ବ୍ୟାଙ୍କ ରେ ଫୁଟିଲା ଗୁଳି

ଭୁବନେଶ୍ବର:୨୯/୧୧- ବ୍ୟାଙ୍କରେ ଫୁଟିଲା ଗୁଳି ।  ସେ ପୁଣି ବ୍ୟାଙ୍କର ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ । ଏହି ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି ।  ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।  ପ୍ରକାସ ଯେ ,  ପୁରୀ ଜିଲ୍ଲା କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡ ଭାବେ ଏ.କେ ମହାପାତ୍ର କାମ କରନ୍ତି । ଏହି ବ୍ରାଞ୍ଚକୁ   ପଶ୍ଚିମବଙ୍ଗର ମୋନାନ ଖାନ୍ କୌଣସି କାମ ପାଇଁ ଯାଇଥିବା ବେଳେ ବ୍ୟାଙ୍କର ସିକ୍ୟୁରିଟ୍ ଗାର୍ଡ ଏ.କେ ମହାପାତ୍ରଙ୍କ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟି ମୋନାନଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରେ ମୋନାନ  ତଳେ ପଡିଯାଇଥିଲେ ।  ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ପୁରୀ ଟାଉନ୍ ଥାନା ପୁଲିସ ସିକ୍ୟୁରିଟ୍ ଗାର୍ଡ ଏ.କେ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚୁରା ଜାରିରଖିଥିବା  ବେଳେ  ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Comments (0)
Add Comment