ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର

ଭୁବନେଶ୍ବର ,୨୮/୧୦(ଏସ ଏସ ନିୟୁଜ )ଆଜିଠାରୁ କାମ କରିବ ନାହିଁ ଇଣ୍ଡେନ ସିଲିଣ୍ଡର ବୁକିଂର ପୁରୁଣା ନମ୍ବର।ଇଣ୍ଡେନ ଏବେ ତା ଉପଭୋକ୍ତାଙ୍କୁ ଏସଏମଏସ ଜରିଆରେ ମେସେଜ ପଠାଇ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଗ୍ରାହକଙ୍କୁ ସେମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏହି ତଥ୍ୟ ପଠାଯିବ। ଏହା ସହ ଗ୍ୟାସ ବୁକିଂର ନୂଆ ନମ୍ବର ମଧ୍ୟ ସେୟାର କରାଯିବ। ଇଣ୍ଡେନ ଗ୍ୟାସ ଉପଭୋକ୍ତା ହୋଇଥିଲେ ୭୭୧୮୯୫୫୫୫୫ରେ କଲ୍ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ହେବ।ଯଦି ଫୋନ ନ କରିପାରୁଛନ୍ତି ତେବେ ୭୫୮୮୮୮୮୮୨୪ରେ ହ୍ବାଟସଆପ୍ କରି ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ। ରେଜିଷ୍ଟର ମୋବାଇଲ ନମ୍ବରରେ ଆପଣଙ୍କୁ REFILL ଟାଇପ କରି ୭୫୮୮୮୮୮୮୮୨୪ରେ ପଠାଇବାକୁ ହେବ। ଏହା ବାଦ୍ ଡିଷ୍ଟିବ୍ୟୁଟରଙ୍କ ପାଖକୁ ଯାଇ ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ। ଚାହିଁଲେ ଗ୍ୟାସ କମ୍ପାନିର ଓ୍ବେବସାଇଟରେ ବି ଅନଲାଇନ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ।

Comments (0)
Add Comment