Browsing author

SATYA SANDHANA DESK

ବସ୍ତା ଅଂଚଳରୁ ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ

ବାଲେଶ୍ୱର,୨୪/୬(ଏସଏସନିୟୁଜ) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୨କେଜି ୧୨ ଗ୍ରାମଓଜନର ବ୍ରାଉନ୍ ସୁଗର ଜବତ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁଗିରଫ କରାଯାଇଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ବସ୍ତାଅଂଚଳରେ ଚୋରା ବ୍ରାଉନ୍ ସୁଗର ବିକ୍ରି ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ନଜର ରଖିଥିଲେ । ସେହି ଅନୁଯାୟୀ ଉକ୍ତ ଅଂଚଳରେ ଚଢଉ କରାଯାଇବ୍ରାଉନ୍ ସୁଗର ଜବତ କରାଯାଇଛି ବୋଲି ଡିଜିି […]

ନଦୀକୁ ଖସିପଡିଲା କାର

ମାଲକାନଗିରି,୨୪/୬(ଏସଏସନିୟୁଜ) ଆଜି ସକାଳେ ମାଲକାନଗିରି ଜିଲ୍ଲା ପାଙ୍ଗମ ନଦୀରେ ଏକ ସୁଇଫ୍ଟ କାର ଖସିପଡିଛି ।ଓଡି ୧୫ବି ୧୧୫୫ନଂ କାରରେ ଜଣେ ଷ୍ଟାଫ ନର୍ସ ମାଲକାନଗିରି ଜିଲ୍ଲାରେ ଯୋଗ ଦେବା ପାଇଁ ନିଜ ସ୍ୱାମୀ ଓ ଦୁଇ ଛୁଆ ଙ୍କୁ ନେଇ ଭୁବନେଶ୍ୱରରୁ ଆସୁଥିଲେ । ପାଙ୍ଗମ ନଦୀ ପୋଲ ନିକଟରେ ଡ୍ରାଇଭର ର ଆଖି ପଡି ଯିବାରୁ ଭାରସାମ୍ୟ ହରାଇ ନଦୀ ଭିତରକୁ ପ୍ରାୟ ତିରିଶ ଫୁଟ ତଳକୁ ଖସିଯାଇଥିଲା ।ଏହି ସମୟରେ ନଦୀରେ ଗାଧୋଇଉଥିବା […]

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

  ଭୁବନେଶ୍ବର,୨୪/୬(ଏସ ଏସ ନିୟୁଜ)ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ […]

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ

ଚାନ୍ଦିପୁର,୨୪/୬(ଏସଏସନିୟୁଜ) ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଆଜି ୧୦ଟା ୪୩ ମିନିଟରେ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରୁଥିବା ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ।

ବାଙ୍କୀରୁ ଜବତ ହେଲା ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଙ୍କୀ୨୪/୬(ଏସଏସନିୟୁଜ) ବାଙ୍କୀରୁ ଜବତ ହୋଇଛି ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଖୋର୍ଧା ଜିଲ୍ଲା ବାଘମାରି ଥାନା ପୋଡ଼ାଢ଼ିହର ସୁରେଶ କୁମାର ମହାପାତ୍ର ନାମକ ଶିକ୍ଷିତ ଯୁବକ ଆଜି ବଢିଭୋର ସମୟରେ ବ୍ରାଉନସୁଗାର ଆଣି ଗ୍ରାହକକୁ ଅପେକ୍ଷା କରିରହିଥିଲେ ।କୈାଣସିସୁତ୍ରରୁ ଖବରପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ ବାଙ୍କୀ ବଜାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରୁ ସୁରେଶକୁ ଗିରଫକରିଥିଲେ ।ତାଠାରୁ ୧୬୪ ଗ୍ରାମ ଓଜନର […]

କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର,୨୪/୬(ଏସ ଏସ ନିିିଉଜ) ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । ପରୀକ୍ଷା ଫଳକୁ ଆସନ୍ତାକାଲି ଅପରାହ୍ଣ ୧ଟାରେ ପରୀକ୍ଷା କମିଟି ନିକଟରେ ଉପସ୍ଥାପନ କରାଯିବ। ପରୀକ୍ଷା କମିଟିର ଅନୁମୋଦନ ପରେ ପରୀକ୍ଷା ଫଳ ଆସନ୍ତା କାଲି ଅପରାହ୍ଣ ୪ଟାରେ କଟକସ୍ଥିତ ମାଧ୍ୟବିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ସଂଧ୍ୟା ୬ଟା ପରଠାରୁ ଏହା ବୋର୍ଡର ୱେବସାଇଟ  ଏହା ପ୍ରକାଶ ପାଇବ । ଏହା ସହିତ […]

୨୪ ଘଣ୍ଟାରେ ୩୬୫୦ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ /୬(ଏସ ଏସ ନିୟୁଜ) ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଥିବାବେଳେ ତାପଛକୁ ୪୮୫ ଜଣ କଟକ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା କରୋନାରୁ ୮,୫୩,୦୧୨ ଆରୋଗ୍ଯ ଲାଭ କରିଥିବା ବେଳେ ୩୩,୭୭୦ ଆକ୍ଟିଭ […]

କରୋନା ଯୋଗୁ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ

ସାକ୍ଷୀଗୋପାଳ, ୨୩/୬(ଏସଏସନିୟୁଜ) କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁରରେ ଚମ୍ପକ ଦ୍ୱାଦଶୀ ପର୍ବ ବିନାଭକ୍ତରେ ସମ୍ପନ୍ନ ହୋଇଛି । ତାରେଣୀ ମଣ୍ଡପରେ ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କ ଓ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର‌୍ୟ୍ୟ ସମ୍ପନ୍ନ କରାଯାଇଥିଲା । ସାମିଲ ହୋଇଥିଲେ ।ପରେ ସୁସଜ୍ଜିତ ବିମାନରେ ବିରାଜମାନ କରି ପରିକ୍ରମାରେ ସାମିଲ ହୋଇଥିଲେ ।ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ […]

ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା

ପୁରୀ,୨୪/୬(ଏସଏସନିୟୁଜ) ଆଜି ହେଉଛି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ହାତୀବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ବଡ଼ ଠାକୁର । ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନ ବେଦୀ । ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂରତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ସ୍ନାନପହଣ୍ଡି ଆରମ୍ଭ ହୋଇ […]

ଆଜିର ଅନୁଚିନ୍ତା

?କେହି ଯଦି ଜଣେ ତୁମକୁ ଭଲ ନ କୁହନ୍ତି ସେଥିରେ କିଛି ଚିନ୍ତା କରନି   – କାରଣ – ଜଣେ ଲୋକ ସମସ୍ତଙ୍କ ନଜରରେ ଭଲ ହୋଇପାରେ ନାହିଁ । ?ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ତାଙ୍କୁ ଜବାବ୍ ଦିଅନ୍ତୁ ନାହଁ । ?ଖୁସି ରହିବାର ପ୍ରଥମ ଉପାୟ ପୁରୁଣା କଥା……. କିମ୍ବା ….. ବିତିଯାଇଥିବା ଦୁଃଖଭରା ଅତୀତକୁ ମନେ ପକାନ୍ତୁ ନାହିଁ କି ସେ ବିଷୟରେ […]