Browsing author

SATYA SANDHANA DESK

ବନ୍ଧୁକ ଦେଖାଇ ଘରୁ ନେଇଗଲେ ୨୦ହଜାରେ ଓ କାନଫୁଲ

ବାରଙ୍ଗ,୩/୧୨(ଏସଏସନିୟୁଜ)ମଂଚେଶ୍ୱର ଥାନା ଅର୍ନ୍ତଗତ ଟାଙ୍ଗିବନ୍ତଗ୍ରାମମୁଣ୍ଡରେ ଥିବା ଏକୁଟିଆ ଘରୁ ଗୁରୁବାର ବିଳମ୍ଭିତରାତିରେ ଡକାୟତି ହୋଇଛି ।ଡକାୟତମାନେ ଘରର ତାଲାଭାଙ୍ଗି ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭିତ କରି ୨୦ହଜାରେଟଙ୍କା, ହଳେସୁନାକାନଫୁଲ ନେଇ ପଳାଇଯାଇଛନ୍ତି ।ଶୁକରବାର ସକାଳେ ଖବର ପାଇ ମଂଚେଶ୍ୱରଥାନାପୋଲିସ ଆସି ନିକଟରେ ଥିବା ସିସଟିଭିଫୁଟେଜ ଯାଂଚ କରିଫେରିଛି । ପ୍ରକାସ ଯେ,ଢେଙ୍କାନାଳ ଅଂଚଳର ବିଜୟକୁମାରମିଶ୍ର ନାମକ ବ୍ୟକ୍ତି ଗତ୩ମାସ ହେବ ଜାଗାକିଣି ଟାଙ୍ଗିବନ୍ତ ଗ୍ରାମମୁଣ୍ଡ ସୁନାଦେଇ ରୋଡରେ ଶଶ୍ମାନ ପାଖରେ ଏକୁଟିଆ ଘରକରି ସପରିବାରେ ରହୁଥିଲେ […]

ନନ୍ଦନକାନନ-ମନୋଜ ଗଲେ ପୁଣି ଆସିଲେ ମନୋଜ

ବାରଙ୍ଗ,୩/୧୨(ଏସଏସନିୟୁଜ)ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜମହାପାତ୍ର ।ତାଙ୍କସ୍ଥାନରେ ଯୋଗଦେଲେ ଆଇଏଫଏସ ଅଫିସର ମନୋଜ ଭି ନାୟାର ।ଭୁବନେଶ୍ୱରଆଂଚଳିକସଂରକ୍ଷକ ମନୋଜମହାପାତ୍ର ଅତିରିକ୍ତଭାବେ ନନ୍ଦନକାନନ ନିର୍ଦ୍ଦେଶକଭାବେ ଗତ୪ମାସତଳେ ଦାୟିତ୍ୱ ଗ୍ରହଣ କରିଥିଲେ । ୪ମାସପରେ ଏବେ ନନ୍ଦନକାନନର ନୁଆ ନିର୍ଦ୍ଦେଶକ ଭାବେ ମନୋଜ ଭି ନାୟାର ଦାୟିତ୍ୱଗ୍ରହଣ କରିଛନ୍ତି ।ଦାୟିତ୍ୱ ନେବାପରେ ନୁଆ ନିର୍ଦ୍ଦେଶକ ଶୁକ୍ରବାରଦିନ ନନ୍ଦନକାନନ ପରିଭ୍ରମଣ କରିଫେରିଛନ୍ତି ।ମନୋଜ ଭି ନାୟାର ପୁର୍ବରୁ ୨୦୧୩ରୁ୨୦୧୪ଜୁନ ପର୍ଯ୍ୟନ୍ତ ୧ବର୍ଷପାଇଁ ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିଥିଲୋଏହାପରେ ଡେପୁଟେସନରେ ଡେରାଡୁନ ଯାଇଥିଲେ ।ତାଙ୍କର […]

ଆସୁଛି ବାତ୍ୟା,ବାରଙ୍ଗପରିବାମାର୍କେଟରେ ବଢିଲା ପରିବାରେଟ୍‌

ବାରଙ୍ଗ,୩/୧୨(ଏସଏସନିୟୁଜ) ବାତ୍ୟା ଜୱାଦକୁ ନେଇ ବାରଙ୍ଗର ଡେଲିମାର୍କେଟରେ ପରିବାମୁଲ୍ୟ ଆଶାତିତଭାବେ ବୃଦ୍ଧି ହୋଇଛି ।ବ୍ୟବସାୟୀମାନଙ୍କର ମନଇଚା ମୁଲ୍ୟବୃଦ୍ଧି ଗ୍ରାହକମାନଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଛି ।ଶୁକ୍ରବାରସନ୍ଧ୍ୟାରେ ଝିପିଝିପି ବର୍ଷାରେ ବାରଙ୍ଗପରିବା ମାର୍କେଟରେ ଯଦିଓ ଗ୍ରାହକମାନଙ୍କର ଏତେପରିମାଣର ଭୀଡ ନଥିଲା ତଥାପି ପନିପରିବା ମୁଲ୍ୟ ଆଶାତିତଭାବେ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଥିଲା ।୩୦ରୁ୩୫ଟଙ୍କା ତଳକୁ କୈାଣସି ପରିବା ନଥିଲା ।ସବୁଠରୁ କମ ମୁଲ୍ୟ ରହିଥିଲା ଆଳୁ ,ଯାହାରକି କେଜିପିଛା ୩୦ରୁ୩୫ଟଙ୍କା ରହିଥିଲା ।କଖାରୁ୪୦,ବୋଧି୬୦,ପିଅଜ୪୫,ବାଇଗଣ୬୦ କରି ମନଇଛା ମୁଲ୍ୟ ବଢାଇଥିଲେ […]

ଏନଡିଆରଏଫ ପକ୍ଷରୁ ମକ ଡ୍ରିଲ

ବାରଙ୍ଗ,୩/୧୨(ଏସଏସନିୟୁଜ) ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏନଡିଆରଏଫ ୩ୟ ବାହିନୀ ପକ୍ଷରୁ ସେକେଣ୍ଡ ଇନ କମାଣ୍ଡ ବର୍ଦ୍ଧମାନ ମିଶ୍ରଙ୍କ ନେତୃତ୍ବରେ କଟକ ସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଠାରେ ଶୁକ୍ରବାର ଏକ ମିଳିତ ମକ ଡ୍ରିଲ କର୍ମଶାଳା ଆୟୋଜିତ ହୋଇଯାଇଛି।ରାସାୟନିକ,ଜୈବିକ,ବିକିରଣ,ଆଣବିକ ଆଦି ବିଷୟ ଉପରେ ଏହି ମକ ଡ୍ରିଲ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।ଏନଡିଆରଏଫ ସମେତ ଦମକଳ ବାହିନୀ,ସ୍ଥାନୀୟ ପୋଲିସ,ସଂଗ୍ରହାଳୟ କର୍ମଚାରୀ ଓ ଜିଲ୍ଲା ପ୍ରଶାସନ ଆଦିର କର୍ମଚାରୀଙ୍କୁ ମିଶାଇ ୮୪ ଜଣ […]

ମାଡ଼ି ଆସୁଛି ବାତ୍ୟା ଜୱାଦ

ଭୁବନେଶ୍ୱର,୩/୧୨(ଏସଏସନିୟୁଜ) ମାଡ଼ି ଆସୁଛି ବାତ୍ୟା ଜୱାଦ । ବାତ୍ୟା ଗୋପାଳପୁରଠାରୁ ୩୭୦ କିମି ଓ ପାରାଦୀପଠାରୁ ୫୮୦ କିମି ନୂରରେ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଗତିକରୁଛି ବାତ୍ୟା । କାଲି ୫ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବାତ୍ୟା । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ, ତାହା ଏଯାଏଁ ଆଇଏମଡି ସ୍ପଷ୍ଟ କରିନି । ବାତ୍ୟା ଯଦି ସ୍ଥଳଭାଗ ଛୁଏଁ, […]

ବନ୍ଦ ହେଲା କୋଣାର୍କ ଉତ୍ସବ

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ବାତ୍ୟା ଜୱାଦପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ ।ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁଥିବା କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ ରଖିବା ଲାଗି ପର‌୍ୟ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି ।

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବାତ୍ୟା ‘ଜୱାଦ’ର ପ୍ରଭାବରେ ଆଇଏମଡି ଆକଳନ ଅନୁସାରେ ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ […]

ଦୂରନ୍ତ ଏକ୍ସପ୍ରେସ ହେଲା ଲାଇନଚ୍ୟୁତ

ଯାଜପୁର, ୩/୧୨(ଏସଏସନିୟୁଜ) ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ହରିଦାସପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ହରିଦାସପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଞ୍ଜିନ ନିକଟବର୍ତ୍ତୀ ତିନିଟି ବଗି ଲାଇନଚୁତ ହେବା ଫଳରେ ଏଭଳି ଅଘଟଣ ଘଟିଛି। ଲାଇନଚ୍ୟୁତ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ପୁରୀର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଜୱାଦ୍!

ଭୁବନେଶ୍ବର,୩/୧୨(ଏସଏସନିୟୁଜ) ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ଏହାଫଳରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ସୂଚନା ଅନୁଯାୟୀ, ଆଜି ମଧ୍ୟରାତ୍ରୀରୁ ବର୍ଷା । ଆରମ୍ଭ ହୋଇ କାଲିଠାରୁ […]

ଆଜିର ଅନୁଚିନ୍ତା

🦋ଆପଣ ସର୍ବଦା ସତ୍ୟ କୁହନ୍ତୁ । ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୁର୍ବରୁ ଶହେଗୁଣା ଅଧିକ ମଜବୁତ୍ ସହିତ ଫେରିବା ଥୟ । 🦋ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ୍ ହୋଇ ନ ପାରନ୍ତି । 🦋ଆମେ ଚାଲିବା ସମୟରେ ପଡିଗଲେ କଷ୍ଟ ତ ହୁଏ , କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ […]