କରୋନା ଯୋଗୁ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ

ସାକ୍ଷୀଗୋପାଳ, ୨୩/୬(ଏସଏସନିୟୁଜ) କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁରରେ ଚମ୍ପକ ଦ୍ୱାଦଶୀ ପର୍ବ ବିନାଭକ୍ତରେ ସମ୍ପନ୍ନ ହୋଇଛି । ତାରେଣୀ ମଣ୍ଡପରେ ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କ ଓ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର‌୍ୟ୍ୟ ସମ୍ପନ୍ନ କରାଯାଇଥିଲା । ସାମିଲ ହୋଇଥିଲେ ।ପରେ ସୁସଜ୍ଜିତ ବିମାନରେ ବିରାଜମାନ କରି ପରିକ୍ରମାରେ ସାମିଲ ହୋଇଥିଲେ ।ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ ଦମ୍ପତି ଙ୍କ ସହ ବିବାହ ଉତ୍ସବରେ ମଣିନାଗଦୁର୍ଗା,କନକଦୁର୍ଗା, ଅନନ୍ତେଶ୍ୱର,ଇଶାନେଶ୍ୱର,ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ଆଦି ଦେବାଦେବୀମାନେ ଗ୍ରାମ ପରିକ୍ରମା କରିଥିଲେ ।ଏହିସମୟରେ ପରମ୍ପରା ଅନୁ୍‌ଯାୟୀ ଦୁଆରିଭୋଗ ଅନୁଷ୍ଠିତ ହୋଇଥିଲା ।ଏହି ପର୍ବ ପାଇଁ ରଙ୍ଗବେରଙ୍ଗର ଆଲୋକମାଳାରେ ଗ୍ରାମଟି ସଜେଇ ହୋଇଥିବାବେଳେ କାଭେିଡ କଟକଣା ପାଇଁ ଆତସବାଜୀ ପ୍ରତିଯୋଗିତା ବନ୍ଦ ରହିଥିଲା ।

 

Comments (0)
Add Comment