ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍ ।ବାତ୍ୟା ‘ୟାସ’ କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ସୋମବାର ଓ ମଙ୍ଗଳବାର ୪ ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ବାତ୍ୟା କ୍ଷୟକ୍ଷତି ଆକଳନ କରି ଫେରିବା ପରେ କେନ୍ଦ୍ରସରକାରଙ୍କ ପାଖରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିବେ ।ତେବେ ବାତ୍ୟାରେକ୍ଷୟକ୍ଷତି କୁ ନେଇ ନିଦ୍ଧିଷ୍ଟ ପରିମାଣର ଆର୍ଥିକ ସହାୟତା କେନ୍ଦ୍ର ନିକଟରେ ରାଜ୍ୟସରକାର ଦାବି କରିନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରି ୫୦୦କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ ।

Comments (0)
Add Comment