ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର.୧୯/୭(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାର ବ୍ୟାଙ୍କ ଖୋଲିବାର ସମୟସୀମାରେ ପରିବର୍ତନ କରିଛନ୍ତି ।୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଂଚଳରେ ଥିବା ବ୍ୟାଙ୍କ ଖୋଲିବାର ସମୟସୀମାରେ ପରିବର୍ତନ କରିବାପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।ଯାଜପୁର,ଖୋର୍ଦ୍ଧା,କଟକ,ଗଞାମ ଆଦି ୪ଟିଜିଲ୍ଲା ସମେତ ରାଉରକେଲାରେ ଥିବା ବ୍ୟାଙ୍କର ସମୟସୀମା ପରିବର୍ତନ କରିଛନ୍ତି ।ବ୍ୟାଙ୍କଗୁଡିକ ସକାଳୁଆ ଖୋଲିବ ।କରୋନା ସଂକ୍ରାମଣକୁ ରୋକିବାପାଇଁ ସୋମବାରଠାରୁ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲାରହିବ ବୋଲି ନିର୍ଦ୍ଦେଶାନାମା ଜାରିକରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ବ୍ୟାଙ୍କରେ ୫୦ପ୍ରତିଶତ କର୍ମଚାରୀମାନଙ୍କୁ ନେଇ କାମ କରାଯିବାକୁ କୁହାଯାଇଛି ।

Comments (0)
Add Comment