Browsing author

SATYA SANDHANA DESK

ହାଇଓା ନେଲା ମୁରଲି ଜୀବନ

ଭୁବନେଶ୍ୱର,୧୩/୧୧-କାର୍ତିକେଶ୍ୱର ପୁଜା ଦେଖି ଘରକୁ ଫେରିପାରିଲେ ନାହିଁ ମୁରଲି । ଅଧାବାଟରେ ଚାଲିଗଲା ଜୀବନ । ଏକ ଅଜଣା ହାଇଓା ଧକ୍କାରେ ତାଙ୍କର ମୃତ୍ୟୁ ଘଟିଲା । ଯାହାକୁନେଇ ଉତେଜନା ଦେଖାଦେଇଥିଲା । କୃଷ୍ନଚନ୍ଦ୍ରପୁର ଗ୍ରାମ ବାରିକସାହିର ମୁରଲିଧର ପାଳ ମଙ୍ଗଳବାର ରାତି ସାଢେଏଗାରଟା ପାଖାପାଖି ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତିକେଶ୍ୱରପୁଜା ଦେଖି ଘରକୁ ଫେରୁଥିଲେ । ତ୍ରିଶୁଳିଆ ଟ୍ରାଫିକଛକ ପାଖରେ ରାସ୍ତା ପାର ହେଉଥିବା ସମୟରେ ଏକ ବାଲିବୋଝେଇ ଦ୍ରୁତଗାମୀ ହାଇଓା ତାଙ୍କୁ ଧକ୍କା ଦେଇ […]

ଉଦଘାଟିତ ହେଲା ବାରଙ୍ଗ ମହୋତ୍ସବ

ଭୁବନେଶ୍ୱର,୧୨/୧୧- ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ପାରମ୍ପାରିକ ରୀତିରେ ମଙ୍ଗଳବାର ଦିନ ଉଡଘାଟିତ ଦ୍ହୋଇଯାଇଛି । ଉତ୍ସବର ପ୍ରଥମ ଦିନରେ ସକାଳ ୭ଟା ସମୟରେ କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀଙ୍କ ନେତୃତରେ ଏକ ମାଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ଯୁବକ ତ୍ରିଶୁଳିଆ ରାମେଶ୍ୱର ମନ୍ଦିରରୁ ମାଶାଲ ଆଣି ମା କନକଦୁର୍ଗା ମନ୍ଦିର ଓ ମେଡିକାଲ ଛକ ଦେଇ ସଭାସ୍ଥଳକୁ ଆଣିଥିଲେ । ପରେ ବାଜା , ବାଣ , ରୋଷଣି ସହ […]

ଝଲସୁଛି ବାରଙ୍ଗ ,ବିରାଜିଲେ କାର୍ତିକେୟ

ଭୁବନେଶ୍ୱର,୧୨ା୧୧- ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜାକୁ ନେଇ ଚଳଚଂଚଳ ହୋଇଉଠିଛି ସମଗ୍ର ବାରଙ୍ଗ । ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ବାରଙ୍ଗ । କାର୍ତିକପୁର୍ଣମାଠାରୁ ଛୋଟ , ବଡ ହୋଇ ୧୨୨ଟି ପୁଜା ମଣ୍ଡପରେ ପୂଜା ପାଇଲେ କାର୍ତିକେୟ । ଏହି ପୁଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦାଢାପାଟଣା ଗ୍ରାମରେ ହୋଇଛି ସର୍ବାଧିକ ୨୨ଟି ମେଢ । ତାସାଙ୍ଗକୁ ରହିଛି ଅପେରା,ମଙ୍ଗଳା ଛକରେ ପଡିଥିବା ମୀନା ବଜରର ଚକ୍ରୀ ଦୋଳି ସାଙ୍ଗକୁ […]

୧୨ରେ ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ

ଭୁବନେଶ୍ୱର,୧୧/୧୧-୧୨ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ । ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି । ଦୁଇଦିନ ଧରି ହେବାକୁ ଥିବା ଏହି ମହୋସ୍ ବ ରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ଆସିବାକୁଥିବା କଳାକାରମାନଙ୍କଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ । ଏହି କଳାକାରମାନଙ୍କର କଳାଚାତୁରୀଦ୍ୱାରା ଦର୍ଶକମାନେ ମନ୍ତମୁଗ୍ଧ ହେବାର ଆଶାରଖିଛନ୍ତି  ମହୋସ୍ ବ କମିଟି । ମହୋସ୍ ବ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ଚୋଳଗଙ୍ଗଦେବଙ୍କ ପରାକ୍ରମର ଗାଥା ସହିତ ଅଖଣ୍ଡ ବାରଙ୍ଗର […]

ଅସୁସ୍ଥ ଲତା

ଭୁବନେଶ୍ବର-: କୋକିଳ କଣ୍ଠି  ତଥା ବଲିଉଡର ପ୍ରସିଦ୍ଧ ଗାୟିକା  ଲତା ମଙ୍ଗେସକର ଏବେ ଅସୁସ୍ଥ ।  ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ  ରବିବାର ରାତି ୨ଟା ସମୟରେ ମୁମ୍ବାଇର ବ୍ରେଚ କାନଡେ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।

୧୩ ରୁ ଶୀତ ଅଧିବେଶନ

ଭୁବନେଶ୍ୱର,୧୧/୧୧-ଶୀତକାଳୀନ ବିଧାନସଭା ଅଧିବେଶନ ଆସନ୍ତା ୧୩ ତାରିଖରେ ଆରମ୍ଭ ହୋଇ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୁଚନା ଦେଇଛନ୍ତି ସଂସଦୀୟବ୍ୟାପାର ମନ୍ତୀ ବିକ୍ରମକେଶରୀ ଆରୁଖ । ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହେବ ଏବଂ ସୁଚାରୁରୁପେ ଗୃହକୁ ଚଳାଇବାକୁ ବିରୋଧିଙ୍କ ସହଯୋଗ ଲୋଡିଛନ୍ତି ମନ୍ତୀ ଆରୁଖ ।

ଜଗତର କଲ୍ୟାଣପାଇଁ ଜାଳିଲେ ଅଖଣ୍ଡବତୀ

ଭୁବନେଶ୍ୱର,୧୧/୧୧-ରାଜଧାନୀ ଉପକଣ୍ଠ ଇଞଣାଗ୍ରାମରେ ଏକାଠିହେଲେ ମହିମାଧର୍ମି ସନ୍ୟାସୀ । ଜଗତର କଲ୍ୟାଣପାଇଁ ସମବେତ ପ୍ରାର୍ଥନାକଲେ । ଇଞଣାଗ୍ରାମମୁଣ୍ଡରେ ଥିବା ମହିମାଆଶ୍ରମର ବାର୍ଷିକ ମହୋସ୍ବ ପାଇଁ ଏହିଭଳି ପରିବେଶ ସୃଷ୍ଟିହୋଇଥିବାର ଦେଖିବାକୁ ମିଳିଥିଲା । ମହିମାଧର୍ମି ସାଧୁମାନେ ଜଗତର କଲ୍ୟାଣପାଇଁ ଅଖଣ୍ଡବତୀ ପ୍ରଜ୍ୱଳନ ସାଙ୍ଗକୁ ବ୍ରହ୍ମଧ୍ୱନୀ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ମହିମାଧର୍ମି ଭକ୍ତମାନଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ପରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ବ୍ରହ୍ମଅବଧୁତ ବାନାମ୍ବରବାବା ,ବ୍ରହ୍ମଅବଧସ୍ୱଚ୍ଛ ମୁଷମ୍ବରବାବା, ସାଧୁଗଙ୍ଗାଧର […]

ଆଉ ନାହାନ୍ତି ଶେଷାନ୍

ଭୁବନେଶ୍ୱର,୧୧/୧୦- ଭାରତର ପୁର୍ବତନ ନିର୍ବାଚନ କମିଶନର ଟି.ଏନ୍.ଶେଷାନ୍ ଆଉ ନାହାନ୍ତି । ୮୭ବର୍ଷବୟସରେ ପଦାର୍ପଣ କରି ରବିବାର ରାତିରେ ଚେନାଇରେ ତାଙ୍କର ଦେହାନ୍ତ ହୋଇଛି । କେରଳରେ ଜନ୍ମଗ୍ରହଣକରିଥିବା ଶେଷାନ୍ ତାମିଲନାଡୁକ୍ୟାଡରର ୧୯୯୫ବ୍ୟାଚର ଆଇଏସ ଅଫିସର ଥିଲେ । ୧୨ ଡିସେମ୍ବର ୧୯୯୦-୧୧ ଡିସେମ୍ବର ୧୯୯୬ ପର୍ଯ୍ୟନ୍ତ ୧୦ମ ମୁଖ୍ୟନିର୍ବାଚନ କମିସନର ଭାବେ ଦାୟିତ୍ୱରେ ରହିଥିଲେ । ତାଙ୍କର ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି ।

ଆମେ ବି କମ୍ ନୁହେଁ

ଭୁବନେଶ୍ୱର,୧୦/୧୧-ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନେ ଶରୀରର ଅକ୍ଷମତା । ଯଦି ମନରେ ଦୁନିଆ ପାଇଁ କିଛି କରି ଦେଖାଇବାର ଇଛାଶକ୍ତି ଯାଗ୍ରତ ହୁଏ , ତେବେ ସମୁଦ୍ର ବି ତା ଆଗରେ ନଇ ଭଳି ଦେଖାଯାଏ । ଏକଥା କହିବାର ତାପର୍ଯ୍ୟ ଏହିକିଯେ , ଦୁନିଆ ନଜରରେ ସେମାନେ ଆଜି ଭିନ୍ନକ୍ଷମ ହୋଇଥିଲେ ମଧ୍ୟ କାହାଠାରୁ କମ୍ ନୁହେଁ ବୋଲି ଜଣେଇଦେଇଛନ୍ତି ଦୃଷ୍ଟିହୀନ କ୍ରିକେଟ୍ ଖେଳାଳୀ । ଦାରୁଠେଙ୍ଗ ପିଣ୍ଡିକ୍ ୟୁଥ୍ କ୍ଲବ ଖେଳ ପଡିଆ […]

ସାବଧାନ ଆଗରେ ନଡିଆ ଗଛ

ଭୁବନେଶ୍ୱର,୧୧/୧୧-ସାବଧାନ ଆଗରେ ରହିଛି ନଡିଆ ଗଛ । କଥାଟା ମନକୁ ଖଟକା ଲାଗିଲେ ମଧ୍ୟ ଘଟଣାଟି ସତ୍ୟ ! କାହିଁକି ନା , ପର୍ଯ୍ୟଟକମାନଙ୍କ ମନୋରଞନର ଖୋରାକ ସାଜିଥିବା ଏହି ନଡିଆ ଗଛ ଏବେ ଚିନ୍ତାର କାରଣ ସାଜିଛି । ଦୁଇଟି ନଡିଆ ଗଛ ମଝିରେ ରହି ଫଟୋ ଉଠାଇବାରୁ ଦେବାକୁ ପଡୁଛି ଟିକସ । ପଚାଶନୁହେଁ କି ଶହେ ନୁହେଁ ପୁରା ପାଂଚଶହ ଟଙ୍କା ଜୋରିମନା ବାବଦରେ ଦେଉଛନ୍ତି ପର୍ଯ୍ୟଟକ । ଏହି ଟିକସ ଏବେ […]