୍ଚାନ୍ତ ହୋଇ ଆସି ନନ୍ଦନକାନନ ବୁଲିପାରିନଥିଲେ ।ଏପରିକି ପର୍ଯ୍ୟଟକମାନଙ୍କୁ ସନ୍ତୁଷ୍ଟି କରିବା […]

ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଗଲା

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ମଂଚେଶ୍ୱର ଥାନା ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଯାଇଛି । ବିଳମ୍ବିତ ରାତିରେ ପୁରୁଣା କଥାକୁ ନେଇ ଧୀରିକୁଟୀ ବସ୍ତିରେ ରହୁଥିବା ଶଳା ପାପୁନି ନାୟକ ଓ ଭିଣୋଇ ସୁଶାନ୍ତ ଘଡାଇ ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପାପୁନି ଏକ ଖଣ୍ଡାରେ ସୁଶାନ୍ତଙ୍କୁ ଗୋଡାଇ ହାଣିଥିଲେ । ପାପୁନିର ଭଉଣୀ ତାକୁ ରକ୍ଷା କରିବାକୁ ଚେଷ୍ଠା କରୁଥିବା ବେଳେ ଏକ ଚୋଟ ତାଙ୍କ ହାତରେ ବାଜିଥିଲା […]