Browsing author

SATYA SANDHANA DESK

ନବବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିରିଡି,୧୨/୮(ଏସଏସନିୟୁଜ)ଏହିଥାନା ଅର୍ନ୍ତଗତ ହାଜିପୁର ବେହେରା ସାହି ଗ୍ରାମରେ ଜଣେ ନବବିବାହିତ ମହିଳାଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ ମହିଳାଙ୍କ ନାମ ସୁଚିତ୍ରା ବେହେରା (୨୪) । ୨୦୧୪ମସିହାରେ କୋଣାର୍କ ଥାନା ଅନ୍ତର୍ଗତ ଖଗିପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ କନ୍ୟା ସୁଚିତ୍ରା ସହିତ ପୁରୀରେ ଏକ ପାଉଁରୁଟି କାରଖାନାରେ କାମ କରୁଥିବା ବିରିଡିଥାନା ଅର୍ନ୍ତଗତ ହାଜିପୁର ବେହେରା ସାହି ଗ୍ରାମର ରାକେଶ ବେହେରାଙ୍କୁ ବିବାହ କରିଥିଲେ ।ତାଙ୍କର ଦେଢ଼ ବର୍ଷର ପୁଅଟିଏ ଅଛି। […]

ବିଲରେ କାମକରୁଥିବାବେଳେ ହେଲା ବଜ୍ରପାତ

ଆଠଗଡ,୧୧/୮(ଏସଏସନିୟୁଜ)କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ଦୋରଡ ପଞ୍ଚାୟତ ର ଚୁନାପଦ ଗ୍ରାମର ଦୁଃଖବନ୍ଧୁ ରାଉତ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା ଓ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସେ ସେହିଠାରେ ଟଳି ପଡ଼ିଥିଲେ। ପାଖ ବିଲରେ କାମ କରୁଥିବା ଲୋକମାନେ ଆସି ଦେଖିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏମିତି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

ଆସିଲା ଚିନ୍ତା ବଢାଇଲା ଭଳି ଖବର

୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା । ୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ୩-ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ୪-ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା […]

ଆଜିର ଅନୁଚିନ୍ତା

➡️”ସିଗାରେଟ୍ ହୁଅ ନାହିଁ, ବ୍ୟବହାର ପରେ ଏହାକୁ ପାଦ ତଳେ ଦଳି ଦିଆଯାଏ, ଯଦି ଆପଣଙ୍କୁ ଯଦି କିଛି ବନିବାର ଅଛି, ହେବାର ଅଛି ତ ନିଶା ହୁଅ,ତୁମକୁ ବ୍ୟବହାର କରୁଥିବା ଲୋକ ବର୍ବାଦ ହୋଇଯାଏ !! ➡️”ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ଜଣେ ଜଣେ ହିରୋ, ହେଲେ କିଛି ଲୋକଙ୍କ ଚଳଚ୍ଚିତ୍ର ରିଲିଜ୍ ହୁଏ ନାହିଁ !! ➡️”ଯଦି ଆପଣ ଏକୁଟିଆ ଅଛନ୍ତି, ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ ଏବଂ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି, […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୨ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ,ବୃଷ ରାଶିର ଘ।ତଚନ୍ଦ୍ର,ତୁଳା ଓ ଧନୁ ରାଶିର ଘାତବାର.ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା.ବେଲ ନିଷେଧ। ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। […]

ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ସ୍ପଷ୍ଟୀକରଣ ରଖିଲା କମ୍ପାନୀ

କେନ୍ଦ୍ରାପଡା ୧୧/୮(ଏସଏସନିୟୁଜ) ରାଜ୍ୟ ସରକାରଙ୍କ ବିଶୁଦ୍ଧ ପାନୀୟଜଳ ଯୋଜନାରେ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରକଳ୍ପ କାର‌୍ୟ୍ୟ ଚାଲୁରହିଛି । ଏହି କ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ତିହିଡି, ବାସୁଦେବପୁର, ଧାନନଗର ଓ ଚାନ୍ଦବାଲିର ପ୍ରାୟ ୧୨ଲକ୍ଷ ଜନସାଧାରଣ ଉପକୃତ ହେବେ । ମେଗା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀ ପକ୍ଷରୁ ଦୃତ ଗତିରେ କାମ ଚାଲୁ ରହିଥିବା ବେଳେ ଏହାକୁ ଖରସ୍ରୋତା ବଞ୍ଚାଓ ସମିତି […]

କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଜାରିହେଲା ଏସଓପି

ପୁରୀ,୧୧/୮(ଏସଏସନିୟୁଜ)ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର ।ଏଥିନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏନେଇ ଏସଓପି ଜାରି କରିଛନ୍ତି।ଏହିଆଧାରରେ କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତତ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ ।ତେବେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ମନ୍ଦିର ପରିସରକୁ […]

୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଈୁବନେଶ୍ୱର,୧୧/୮(ଏସଏସନିୟୁଜ) ଟୋକିଓ ଅଲିମ୍ପିକ-୨୦୨୦ର ସଫଳତା ପରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ , ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଏବଂ ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏର ଚେକ୍ ପ୍ରଦାନ କରିଛନ୍ତି । ଏହାସହ ପୁରୁଷ ହକି […]

ବଦଳିଲା ନବମ ଓ ଦଶମ ପରୀକ୍ଷା ଢାଞ୍ଚା

ଈୁବନେଶ୍ୱର,୧୧/୮(ଏସଏସନିୟୁଜ)ରାଜ୍ୟରେ ୨୦୨୧-୨୨ ବର୍ଷ ପାଇଁ ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ପରୀକ୍ଷା ପରିଚାଳିତ ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । ଶିକ୍ଷାବର୍ଷକୁ ଜୁଲାଇରୁ ନଭେମ୍ବର ପ୍ରଥମ ଟର୍ମ ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଆଦି୨ଟି ଟର୍ମରେ ବିଭକ୍ତ କରାଯାଇଛି ।ପ୍ରତି ଟର୍ମରେ ଛାତ୍ରଛାତ୍ରୀ ୫୦ ପ୍ରତିଶତ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ପ୍ରଥମ ପରୀକ୍ଷା ନଭେମ୍ବର ମାସରେ ହେବ ଓ ଫାଇନାଲ ପରିକ୍ଷା ଏପ୍ରିଲ ଶେଷ ସପ୍ତାହରେ […]

ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍

ମୟୁରଭଞ୍ଜ ,୧୧/୮(ଏସଏସନିୟୁଜ) ମହାରାଷ୍ଟ୍ରର ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍ ।ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।