Browsing author

SATYA SANDHANA DESK

ଚାଷୀଙ୍କୁ ନୂଆବର୍ଷ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧/୧(ଏସଏସନିୟୁଜ)ଚାଷୀଙ୍କୁ ନୂଆବର୍ଷ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୧୦. କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨୦ ହଜାର ୯୪୬ କୋଟି ଟଙ୍କା । ଏହା ସହ ଚାଷୀମାନଙ୍କ ସହ ଭିସି ଜରିଆରେ କଥା ହେଲେ ପ୍ରଧାନମମନ୍ତ୍ରୀ ।

ଛେଳି ଚୋରି କରିବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଲା

ଭୁବନେଶ୍ୱର, ୧/୧(ଏସଏସନିୟୁଜ)ପୋଲିସ ବାବୁ ନୁଆବର୍ଷରେ ଭୋଜି କରିବାପାଇଁ ଅତି ତଳକୁ ଖସି ଯାଇ ଛେଳି ଚୋରିକରିଥିଲେ ।ଛେଳିମାଲିକ ସିଦ୍ଧେକେଲା ଥାନାକୁ ଆସି ଅଭିଯୋଗ କରିଥିଲେ ମଧ୍ୟ ପୋଲିସବାବୁ ନିଜ ପାୱାର ଦେଖାଇ ଥାନାକୁ ତାଙ୍କୁ ଅଟକ ରଖିଥିଲେ ।ସ୍ଥାନୀୟ ଲୋକ ଏହାକୁ ସହଜରେ ଗ୍ରହଣ ନକରିପାରି ନ୍ୟାୟପାଇଁ ଥାନା ଘେରାଉ କରିବା ପରେ ବାବୁଙ୍କ ନିଶା ଖସିଯାଇଥିଲା ।ସମାଧାନ ପାଇଁ ଯେତେଚେଷ୍ଟା କରି ବିଫଳ ହେବାପରେ ପୋଲିସ ବାବୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଏସପି ।ଏହି ପେଲିସ […]

ଛାତ୍ରୀନିବାସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧/୧(ଏସଏସନିୟୁଜ) ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଛାତ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ୍ୟୁର କାରଣ ଅସଷ୍ଟ ରହିଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ନୂଆବର୍ଷର ପ୍ରଥମ ଦିନରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର, ୧/୧(ଏସଏସନିୟୁଜ) ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀର ଏୟାରଫିଲଡ ଥାନା ଅଞ୍ଚଳର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ କରିବାରୁ ସୁନ୍ଦରପଦା ନୂଆସାହିର ଦୀପକ ରାଉତରାୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି ।ଗତକାଲି ରାତିରେ ନୁଆବର୍ଷ ଭୋଜି ନୁଆସାହି ଅଞ୍ଚଳର କିଛି ଯୁବକ କରୁଥିବାବେଳେ କପିଳେଶ୍ୱର ଅଞ୍ଚଳର ନିଶାସକ୍ତ ଅବସ୍ଥାରେ କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ଦୀପକ ରାଉତରାୟ ହଜ୍ ପୋଖାରୀ […]

ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୩ଜଣଙ୍କର ଜୀବନ

ଭୁବନଶ୍ୱେର,୧/୧(ଏସଏସନିୟୁଜ) ତାମିଲନାଡ଼ୁର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ପୋଲିସ୍ ଓ ଅଗ୍ନିଶମ ବାହିନୀ ଉଭୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।ଏହାସହିତ ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି ।

ଆଜିର ରାଶିଫଳ

ପୌଷ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଦିବା ଘ ୦୭/୧୨ ଗତେ ଆମିଷ ଭକ୍ଷଣ ନିଷେଧ ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ […]

ଆଜିର ଅନୁଚିନ୍ତା

🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ । 🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,◆ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ । 🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ […]

୨ମୋରମ,୧ପଥର ଗାଡି ଜବତ

ବାରଙ୍ଗ,୩୧/୧୨(ଏସଏସନିୟୁଜ) ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଦୈନିକ ରାତ୍ରୀରେ ବେଆଇନଭାବେ ମୋରମ,ମାଙ୍କଡା ପଥିର,ଚୋରା ଚାଳଣ ହେଉଥିବାର ଖବରପାଇ ଶୁକ୍ରବାର ସକାଳୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ଅଚାନକ ଚଢାଉ କରି ଦୁଇଟି ମୋରମ ବୋଝେଇ ହାଇୱା ଓ ଗୋଟିଏ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି ।ଜବତ ଗାଡିଗୁଡିକ ବିଷୟରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକଙ୍କୁ ସୁଚନା ଦେଇଛନ୍ତି ।ଗତକାଲି ମଧ୍ୟ ଏକ ଚୋରାମାଟି ଚାଲଣକାରୀ ଟ୍ରକକୁ ପୋଲିସ ଜବତ କରିଥିବାବେଳେ ତାଠାରୁ ରାଜସ୍ୱବିଭାଗ ୬୦ହଜାରେ ଟଙ୍କାର ଜୋରିମନା କାଟିବାପରେ ଛାଡିଥିବାର ଜଣାପଡିଛି […]

ଭଦ୍ରକରେ ପ୍ରଥମ ଓମିକ୍ରନ୍ ଚିହ୍ନଟ

ଭଦ୍ରକ, ୩୧/୧୨(ଏସଏସନିୟୁଜ)ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଯୁବକ ଜଣଙ୍କ ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିଲେ ।ଫେରିବାପରେ ଭଦ୍ରକ ମେଡିକାଲରେ ପ୍ରଥମେ କୋଭିଡ୍ ଟେଷ୍ଟ କରାଯାଇଥିଲା। କୋଭିଡ ପଜିଟିଭ୍ ଜଣାପଡିବାପରେ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ଗତ ୨୦ ତାରିଖଠାରୁ ରଖାଯାଇ ଚିକିତ୍ସା କରାଯାଉଛି। ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଇନଷ୍ଟିଚ୍ୟୁଟ୍ […]

ସରପଞ୍ଚ ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟକାର୍ଡ

ବାରଙ୍ଗ,୩୧/୧୨(ଏସଏସନିୟୁଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ ବାଣ୍ଟିଲେ ବିଜୁସ୍ବାସ୍ଥ୍ୟ କାର୍ଡ ଓ ୧ହଜାର ଟଙ୍କା ବଣ୍ଟନ କରିଛନ୍ତି।ପ୍ରଥମ ଦିନରେ ଦାଢା,କେନ୍ଦୁପାଟଣା ଆଦି ଗ୍ରାମର ରେସନକାର୍ଡ ହିତାଧିକାରୀଙ୍କୁ ସ୍ମାଟକାର୍ଡ ଓ ୧ଜହାର ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି।ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କ ନିର୍ଦେଶକ୍ରମେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଭୁବନେଶ୍ବର ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକ, ଯୋଗାଣ ସହାୟକ ଶ୍ରୀଧର […]