Browsing author

SATYA SANDHANA DESK

ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ହୋଇଥିବା ଧନଜୀବନ କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ । ପ୍ରଭାବିତ ଅମରେଲି, ଗିର ସୋମନାଥ ଓ ଭାବାନଗର ଜିଲ୍ଲା ଗୁଡିକରେ ହୋଇଥିବା କ୍ଷତି ଉଡାଜାହଜରେ ବସ ଅନୁଧ୍ୟାନ କରିଥିଲେ । ପ୍ରଭାବିତ ଅଞ୍ଚଳର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ବୈଠକରେ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ […]

ନନ୍ଦିଘୋଷ ରଥର ୨ ମହାରଣା କୋଭିଡ ପଜିଟିଭ

ପୁରୀ ୧୯/୫(ଏସଏସନିୟୁଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ କରୁଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ ରହିଛି। କୋଭିଡ କଟକଣା ମଧ୍ୟରେ ରଥନିର୍ମାଣ କାର୍ଯ୍ୟଚାଲିଥିବାବେଳେ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟରେ ଲିପ୍ତ ଥିବା ମହାରଣାଙ୍କ ମଧ୍ୟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ।ପଜିଟିଭ ଜଣାପଡିବାପରେ ଦୁଇ ମହାରାଣାଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବାର ଜଣାପଡିଛିା

ଆଜିର ଅନୁଚିନ୍ତା

➡️କୌଣସି ବି ଲକ୍ଷ ଆମର ସାହସ ଠାରୁ ବଡ଼ ନୁହେଁ.. ସେ ହିଁ କେବଳ ହାରିଥାଏ, ଯିଏ ଲଢ଼ି ନଥାଏ ! ➡️ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । ➡️ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ? ➡️ଯତ୍ନରେ ରଖିଲେ ସବୁ ସୁନ୍ଦର ଦେଖାଯାଏ, ଦୀର୍ଘସ୍ଥାୟୀ ବି ହୁଏ……. ସେ […]

ଆଜିର ରାଶିଫଳ

ମଇ ମାସ ୧୯ ତାରିଖ ୨୦୨୧ ମସିହା(ବୁଧବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ ,କର୍କଟ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ ।  ମେଷ:- ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। […]

ବାରଙ୍ଗରେ୧୫ ଓ ରାଜଧାନୀଉପକଣ୍ଠରେ ୬ ପଜିଟିଭ

ବାରଙ୍ଗ,୧୮/୫(ଏସଏସନିୟୁଜ) ମଙ୍ଗଳବାର ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ନୂଆବନ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ହୋଇଯାଇଛି।ଏହି ଟୀକାକରଣ ରେ ୪୫ ବର୍ଷରୁ ଉର୍ଦ୍ଧ ୧୧୦ ଜଣଙ୍କୁ ଟିକା ଦିଆଯାଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡାକ୍ତର ତପସ୍ଵିନୀ ଦାସ ଙ୍କ ତତ୍ତ୍ଵାବଧାନରେ ସ୍ବାସ୍ଥ୍ୟକର୍ମୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏହି ଟୀକାକରଣ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।ଭୁବନେଶ୍ୱର ଉପକଣ୍ଠ ପାଞ୍ଚ ପଞ୍ଚାୟତ ରୁ ମଙ୍ଗଳବାର ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାରାହାଙ୍ଗ ଅଞ୍ଚଳରୁ ୨,ରଘୁନାଥପୁର ଅଞ୍ଚଳରୁ ୨,କଲ୍ୟାଣପୁର ଓ ଦାଢା […]

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୂବନେଶ୍ୱର ୧୮/୫(ଏସଏସନିୟୁଜ) କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ । ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ […]

ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା !

ଭୁବନେଶ୍ୱର, ୧୮/୫(ଏସଏସନିୟୁଜ) ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ୨୩ତାରିଖରେ ହେବାର ଆଶଙ୍କା ଦେଖାଦେଇଛି । ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । […]

ବୁଡ଼ିଲା ONGCର ଜାହାଜ

ଭୁବନେଶ୍ୱର, ୧୮/୫(ଏସଏସନିୟୁଜ) ତାଉତେ ପ୍ରଭାବରେ ମୁମ୍ବାଇ ହାଇରେ ବୁଡ଼ିଲା ONGCର ଜାହାଜ P305 । ଜାହାଜରେ ଥିଲେ ୨୭୩ ଜଣଯାତ୍ରୀ । ଏପର୍ଯ୍ୟନ୍ତସୁଦ୍ଧା ୧୪୬ ଜଣ ଉଦ୍ଧାର ହୋଇଛନ୍ତି ।ଏବେ ବି ଜାହାଜରେ ଥିବା ଅନ୍ୟ ୧୨୭ ଜଣ ନିଖୋଜ ରହିଥିବାବେଳେ ତଲାସି ଜାରିରହିଥିବାର ଜଣାପଡିଛି । ଅଶାନ୍ତ ସମୁଦ୍ର ଓ ପବନର ବେଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟିହେଉଥିବାବେଳେ ନୌବାହିନୀର ଜାହାଜ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର,୧୮/୫(ଏସଏସନିୟୁଜ) ରାଜ୍ୟରେ ଲକଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର । ଓଡିଶାରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଜୁନ୍ ୧ ଯାଏଁ ସରକାର ଲକ୍‌ଡାଉନ୍ ବଢ଼ାଇ ଦେଇଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି ।ଏହିସମୟ ମଧ୍ୟରେ ବଜାର ,ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ପରିବର୍ତେ ୧୧ ଯାଏ ଖୋଲା ରହିବ ।ବାହାଘରରେ ମଧ୍ୟ କଟକଣା କରାଯାଇଛି ।ଏଥର ବାହାଘରରେ  ୫୦ ନୁହେଁ ୨୫ ଜଣଙ୍କୁ  ମିଳିବ ଅନୁମତି। […]

ଗୁଜୁରାଟରେ ଅବତରଣ କରିଛି ବାତ୍ୟା ତାଉକ୍ତେ

ଭୁବନେଶ୍ୱର,୧୮/୫(ଏସଏସନିୟୁଜ)ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ ତାଉକ୍ତେ ରାତି ପ୍ରାୟ ୯.୩୦ ସମୟରେ ଗୁଜୁରାଟର ଊପକୂଳର ନିକଟରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିଥିଲା ବୋଲି କୁହାଯାଇଛି ।ଏହିସମୟରେ ପବନର ବେଗ ୧୩୩ କିଲୋମିଟର ଥିଲା । ଏହାରପ୍ରଭାବରେ ସୋମବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଗୁଜୁରାଟ ସରକାର ଆମ୍ରେଲି, ଜୁନାଗଡ, ଗିର୍-ସୋମନାଥ ଏବଂ ଭବନଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୨୩ ବର୍ଷ ମଧ୍ୟରେ […]