ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର,୩/୮ (ଏସଏସନିଯୁଜ) ସୋମବାର ଦିନ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ର ଜିଲ୍ଲାପାଳ ଥିବା ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନର ଦାୟିତ୍ୱ ଦିଆଯାଇଛି। ସେହିପରି ଆଇଏଏସ କୀର୍ତ୍ତି ଭାସାନଙ୍କୁ ଓଏସଡି, ଗଞ୍ଜାମ କୋଭିଡ୍ ମ୍ୟାନେଜମେଣ୍ଟ ଏବଂ ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ। ଆଇଏଏସ୍ ଜେ. ସୋନାଲଙ୍କୁ ଓଏସଡି, ଗଜପତି କୋଭିଡ୍ ମ୍ୟାନେଜମେଣ୍ଟ ଏବଂ ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।

Comments (0)
Add Comment