କଟକ,୧୩।୧୨(ଏସଏସନିଉଜ)ଯୁବତୀଙ୍କୁ ବ୍ଲାକ ମେଲ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।ଯୁବକକୁ ଗିରଫ କରିଛି ସାଇବରଥାନା ପୋଲିସ। ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ ହୋଇଥିବା ବେଳେ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି ସାଇବର ଥାନା ପୋଲିସ। ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ଗିରଫ ଅଭିଯୁକ୍ତ। ରାଜି ନହେଲେ ଯୁବତୀଙ୍କ ନଗ୍ନଫଟ ଭାଇରାଲ କରିବା ସହିତ ଛପାଇ ଗାଁ ଛକରେ ପୋଷ୍ଟର ମାରିବା ପାଇଁ ମଧ୍ୟ ଧମକ ଦେଉଥିଲା ଅଭିଯୁକ୍ତ।ଏହାସହ ପରିବାରବର୍ଗକୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇ ତିନି ଲକ୍ଷ ଟଙ୍କା ମାଗି ଥିଲା ଅଭିଯୁକ୍ତ ବୋଲି ଜଣାପଡିଛି।