ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା

ଭୁବନେଶ୍ୱର,୭/୫(ଏସଏସନିୟୁଜ): ଦୀର୍ଘବର୍ଷର ଦାବି ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତଙ୍କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି । ରବିବାର ଏନେଇ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀଙ୍କୁ ରାଜ୍ୟ ସଙ୍ଗୀତ ମାନ୍ୟତା ନେଇ ମୋହର ବାଜିଥିବା ନେଇ ସାଂଦଦୀୟ ବ୍ୟାପାର ମନ୍ତ୍ରୀ ଆରୁଖ ସୂଚନା ଦେଇଛନ୍ତି ।ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି । ଗତ ୩୦ ତାରିଖ ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱନ କ୍ରମେ ସାରା ଓଡ଼ିଶା ଓ ଓଡ଼ିଆ ଜାତି କୋଣଅନୁକୋଣରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ଉତ୍ସାହିତ ହୋଇ ରାଜ୍ୟ ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିଷ୍ପତି ନେଇଥିଲେ ।ଏଣିକି ସମସ୍ତ ସରକାରୀ କାର‌୍ୟ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ମଧ୍ୟ ଏହା ସ୍ଥାନ ପାଇବ । ଏହି ସଙ୍ଗୀତ ଗାନ ନେଇ କେତେକ ବିଧିବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

Comments (0)
Add Comment