Browsing author

SATYA SANDHANA DESK

ମୁହାଁମୁହିଁ ଧକ୍କା ହେଲା ମାଲ୍‌ବାହୀ ଟ୍ରେନ୍‌

ରାଉରକେଲା, ୨୭/୧୨(ଏସଏସନିୟୁଜ) ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲ୍‌ବାହୀ ଟ୍ରେନ୍ ସହ ହଟିଆରୁ ରାଉରକେଲା ଆସୁଥିବା ଖାଲି ମାଲ୍‌ବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।ବ୍ରେକ୍ ଫେଲ ହେବାରୁ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଝାଡ଼ଖଣ୍ଡ ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଳ ଷ୍ଟେସନ ମଝିରେ ଏହି ଘଟଣା ଘଟିଛି ।

୧୧ ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ଆଜିଠୁ ୩ ଦିନ ଯାଏଁ ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହ ୧୧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।ଏଥିପାଇଁ ଏହି ୧୧ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ଡିସେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି ବାଲେି ପାଣିପାଗବିଭାଗ ଆଶଙ୍କା କରିଛି ।

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ ,ପକ୍ଷ- କୃଷ୍ଣ,ତିଥି- ଅଷ୍ଟମୀ ରାତ୍ରି ଘ୦୭-୨୭ମି ଗତେ ନବମୀ,ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ରଶୁଦ୍ଧି ଓ ଘାତଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ନଡ଼ିଆ ରାତ୍ର ଘ,୦୭-୨୬ମି ଗତେ ଲାଉ ଭକ୍ଷଣ ନିଷେଧ,ମେଷ: ବନ୍ଧୁ ସୁଖ,ବୃଷ: ଅହଂ ଭାଭ,ମିଥୁନ: ପରାମର୍ଶ,କର୍କଟ: ବାଦବିବାଦ,ସିଂହ: ସମ୍ମାନିତ,କନ୍ୟା: ଶ୍ରୀ ଚନ୍ଦ୍ର,ତୁଳା: ସୁଖସମ୍ମାନ,ବିଛା:ଧନକ୍ଷୟ,ଧନୁ: ଧନପ୍ରାପ୍ତି,ମକର: କାର୍ଯ୍ୟସିଦ୍ଧି, କୁମ୍ଭ : ଭ୍ରମଣ ଯୋଗ,ମୀନ: ସୁଖହାନି […]

ବିନାଏସକଟ୍ ରେ ମହିଳାଙ୍କ ଦୂରଯାତ୍ରା ମନା

୧. ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ-ଡା. ସୁରେଶ କୁମାର । ୨. ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବା ସାରେଗାମା । ୩. ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି […]

ଆଜିର ଅନୁଚିନ୍ତା

🍁ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ,ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ । 🍁ସ୍ବର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ,ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ,ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ,ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୋର୍ଯ୍ଯ ନାହିଁ । 🍁ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ,ଯେବେ ଆତ୍ମା […]

ଖାତରେ ଫସିଲେ ଦୁଇ ହାତୀ

ଢେଙ୍କାନାଳ,୨୬/୧୨(ଏସଏସନିୟୁଜ) ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଦୁଇ ହାତୀ ଏକ ବଡ ଖାତରେ ପଡିଛନ୍ତି ।ଅନ୍ଧାରରେ ହାତୀଦୁଇଟିକୁ ଉଦ୍ଧାର କରିବାପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛନ୍ତି ।ତେବେ ସ୍ଥନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚିଛି ।ଦୁଇହାତୀ ମଧୟରେ ଗୋଟିଏ ଛୁଆ ଥିବାର ଜଣାପଡିଛି ।ଏହି ଘଟଣା ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଅଁରପାଳ ଗାଁରେ ଘଟିଛି ।

ଗୁଡିସୁତା ନେଲା ଜୀବନ

କଟକ, ୨୬/୧୨(ଏସଏସନିୟୁଜ) କଟକ ଜଗତପୁର ପୀରବଜାରରେ ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଭୈରପୁର ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ଯୁବକଜଣଙ୍କ ନୂଆ ବାହା ହୋଇଥିଲେ ।୬ମାସତଳେ ବାହାଘର ହୋଇଥିବାବେଳେ ବାଇକରେ ସ୍ତ୍ରୀଙ୍କୁ ବସାଇ ଶ୍ୱଶୂର ଘରକୁ ଯାଉଥିଲେ ।ବାଟରେ ଯିବାବେଳେ ସ୍ୱାମୀଙ୍କ ବେକରେ ଗୁଡ଼ି ସୂତା ଲାଗି ବେକ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକ […]

ସଲମାନଙ୍କୁ କାମୁଡ଼ିଦେଲା ସାପ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗତକାଲି ବିଲମ୍ବିତ ରାତିରେ ଏକ ସାପ କାମୁଡ଼ି ଦେଇଥିଲା । ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାରେ ଭର୍ତ୍ତି କରାଯିବାପରେ ସାପଟି ବିଷଧର ନଥିବା ଜଣାପଡ଼ିଥିଲା ।ଚକିସ୍‌ାପରେ ସଲମାନ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ଗତକାଲି ରାତିରେ ଖ୍ରୀଷ୍ଟମାସ ପାଳନ ପାଇଁ ସଲମାନ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ଥିବାବେଳେ ଏହି ଘଟଣା ଘଟିଥିଲା ।

ଗୋଟିଏ ରାତିରେ ସିରିଜ ଚୋରି

ପିପିଲି, ୨୬/୧୨(ଏସଏସନିୟୁଜ)ଶନିବାର ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି ହୋଇଛି । ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ , ପଞ୍ଚାୟତ କାର‌୍ୟ୍ୟାଳୟ ପାଶ୍ୱର୍ରେ ଥିବା ଜୟଦେବ ବେହେରାଙ୍କ କ୍ରାକ୍‍ କଂପୁଟର ଏଜୁକେଶନ ସେଣ୍ଟର, ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ମା’ ମମତା ଉତ୍ପାଦକ ଗୋଷ୍ଠିର ଗୃହର ତାଲାଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିନେଇଥିବା ବେଳେ ଭକ୍ତ ଦାସିଆଙ୍କ ପୀଠରୁ ଦାନବାକ୍ସ ଭାଙ୍ଗି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି ।ଏହାସହ ଏକ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟିବାରେ ଚୋରମାନେ […]

ଘର ଆଗରୁ ସାଇକେଲ ଚୋରୀ

ବାରଙ୍ଗ,୨୬/୧୨(ଏସଏସନିୟୁଜ)ଶନିବାର ବିଳମ୍ଭିତ ରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମର ସୁରେନ୍ଦ୍ରବିଶ୍ୱାଳଙ୍କ ଘରୁ ଏକ ସାଇକେଲ ଓ ସିମେଂଟ ବସ୍ତା ଚୋରୀ ହୋଇଥିବାର ରବିବାରଦିନ ଫାଣ୍ଡିରେ ଅଭିଯୋଗ ହୋଇଛି ।ପରିବାର ଲୋକ ଖାଇପିଇ ଶୋଇଥିବାବେଳେ ଘର ଅଗଣାରେ ସାଇକେଲ ଓ ଘର ମରାମତି ପାଇଁ ଆସିଥିବା ସିମେଂଟ ଥୁଆ ହୋଇଥିଲା ।ରବିବାର ସକାଳେ ସାଇକେଲ ଓ ସିଟେଂଟ ବସ୍ତା ନଥିବାର ପରିବାର ଲୋକ ଦେଖିବା ପରେ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗକରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ […]