ବନ୍ଧୁକ ମୁନରେ ଲୁଟ୍ , ନେଇଗଲେ ଅଧ କୋଟି ରୁ ଅଧିକ ଟଙ୍କାର ଅଳଙ୍କାର

ବାରଙ୍ଗ:୯/୨(ଏସଏସଏନ) ବନ୍ଧୁକ ମୁନରେ ଲୁଟିନେଇଗଲେ ଅଧ କୋଟି ରୁ ଅଧିକ ଟଙ୍କାର ଅଳଙ୍କାର । ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଞ୍ଚଳରେ । ଏହି ଘଟଣା ପଚାର ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।ଘଟଣାରୁ ପ୍ରକାଶ ଯେ , ଗୋଟିସାହି ଫାଣ୍ଡି ଠାରୁ ୧ କିଲୋମିଟର ଦୁରରେ ରହିଛି କଟକ ଗଣେଷ ଘାଟ ଅଞ୍ଚଳର ଲକ୍ଷ୍ମଣ ଚଉଧୁରି ଙ୍କ ଲଳିତା ଜୁଏଲରି ଦୋକାନ । ଲକ୍ଷ୍ମଣ ସବୁଦିନ ପରି ଆଜି ରାତି ୮.୩୦ ସମୟରେ ଦୋକାନ ବନ୍ଦ କରିବାକୁ ସଜବାଜ ହେଉଥିବା ବେଳେ ୩ଟି ବାଇକ୍ ରେ ୬ଜଣ ମୁଖାପିନ୍ଧା ଦୂର୍ବୁତ ଦୋକାନ ଭିତରେ ପଶି ବନ୍ଧୁକ କାଢି ଭୟବିତ କରିଥିଲେ । ସଙ୍ଗେସଙ୍ଗେ ଦୋକାନର ସଟର ପକାଇ ଦୋକାନ କର୍ମଚାରୀ ୩ଜଣକୁ ମାରାଣାତ୍ମକ ଆକ୍ରମଣ କରିବା ସହ  ବନ୍ଧୁକ ପଛପଟରେ ଲକ୍ଷ୍ମଣର ମୁଣ୍ଡ କୁ ଆକ୍ରମଣ କରିଥିଲେ । ଲକ୍ଷ୍ମଣ ତଳେପଡି ଛଟପଟ ହେଉଥିବା ବେଳେ ଦୂର୍ବୁତମାନେ ଏକ କେଜି ପାଖାପାଖି ଅଧକୋଟି ଟଙ୍କାର ସୁନା ରୂପା ନେଇ ଚମ୍ପଟମାରିଥିଲେ । ଖବର ପାଇ ବାରଙ୍ଗ ପୋଲିସ ଓ ଫାଣ୍ଡି ପୋଲିସ ପହଁଚି ଦୋକାନର ସିସିଟିଭି ଫୁଟେଜ୍ କୁ ଦେଖି ତଦନ୍ତ କରୁଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ ପୋଲିସ ପେଟ୍ରାେଲିଙ୍ଗ ହେଉଥିଲେ ସୁଦ୍ଧା  ଫାଣ୍ଡି ଠାରୁ ୧କିମି ଦୁରତାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ  ପୋଲିସ ଜାଣିପାରିଲାଣି କେମିତି । କୁଆଡେ ଗଲା ପୋଲିସ ବିଭାଗର ସରକାରଙ୍କ ୫ଟି ଯୋଜନା । ତେବେ ଏଠାରେ ଠିକ୍ ଭାବେ  ପେଟ୍ରୋଲିଙ୍ଗ ହେଉନଥିବା କାରଣରୁ ଏଭଳି ଘଟଣା ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Comments (0)
Add Comment