Browsing author

SATYA SANDHANA DESK

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୯ତାରିଖ ୨୦୨୫ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ସପ୍ତମୀ ଦିବା ଘ୦୪/୩୧ ଗତେ ଅଷ୍ଟମୀନକ୍ଷତ୍ର- ମୂଳା,ଅଦ୍ୟ ପୀଠେ ମହାଅଷ୍ଟମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ତ୍ରୀଦିନାତ୍ମକ ସପ୍ତମୀ ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୨୭,ଯୋଗିନୀ ପଶ୍ଚିମେ ଦିବା ଘ୦୪/୩୧ ଗତେ ଐଶାନ୍ୟେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୭/୧୦ଗତେ ଘ ୦୮/୪୧ ମଧ୍ୟେ,ବାରବେଳା-  ଦିବା ଘ ୦୨/ ୩୪ ଗତେ ଘ ୦୪/୦୫ ମଧ୍ୟେ,ବିଶୁଦ୍ଧ ଅମୃତ […]

ପ୍ରଜ୍ଞାନଓଝା ସିଲେକ୍ଟର

ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା।ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ପାଇଛନ୍ତି।ଅଜିତ ଅଗରକର ଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ।ନୂଆ ସଦସ୍ୟଭାବେ ଆର୍‌ପି ସିଂ ସାମିଲ, ସ୍ଥାନ ବଜାୟରଖିଲେ ଅଜୟ ରାତ୍ରା।

ମିଥୁନମାନହସ BCCI ସଭାପତି

ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ମିଥୁନ ମାନହସ BCCIର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି।BCCI ଏଜିଏମ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।ଜମ୍ମୁ-କାଶ୍ମୀରର ପ୍ରଥମବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ।ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ, ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଓ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

କଟକ ଦୁର୍ଗାପୂଜା ଜଗିବେ ୧୨୨ପ୍ଲାଟୁନ୍‌ ଫୋର୍ସ

କଟକ,୨୮।୯(ଏସଏସନିଉଜ)କଟକ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ,ଏଥର୧୨୨ ପ୍ଲାଟୁନ୍‌ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ।୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ।ସୁରକ୍ଷା ପାଇଁ CCTV ଓ ଡ୍ରୋନ୍‌ର ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ

ନରସିଂହପୁର,୨୮।୯(ଏସଏସନିଉଜ)ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶ କୁ ଛୁଇଁଲା ବନ୍ୟାଜଳ।ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ।ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନଥିବାର ଜଣାପଡିଛି।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୮ତାରିଖ ୨୦୨୫ମସିହା (ରବିବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ଷଷ୍ଠୀ ଦିବା ଘ୦୨/୨୧ ଗତେ ସପ୍ତମୀ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୪/୪୦ ଗତେ ମୂଳା,ଅଦ୍ୟ ପୀଠେ ତ୍ରୀଦିନାତ୍ମକ ମହାସପ୍ତମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ବିଲ୍ଵାଧିବାସ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/ ୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫ /୩୭,ଯୋଗିନୀ ପଶ୍ଚିମେ ଦିବା ଘ୦୧/୨୧ ଗତେ ବାୟବ୍ୟେ,ମେଷରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୧୦/୧୦ଗତେ ଘ ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ଗତେ ଘ୦୮/୫୩ ମଧ୍ୟେ ଓ ଘ ୧୨/୦୪ ଗତେ […]

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

କଟକ,୨୭।୯(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେପୁରୀ କେନାଲ ରୋଡ଼ରେ ଭାରସାମ୍ୟ ହରାଇ ଦୃତଗତୀରେ ଯାଉଥିବା ଏକ ଆମ୍ବୁଲାନ୍ସ ଓଲଟି ପଡିଛି।ତେବେ ଆମ୍ବୁଲାନ୍ସଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ଆମ୍ବୁଲାନ୍ସ ମାଲିକ ଅଳ୍ପକେ ବର୍ତିଯାଇଛନ୍ତି। ପ୍ରକାଶଯେ, ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗୀ ନେଇଏକ ଘରୋଇ ଆମ୍ବୁଲାନ୍ସ ଭୁବନେଶ୍ୱର ଏମ୍ସ ଆସିଥିଲା।ଏମ୍ସରେ ରୋଗୀ ଛାଡ଼ି ବାରଙ୍ଗ ପୁରୀ କେନାଲ ରୋଡ଼ରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁରକୁ ଫେରୁଥିଲା।ଆମ୍ବୁଲାନ୍ସଟି ଦ୍ରୁତଗତିରେ ଆସୁଥିବା ବେଳେ ଶଣ୍ଢପୁର ଗ୍ରାମ ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ […]

ଆସନ୍ତା ୧ରେ ପୁଣି ଲଘୁଚାପ !

ଭୁବନେଶ୍ୱର,୨୭।୯(ଏସଏସନିଉଜ)ପୁଣି ଆଉ ଏକ ଆସୁଛି ଲଘୁଚାପ।ଆସନ୍ତା ୧ରେ ପୁଣି ଲଘୁଚାପ ।ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା।ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା ଦେଖାଦେଇଛି।୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ।ଏହାର ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

ମହାବିଦ୍ୟାଳୟ ପରିସର ସଫା କଲେ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର,୨୬।୯(ଏସଏସ ନିଉଜ)ପଟିଆସ୍ଥିତ ରାଜା ମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନଏସଏସ)ଶାଖା ତରଫରୁ ରାଷ୍ଟ୍ରୀୟସ୍ତର କାର୍ୟ୍ୟକ୍ରମ ଆଧାରରେ ସ୍ୱଚ୍ଛତା ହିଁ ସେବା ପର୍ବ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି।ସେପ୍ଟେମ୍ବର ୧୭ରୁ ଗାନ୍ଧୀଜୟନ୍ତୀ ଅକ୍ଟୋବର ୨ପର୍ୟ୍ୟନ୍ତ ପାକ୍ଷିକ ଯୋଜନାରେ ଶତାଧିକ ଛାତ୍ରୀଛାତ୍ର ,ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇ କଲେଜପରିସରକୁ ସଫାକରିଥିଲେ।ପରିସର ମଧ୍ୟରେଥିବା ସମସ୍ତ ବୃକ୍ଷରାଜିମୁଳ, ଶିକ୍ଷାଗୃହ, ଖେଳପଡିଆ ଆଦିସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ।ଭାରତୀୟ ଯୋଗ ସଂସ୍ଥାନର ନଗରମୁଖ୍ୟ ପରମାନନ୍ଦ ସାହୁ ଏହି ସ୍ୱଚ୍ଛତା ପର୍ବକୁ ଆନୁଷ୍ଠାନିକ […]

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ପାଣି

କଟକ,୨୬।୯(ଏସଏସନିଉଜ)ହୀରାକୁଦରୁ ଗେଟ୍ ଖୋଲିବା ପରେଶୁକ୍ରବାର ଦିନ ମୁଣ୍ଡଳୀରେ ଆସି ପହଞ୍ଚିଛି ବନ୍ୟାଜଳ।ବନ୍ୟା ଜଳ ଦେଖିବା ପାଇ ସ୍ଥାନୀୟ ଲୋକମାନଙ୍କ ଭିଡ ଆରମ୍ଭ ହୋଇଯାଇଛି। ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ଆସି ପହଞ୍ଚିଛି ମୁଣ୍ଡଳୀରେ। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୧୨ ହଜାର ୫୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପୂର୍ବାହ୍ନ ୧୧ ଟା ସୁଦ୍ଧା ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି। ୧ ଟା […]