ବଲିଉଡ୍ ଅଭିନେତ୍ରୀ କୁମକୁମ୍ ଙ୍କ ପରଲୋକ

ମୁମ୍ବାଇ ,୨୮/୭(ଏସଏସନିୟୁଜ) ବଲିଉଡ୍ ଅଭିନେତ୍ରୀ କୁମକୁମ୍ (୮୬)ଙ୍କ ପରଲୋକ ଘଟିଛି। ଅଭିନେତା ଜନି ୱାକରଙ୍କ ପୁଅ ନାସିର ଖାନ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କୁମକୁମ୍ ୧୯୫୪ରେ ‘ଆର୍ ପାର୍’ ଫିଲ୍ମର କଭି ଆର୍ କଭି ପାର୍ ଲଗା ତୀରେ ନଜରରୁ ଡ୍ୟାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ମଦର ଇଣ୍ଡିଆ, କୋହିନୂର, ଏକ ସପେରା ଏକ ଲୁଟେରା ଓ ନୟା ଦୌର ଭଳି ଫିଲ୍ମରେ ସେ କାମ କରିଥିଲେ। ତାଙ୍କ ଦେହାନ୍ତରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Comments (0)
Add Comment