ଛେଳି ଚୋରି କରିବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଲା

ଭୁବନେଶ୍ୱର, ୧/୧(ଏସଏସନିୟୁଜ)ପୋଲିସ ବାବୁ ନୁଆବର୍ଷରେ ଭୋଜି କରିବାପାଇଁ ଅତି ତଳକୁ ଖସି ଯାଇ ଛେଳି ଚୋରିକରିଥିଲେ ।ଛେଳିମାଲିକ ସିଦ୍ଧେକେଲା ଥାନାକୁ ଆସି ଅଭିଯୋଗ କରିଥିଲେ ମଧ୍ୟ ପୋଲିସବାବୁ ନିଜ ପାୱାର ଦେଖାଇ ଥାନାକୁ ତାଙ୍କୁ ଅଟକ ରଖିଥିଲେ ।ସ୍ଥାନୀୟ ଲୋକ ଏହାକୁ ସହଜରେ ଗ୍ରହଣ ନକରିପାରି ନ୍ୟାୟପାଇଁ ଥାନା ଘେରାଉ କରିବା ପରେ ବାବୁଙ୍କ ନିଶା ଖସିଯାଇଥିଲା ।ସମାଧାନ ପାଇଁ ଯେତେଚେଷ୍ଟା କରି ବିଫଳ ହେବାପରେ ପୋଲିସ ବାବୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଏସପି ।ଏହି ପେଲିସ ବାବୁ ହେଉଛନ୍ତି ସିଦ୍ଧେକେଲା ଥାନାର ଏଏସଆଇ ସୁମଲ ମଲ୍ଲିକ ।ପୋଲିସବାବୁ ସିନ୍ଧେକେଲା ଗାଁର ସଂକୀର୍ତ୍ତନ ଗୁରୁଙ୍କର ଦୁଇଟି ଛେଳିକୁ ଅନ୍ୟ ପୋଲିସ ସହକର୍ମୀଙ୍କ ସହାୟତାରେ ଚୋରି କରି ନେଇ ଖାଇ ଦେଇଥିଲେ । ଛେଳି ୨ଟିକୁ ତାଙ୍କ ବାଡ଼ିରୁ ଟେକି ନେଇ କାଟୁଥିବା ବେଳେ ସଂକୀର୍ତ୍ତନଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦେଖି ଦେଇଥିଲେ ।ଯାହକୁ ନେଇ ଉତେଜନା ଦେଖାଦେଇଥିଲା ।ଏହି ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି ।

Comments (0)
Add Comment