Browsing author

SATYA SANDHANA DESK

ଶୁଭାରମ୍ଭହେଲା ଡୋରଷ୍ଟେପ୍ ଅକ୍ସିଜେନ କନସନଟ୍ରେଟର ସେବା

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ୫ଟିସହର ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ପାଇଁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଓ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ ସେବା ଆରମ୍ଭ କରିଛନ୍ତି ।ଏଣିକି ଏହି ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ ।

ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍ ।ବାତ୍ୟା ‘ୟାସ’ କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ସୋମବାର ଓ ମଙ୍ଗଳବାର ୪ ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ବାତ୍ୟା କ୍ଷୟକ୍ଷତି ଆକଳନ କରି ଫେରିବା ପରେ କେନ୍ଦ୍ରସରକାରଙ୍କ ପାଖରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିବେ ।ତେବେ ବାତ୍ୟାରେକ୍ଷୟକ୍ଷତି […]

ଆଜିର ରାଶିଫଳ

ଜୁନ ମାସ ୦୭ ତାରିଖ ୨୦୨୧ ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ ,ମେଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ ।  ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ […]

ଚୋରା କାରବାର ବନ୍ଦ କର, ନହେଲେ ପରିଣାମ

୧-ବାତ୍ୟା ଓ ପରବର୍ତ୍ତୀ ବନ୍ୟା ନେଇ କେନ୍ଦ୍ରର ୭ଜଣିଆ ଟିମ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ ସହ ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ । ୨-ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ । ୩-ଏଣିକି ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ଐତିହାସିକ ନିଷ୍ପତ୍ତି । ୪-ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ । ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ […]

ଆଜିର ଅନୁଚିନ୍ତା

?ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !! ?ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ ! ?ଜଗତରେ ମଣିଷ […]

ନାବାଳିକା ହେଲେ ଗର୍ଭବତୀ

ପାରଳାଖେମୁଣ୍ଡି, ୬/୬ (ଏସଏସନିୟୁଜ) ଗଜପତି ଜିଲ୍ଲା ରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ।ଆର୍‌.ଉଦୟଗିରି ଥାନା ଅଧିନରେ ଥିବା ଏକ ଗ୍ରାମରେ ୧୬ବର୍ଷର ଜଣେନାବାଳିକା ଗଭବତୀ ହୋଇଛନ୍ତି ।ଏହି ନାବାଳିକା ଜଣକ ଆଠମାସର ଗର୍ଭବତୀ ହୋଇଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଶାସନିକ ସାହାଯ୍ୟ ଓ ନ୍ୟାୟ ପାଇଁ ଶିଶୁ କଲ୍ୟାଣ ସମିତି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଏବିଷୟରେ ଆର୍‌.ଉଦୟଗିରି ପୋଲିସ ଠାରୁ ସୂଚନା ପାଇ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ […]

ଏସ୍‌ସିବି ରେ ବଢ଼ିଲା ଆଇସିୟୁ ବେଡ୍

କଟକ,୬/୬(ଏସଏସନିୟୁଜ) କଟକ ବଡ଼ ମେଡ଼ିକାଲ ଏସସିବି ରେରୋଗୀ ହଇରାଣ ନହେବପାଇଁ ଶନିବାରଠାରୁ ଆଇସିୟୁ ବେଡ ବୃଦ୍ଧି କରାଯାଇଛି । କୋଭିଡ ବେଡ଼ ଫାଙ୍କା ପଡୁଛି । ଯେଉଁ ରୋଗୀର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେଉଛି ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି ହେବାସହ ଅନେକ ଦିନ ପର‌୍ୟ୍ୟନ୍ତ ଆଇସିୟୁରେ ରହୁଛନ୍ତି । ଫଳରେ ଅନ୍ୟ ରୋଗୀ ମାନଙ୍କ ପାଇଁ ଚିନ୍ତା ର କାରଣ ହେଉଛି ।ଆଇସିୟୁ ବେଡ ବୃଦ୍ଧି ଫଳରେ ଚିକିସ୍‌ା କ୍ଷେତ୍ରରେ ଉପୁଜୁଥିବା ଅସୁବିଧା ର ସମାଧାନ ହୋଇପାରିବ ।

ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

ଭୁବନେଶ୍ୱର, ୬/୬(ଏସ୍‌ଏସ୍‌ନିୟୁଜ) ବଲିଉଡ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଆଜି ସକାଳେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଗତବର୍ଷ କରୋନାରେ ଦିଲ୍ଲୀପ ନିଜର ଦୁଇ ଭାଇ ଅସଲମ ଖାନ ଓ ଏହସାନ ଖାନ ଙ୍କୁ ହରାଇଥିଲେ । ୯୮ ବର୍ଷ ବୟସରେ ଉପନୀତ ହୋଇଥିବା ଦିଲ୍ଲୀପଙ୍କର ରୁଟିନ୍ ଚେକଅପ୍ କରିବା […]

କରୋନାରେ ଆକ୍ରାନ୍ତ ହେଲେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର, ୬/୬(ଏସ୍‌ଏସ୍‌ନିୟୁଜ) ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କର ପିଜିଟିଭ୍ ରିପୋର୍ଟ ଆସିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାନେଇ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି।

୧୦ତାରିଖରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତ , ବିହାର ଓ ଛତିଶଗଡରେ ମୌସୁମୀକୁ ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ବୋଲି ଆକଳନ କରିଛି ପାଣିପାଗ ସଂସ୍ଥା ସ୍କାଏ ମେଟ୍ […]